
କନକ ବ୍ୟୁରୋ : ଆଇପିଏଲର ଏକ ରୋମାଞ୍ଚକର ମୁକାବିଲାରେ ବାଜି ମାରିଛି ଚାମ୍ପିୟନ ଚେନ୍ନାଇ । ଧୋନୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦ୍ୱିତୀୟ ବିଜୟ ହାସଲ କରିଛି ଚେନ୍ନାଇ । ଶେଷ ବଲରେ ଚୌକା ମାରି ଦଳକୁ ବିଜୟ ଭେଟି ଦେଇଛନ୍ତି ପୂର୍ବତନ ଅଧିନାୟକ ଧୋନୀ ।
MSD finishes it off in style!!! #TATAIPL pic.twitter.com/ZhtyE2UKfW
— IndianPremierLeague (@IPL) April 21, 2022
୧୫୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ପ୍ରଥମରୁ ହିଁ ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ରାୟଡୁଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଓ ଶେଷ ଆଡକୁ ଧୋନୀ ଓ ପିଟ୍ରୋରିଅସଙ୍କ ଦ୍ରୁତ ଇନିଂସ ବଳରେ ମୁମ୍ବାଇ ଠାରୁ ବିଜୟ ଛଡାଇ ଆଣିଥିଲା ଚେନ୍ନାଇ । ଏହାପୂର୍ବରୁ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୧୫୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।
The post ଧୋନୀଙ୍କ ଧୂଆଁଧାର ବ୍ୟାଟିଂ । ମୁମ୍ବାଇ ଲଗାତାର ସପ୍ତମ ପରାଜୟ, ଶେଷ ବଲରେ ଜିତିଲା ଚେନ୍ନାଇ । first appeared on Kanak News.
from Kanak News https://ift.tt/TCdZ65s https://ift.tt/tFywvHM
No comments: