MI vs CSK: ପୁଣି ହାରିଲା ମୁମ୍ବାଇ, ଛକ୍କା, ଚୌକା ମାରି ମ୍ୟାଚ୍‌ ଜିତାଇଲେ ବେଷ୍ଟ ଫିନିଶର ଧୋନୀ

ମୁମ୍ବାଇ: ପୁଣି ହାରିଲା ମୁମ୍ବାଇ। ଛକ୍କା, ଚୌକା ମାରି ମ୍ୟାଚ୍‌ ଜିତାଇଲେ ବେଷ୍ଟ ଫିନିଶର ମହେନ୍ଦ୍ର ସିଂହ ଧୋନୀ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଚେନ୍ନାଇକୁ ୧୫୬ ରନ୍‌ର ଟାର୍ଗେଟ୍ ଦେଇଥିଲା। ଧୋନୀଙ୍କ ଫିନିଶିଂ ଶଟ ବଳରେ ଚେନ୍ନାଇ ୨୦ ଓଭର ଖେଳି ୭ ୱିକେଟ୍ ବିନିମୟରେ ଏହି ଟାର୍ଗେଟ ପୂରା କରିନେଇଛି।

ତେବେ ଆଜିର ମ୍ୟାଚ୍‌ରେ ମୁମ୍ବାଇ ଭଳି ଚେନ୍ନାଇ ବି ଓିକେଟ୍‌ରୁ ଖାତା ଖୋଲିଥିଲା। ପ୍ରଥମ ଓଭର ପ୍ରଥମ ବଲ୍‌ରେ ୱିକେଟ୍ ହରାଇଥିଲା ଦଳ। ମୁମ୍ବାଇ ପକ୍ଷରୁ ଡାନିଏଲ୍ ସାମ୍ସ ପ୍ରଥମ ବୋଲିଂ କରିବାକୁ ଆସିଥିବା ବେଳେ ଚେନ୍ନାଇ ପକ୍ଷରୁ ରବିନ ଉତ୍ଥପା ଓ ରୁତୁରାଜନ ଗାଏକ୍ୱାଡ଼ ଓପନିଂ କରିଥିଲେ। ସାମ୍ସ ତାଙ୍କର ପ୍ରଥମ ବଲ୍‌ରେ ହିଁ ରୁତୁରାଜ ଗାଏକ୍ୱାଡ଼(୦)ଙ୍କ ୱିକେଟ୍ ଯାଇଥିଲା। ଏହାପରେ ଲଗାତର ଗୋଟିଏ ପରେ ଗୋଟଏ ୱିକେଟ୍ ଖସିବାକୁ ଲାଗିଲେ।

ପୁଣି ୩ ଓଭର ଖେଳ ବେଳକୁ ପୁଣି ୱିକେଟ୍ ହରାଇଥିଲା ଚେନ୍ନାଇ। ୨.୩ ଓଭର୍‌ରେ ମିଚେଲ ସାଣ୍ଟେନର(୧୧) ଡାନିଏଲଙ୍କର ଦ୍ୱିତୀୟ ଶିକାର ହୋଇଥିଲେ। ଲଗାତର ଦୁଇଟି ୱିକେଟ୍ ପଡ଼ିବା ପରେ ଦଳ ଉପରେ ଚାପ ପଡ଼ିଥିଲା। ଏହାପରେ ତୃତୀୟ ୱିକେଟ ପାଇ ଆସିଥିବା ଅମ୍ବାତି ରାଇଡୁ ଉତ୍ଥାପାଙ୍କ ସହ ମିସି ଖେଳକୁ ୬୬ ରନ୍ ପର୍ଯ୍ୟନ୍ତ ଟାଣି ନେଇଥିଲେ। ଉଭୟଙ୍କ ମଧ୍ୟରେ ୩୯ ବଲ୍‌ରେ ୫୦ ରନ୍‌ ପାର୍ଟନର୍ସିପ ହୋଇଥିଲା। ହେଲେ ୮ ଓଭର ଖେଳ ଶେଷରେ ଉତ୍ଥାପାଙ୍କ ୱିକେଟ ଯାଇଥିଲା। ଉନଡକଡ ବଲ୍‌ରେ ବ୍ରେଭିସ୍‌ଙ୍କୁ କ୍ୟାଚ୍ ଦେଇଥିଲ ଉତ୍ଥାପା। ସେ ମାତ୍ର ୨୫ ବଲ୍‌ ଖେଳି ୩୦ ରନ୍ କରିଥିଲେ।

ଚୁତୁର୍ଥ ୱିକେଟ୍ ପାଇଁ ଶିବମ ଦୁବେ ରାଇଡୁଙ୍କ ସହ ମାତ୍ର ୩ ଓଭର ବ୍ୟାଟିଂ କରିବା ପରେ ୧୨.୫ ଓଭର ଆଉଟ ହୋଇଥିଲେ। ଶିବମ(୧୩)ଙ୍କ ୱିକେଟ୍ ବି ଡାନିଏଲନ୍‌ ସାମ୍ସ ନେଇଥିଲେ। ଏପଟେ ବ୍ୟାଟିଂ ଜାରି ଖିଥିଲେ ରାଇଡୁ। ତାଙ୍କୁ ସହଯୋଗ କରିବାକୁ ପଞ୍ଚମ ୱିକେଟ୍ ପାଇଁ ଆସିଥିଲେ କ୍ୟାପ୍ଟେନ୍ ରବୀନ୍ଦ୍ର ଜାଡ଼େଜା। ଦୁହେଁ ମାତ୍ର ୧୨ ବଲ୍‌ରେ ୧୪ ରନ୍‌ ପାର୍ଟନର୍ସିପ୍ କରିଥିବା ବେଳେ ଜାଡ଼େଜାଙ୍କ ହାତ ଛାଡ଼ିଥିଲେ ରାଇଡୁ। ଦଳ ପାଇଁ ସଂଘର୍ଷ କରୁଥିବା ରାଇଡୁ ଅର୍ଦ୍ଧଶତକ ପୂରା କରି ନପାରି ମାତ୍ର ୪୦ ରନ୍ କରି ଆଉଟ୍ ହୋଇଥିଲେ। ସେ ଡାନିଏଲ୍‌ଙ୍କର ତୃତୀୟ ଶିକାର ହୋଇଥିଲେ। ଏହି ସମୟରେ ଚେନ୍ନାଇ ୧୫.୩ ଓଭର ଖେଳି ୧୦୬ ରନ୍ କରିଥିବା ବେଳେ ୫ ୱିକେଟ ହରାଇସାରିଥିଲା। ପୁଣି ୧୫.୪ ଓଭର ବେଳେ ଜାଡ଼େଜା(୩)ଙ୍କ ୱିକେଟ୍ ନେଇଥିଲେ ମେରେଡିଥ୍।

