ଭୁବନେଶ୍ୱର ୧୪/୦୪ : ଖରାଦିନରେ ସବୁଠାରୁ ଭଲ ଦେଶୀ ପାନୀୟ ମଧ୍ୟରୁ ଛତୁ ସର୍ବତ୍ ଅନ୍ୟତମ। ଛତୁ ସର୍ବତ ପିଇଲେ ଶରୀର ଥଣ୍ଡା ରହିବା ସହିତ ଅଂଶୁଘାତ ହେବାର ସମ୍ଭାବନା ମଧ୍ୟ ବହୁତ କମ୍ ଥାଏ। ଏହା ପିଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ ଓ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ। ତାହେଲେ ଡେରି ନକରି ଆସନ୍ତୁ ଜାଣିବା କିପରି ସହଜ ତରିକାରେ ଘରେ ଛତୁ ସର୍ବତ ତିଆରି କରିବା ।
ଆବଶ୍ୟକ ଉପକରଣ :~ ୩୦୦ ଗ୍ରାମ୍ ଚଣା, ୫ଗ୍ରାମ୍ ଜୀରା
ବୁଟକୁ ଛତୁ କରିବା ପାଇଁ ପ୍ରଥମେ ବୁଟକୁ ଏକ ଘଣ୍ଟା ପାଇଁ ପାଣିରେ ଭିଜାଇ ଦିଅନ୍ତୁ। ଏହା ପରେ ବୁଟକୁ ଶୁଖିବା ପାଇଁ ଖରାରେ ଶୁଖାଇ ଦିଅନ୍ତୁ। ଯେତେବେଳେ ବୁଟ ଶୁଖିଯିବ ଏହାକୁ ଭଲ ଭାବେ କରେଇରେ ଭାଜି ଦିଅନ୍ତୁ। ବୁଟ ଭାଜିବା ସମୟରେ ଲକ୍ଷ କରନ୍ତୁ ଏହାର ଚେପା ଧିରେ ଧିରେ ବାହାରିବ। ଏବେ ଏହାକୁ ଆଣି କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ିଦିଅନ୍ତୁ। ଥଣ୍ଡା ହେବାପରେ ଏହାର ଚୋପା ବାହାର କରି ଦିଅନ୍ତୁ।
ଏହାପରେ କିଛି ଜିରାକୁ ଭାଜି ଦିଅନ୍ତୁ। ପରେ ଗ୍ରାଇଣ୍ଡରରେ ଅଳ୍ପ ଜିରା ଓ ରଖା ହୋଇଥିହା ବୁଟକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ୍ କରି ଦିଅନ୍ତୁ। ଏବେ ଆପଣଙ୍କର ସ୍ୱାଦିଷ୍ଟ ବୁଟଛତୁ ତିଆରି ହୋଇଗଲା। ଏହାକୁ ଆପଣ ଖରା ସମୟରେ ସର୍ବତ କରି ନିଜେ ପିଇ ପାରିବେ ଓ ଅନ୍ୟମାନଙ୍କୁ ଦେଇ ଏହାର ମଜା ନେଇ ପାରିବେ ।
from Prameya News7 https://ift.tt/MaKL1mj

No comments: