RR vs GT: ୩୭ ରନ୍‌ରେ ମ୍ୟାଚ୍ ଜିତିଲା ଗୁଜୁରାଟ ଟାଇଟନ୍ସ, ଫେଲ୍‌ ମାରିଲେ RR ବ୍ୟାଟ୍ସମ୍ୟାନ୍

ମୁମ୍ବାଇ: ଗୁଜୁରାଟ ଟାଇଟନ୍ସ ଠାରୁ ମ୍ୟାଚ୍ ହାରିଲା ରାଜସ୍ଥାନ ରୟାଲ୍ସ। ଗୁଜୁରାଟ ୧୯୩ ରନ୍‌ ଟାର୍ଗେଟ୍‌କୁ ପିଛା କରି ରାଜସ୍ଥାନ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୫୫ ରନ୍‌ କରିପାରିଛି। ଫଳରେ ଗୁଜୁରାଟ ଏହି ମ୍ୟାଚ୍‌କୁ ୩୭ ରନ୍‌ରେ ଜିତି ନେଇଛି। ରାଜସ୍ଥାନ ପକ୍ଷରୁ ଜସ୍ ବଟଲରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରି ନଥିଲେ। ବଟଲର ୫୪ ରନ୍ କରିଥିବା ବେଳେ ତାଙ୍କ ପଛକୁ ଶିମ୍ରନ ହେଟମାୟର ସର୍ବାଧିକ ୨୯ ରନ୍ କରିଥିଲେ।

ଟାର୍ଗେଟ୍ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ରାଜସ୍ଥାନ ରୟାଲ୍ସ ମଧ୍ୟ ଗୁଜୁରାଟ ଭଳି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଦଳ ପ୍ରଥମ ଓଭରରୁ ହିଁ ୱିକେଟ୍ ହରାଇଥିଲା।

Image

ଜସ୍ ବଟଲର ଓ ଦେବଦୂତ ପାଡିକ୍କଲ ଓପନିଂ କରିବାକୁ ଆସିଥିଲେ ମଧ୍ୟ ପାଡିକ୍କଲଙ୍କ ଖାତା ନ ଖୋଲି ୟଶ ଦୟାଲଙ୍କ ବଲ୍‌ରେ ଆଉଟ୍ କ୍ୟାଚ୍‌ଆଉଟ୍ ହୋଇଥିଲେ। ଶୁଭମନ ଗିଲ୍‌ ତାଙ୍କ କ୍ୟାଚ୍ ଧରିଥିଲେ। ଏହାପରେ ଦ୍ୱିତୀୟ ୱିକେଟ୍ ପାଇଁ ଆସିଥିଲେ ଆର୍‌.ଅଶ୍ୱନୀ। ସେ ମଧ୍ୟ ବେଶି ସମୟ ତିଷ୍ଟି ପାରି ନଥିଲେ। ଲକି ଫର୍‌ଗୁସନଙ୍କ ବଲ୍‌ରେ ଡେଭିଡ୍ ମିଲରଙ୍କ ହାତକୁ କ୍ୟାଚ୍ ଦେଇ ସେ ବି ଆଉଟ୍ ହୋଇଥିଲେ। ଆଉଟ ହେବା ପୂର୍ବରୁ ଅଶ୍ୱନୀ ୮ ବଲ୍‌ରେ ୮ ରନ୍ କରିଥିଲେ।

ଏପଟେ ଜେମ୍ସ ବଟଲର ଧୂଆଁଦାର ବ୍ୟାଟିଂ କରି ଅର୍ଦ୍ଧ ଶତକ ପୂରା କରିଥିଲେ। ହେଲେ ୬ ଓଭର ଖେଳ ବେଳେ ତାଙ୍କ ୱିକେଟ୍ ବି ଯାଇଥିଲା। ବଟଲର୨୪ ବଲ୍‌ ଖେଳି ୫୪ ରନ୍ କରି ଫରଗୁସନଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ସେତେବେଳେ ଦଳ ୬ ଓଭରେ ୩ ୱିକେଟ୍ ହରାଇ ୪୯ ରନ୍ କରିଥିଲା। ପୁଣି ୭ ଓଭର ଖେଳ ବେଳକୁ ସଞ୍ଜୁ ସାମସନଙ୍କ ୱିକେଟ୍ ପଡ଼ିଥିଲା। ତାଙ୍କୁ ରନ୍‌ଆଉଟ୍ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସଞ୍ଜୁ ୧୧ ବଲ୍‌ ଖେଳି ୧୧ ରନ୍ କରିପାରିଥିଲେ।