ଶେଷ ଓଭରରେ ମ୍ୟାଚ୍ ଜିତିବାକୁ ୧୭ ରନ୍‌ର ଆବଶ୍ୟକତା ପଡ଼ୁଥିଲା। ପଡ଼ିଆରେ ଥିଲେ ବିଶ୍ୱର ବେଷ୍ଟ ଫିନିଶର ମହେନ୍ଦ୍ର ସିଂହ ଧୋନୀ ଓ ଡ୍ୱାଇନେ ପ୍ରିଟୋରିୟସ୍। ଶେଷ ଓଭର ବୋଲିଂ କରିବାକୁ ଆସିଥିବା ଉନଡକଟ ପ୍ରଥମ ବଲ୍‌ରେ ପ୍ରିଟୋରିୟସଙ୍କ ୱିକେଟ୍ ନେଇଥିଲେ। ପ୍ରିଟୋରିୟସ ଏଲ୍‌ବିଡବ୍ଲୁରେ ଆଉଟ୍ ହୋଇ ଥିବା ବେଳେ ମାତ୍ର ୧୪ ରନ୍‌ କରିଥିଲେ। ଏହାପରେ ଷ୍ଟ୍ରାଇକ୍‌କୁ ଆସିଥିବା ଧୋନୀ ଉନଡକଡଙ୍କର ତୃତୀୟ ବଲ୍‌କୁ ଛକ୍କା ଓ ଚତୁର୍ଥ ବଲ୍‌କୁ ଚୌକା ମାରିଥିଲେ।

ମ୍ୟାଚ୍ ରୋମାଞ୍ଚିତ ମୋଡ୍‌କୁ ଚାଲି ଆସିଥିଲା। ଚେନ୍ନାଇକୁ ମ୍ୟାଚ୍ ଜିତିବାକୁ ପାଇଁ ୨ ବଲ୍‌ରେ ଆଉ ୬ ରନର ଆବଶ୍ୟକତା ପଡ଼ୁଥିଲା। ଏହାପରେ ପଞ୍ଚମ ବଲ୍‌ରେ ଶୀଘ୍ର ଦୁଇ ରନ୍‌ ନେଇ ପୁଣି ଷ୍ଟ୍ରାଇକ୍‌କୁ ଆସିଥିଲେ ଧୋନୀ। ଫଳରେ ମାତ୍ର ୧ ବଲ୍‌ରେ ୪ ରନ୍ ଆବଶ୍ୟକ ଥିଲା। ଏହାପରେ ବିଶ୍ୱର ବେଷ୍ଟ ଫିନିଶର ତାଙ୍କ ଚମତ୍କାର ଦେଇଖାଇଥିଲେ। ଶେଷ ବଲ୍‌ରେ ଚୌକା ମାରି ମ୍ୟାଚ୍ ଜିତାଇଲେ ଫିନିଶର ଧୋନୀ। ଫଳରେ ଦଳ ୨୦ ଓଭର ଖେଳି ୭ ୱିକେଟ୍ ହରାଇ ୧୫୬ ରନ୍‌ର ଟାର୍ଗେଟ ପୂରା କରିନେଇଥିଲା।

ଚେନ୍ନାଇ ପକ୍ଷରୁ ଡାନିଏଲ୍ ସାମ୍ସ ସର୍ବାଧିକ ୪ ୱିକେଟ୍ ନେଇଥିଲେ। ସେହିପରି ରିଲେ ମେରିଡିଥ୍ ୧ ୱିକେଟ୍ ନେଇଥିବା ବେଳେ ଜୟଦେବ ଉନଡକଟ ଦୁଇଟି ୱିକେଟ୍ ନେଇଥିଲେ। ବୁମ୍ରା ଓ ହ୍ରିତିକ ଶୋକୀନ ୱିକେଟ୍ ନେବାରେ ବିଫଳ ହୋଇଥିଲେ।



from Prameya News7 https://ift.tt/nJINWkg
MI vs CSK: ପୁଣି ହାରିଲା ମୁମ୍ବାଇ, ଛକ୍କା, ଚୌକା ମାରି ମ୍ୟାଚ୍‌ ଜିତାଇଲେ ବେଷ୍ଟ ଫିନିଶର ଧୋନୀ MI vs CSK: ପୁଣି ହାରିଲା ମୁମ୍ବାଇ, ଛକ୍କା, ଚୌକା ମାରି ମ୍ୟାଚ୍‌ ଜିତାଇଲେ ବେଷ୍ଟ ଫିନିଶର ଧୋନୀ Reviewed by SUBHENDU BARAL on April 21, 2022 Rating: 5

No comments:

Powered by Blogger.