Image

ଏହାପରେ ରାସିଏ ଭାନ ଦେର ଡୁସେନ୍(୧୦ ବଲ୍ ୬ ରନ୍) ୟଶ ଦୟାଲଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଦଳ ୧୨ ଓଭର ବେଳକୁ ଦଳ ୫ ୱିକେଟ୍ ହରାଇ ୧୦୫ ରନ୍ କରିଥିଲା। ମ୍ୟାଚ୍ ଜିତିବାକୁ ହେଲେ ୪୬ ବଲ୍‌ରେ ୮୩ ରନ୍‌ର ଆବଶ୍ୟକତା ପଡ଼ୁଥିଲା। ହେଲେ ଓଭରର ଶେଷ ବଲ୍‌ରେ ପୁଣି ଶିମ୍ରନ ହେଟମାୟରଙ୍କ ୱିକେଟ ପଡ଼ିଥିଲା। ତାଙ୍କ ୱିକେଟ୍ ନେଇଥିଲେ ମହମ୍ମଦ ଶାମୀ। ରାହୁଲ ତେୱାତିଆଙ୍କ ହାତକୁ କ୍ୟାଚ୍ ଦେବା ପୂର୍ବରୁ ହେଟମାୟର ୧୭ ବଲ୍ ଖେଳି ୨୯ ରନ୍ କରିଥିଲେ।

ହେଟମାୟାରଙ୍କ ପରେ ରିୟାନ ପରାଗ ଓ ଜେମ୍ସ ନୀଶାମ ବ୍ୟାଟିଂ ଜାରି ରଖିଥିଲେ। ୧୫ ଓଭରେ ୬ ୱିକେଟ୍ ହରାଇ ଦଳ ୧୩୦ ରନ୍ କରିଥିଲା। ପୁଣି ୧୬ ଓଭରରେ ରିୟାନ ପରାଗଙ୍କ ୱିକେଟ୍ ପଡ଼ିଥିଲା। ରିୟାନ ୧୬ ବଲ୍‌ରେ ୧୮ ରନ୍ କରି ଫରଗୁସନଙ୍କ ବଲ୍‌ରେ ଶୁଭମନ ଗିଲଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ଦଳ ୧୩୮ ରନ୍‌ରେ ୭ ୱିକେଟ ହରାଇଥିଲା। ପୁଣି ୧୭.୨ ଓଭରରେ ହାର୍ଦ୍ଦିକ୍ ପାଣ୍ଡ୍ୟା ଜେମ୍ସ ନୀଶାମଙ୍କ ୱିକେଟ୍ ନେଇଥିଲେ। ନୀଶାମ ୧୫ ବଲ୍ ଖେଳି ୧୭ ରନ୍ କରିଥିଲେ।

Image

ଏହି ସମୟରେ ଜିତିବା ପାଇଁ ୧୨ ବଲ୍‌ରେ ୪୪ ରନ୍‌ର ଆବଶ୍ୟକତା ଥିଲା। ବ୍ୟାଟିଂ ଜାରି ରଖିଥିଲେ ପ୍ରସିଦ୍ଧ କ୍ରୀଷ୍ଣା ଓ ୟୁଜବେନ୍ଦର ଚହଲ। ୬ ବଲ୍‌ରେ ୪୦ ରନର ଆବଶ୍ୟକତା ପଡ଼ୁଥିବା ବେଳେ ଶେଷ ଓଭର ୩ ବଲ୍‌ରେ ୟୁଜବେନ୍ଦର ଚହଲଙ୍କ ୱିକେଟ୍ ପଡ଼ିଥିଲା। ସେ ମାତ୍ର ୫ ରନ୍ କରିଥିଲେ। ତାଙ୍କ ୱିକେଟ୍‌ ନେଇଥିଲେ ୟଶ ଦୟାଲ। ଶେଷରେ ଦଳ ୨୦ ଓଭର ଖେଳି ୯ ୱିକେଟ୍ ବିନିମୟରେ ମାତ୍ର ୧୫୫ ରନ୍‌ ହିଁ କରିପାରିଥିଲା।

ଗୁଜୁରାଟ ପକ୍ଷରୁ ଫର୍ଗୁସନ ୩ଟି ୱେକେଟ୍ ନେଇଥିବା ବେଳେ ୟଶ ଦୟାଲ-୩, ମହମ୍ମଦ ଶାମୀ-୧ ଓ ପାଣ୍ଡ୍ୟା ୨ ୱିକେଟ୍ ନେଇଛନ୍ତି।



from Prameya News7 https://ift.tt/vnpOmE7
RR vs GT: ୩୭ ରନ୍‌ରେ ମ୍ୟାଚ୍ ଜିତିଲା ଗୁଜୁରାଟ ଟାଇଟନ୍ସ, ଫେଲ୍‌ ମାରିଲେ RR ବ୍ୟାଟ୍ସମ୍ୟାନ୍ RR vs GT: ୩୭ ରନ୍‌ରେ ମ୍ୟାଚ୍ ଜିତିଲା ଗୁଜୁରାଟ ଟାଇଟନ୍ସ, ଫେଲ୍‌ ମାରିଲେ RR ବ୍ୟାଟ୍ସମ୍ୟାନ୍ Reviewed by SUBHENDU BARAL on April 14, 2022 Rating: 5

No comments:

Powered by Blogger.