ମେଷ:~ ମନ ପ୍ରଶନ୍ନ ରହିବ, କିନ୍ତୁ କଥା ବାର୍ତ୍ତାରେ ଧ୍ୟାନ ଦିଅନ୍ତୁ। ଶୈକ୍ଷିକ କାର୍ଯ୍ୟରେ ସଚେତନ ରୁହନ୍ତୁ। ବନ୍ଧୁଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ। ବ୍ୟବସାୟ ବଢ଼ିବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାର ସହଯୋଗ ମିଳିବ। ପରିବାରରେ ଧାର୍ମିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି। ଭାଇମାନଙ୍କ ଭିତରେ ମତାନ୍ତର ହୋଇପାରେ । କାର୍ଯ୍ୟକ୍ଷେତ୍ର ସ୍ଥିତିରେ ସୁଧାର ହେବ।
ବୃଷ:~ ଶୈକ୍ଷିକ କାର୍ଯ୍ୟରେ ସୁଧାର ଆସିବ। ବୌଦ୍ଧିକ କାର୍ଯ୍ୟରେ ବ୍ୟବସ୍ଥା ବଢ଼ିପାରେ । ଆୟ ବଢ଼ିବ। କୌଣସି ସାଙ୍ଗର ସହଯୋଗରେ ଚାକିରି ମିଳିପାରେ । ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆତ୍ମବିଶ୍ୱାସି ହେବେ। କଥା ବାର୍ତ୍ତାରେ ସୁନ୍ଦରତା ରହିବ। କିନ୍ତୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମନ ଶାନ୍ତ ରହିବ।
ମିଥୁନ:~ମାନସିକ ଶାନ୍ତି ମିଳିବ। ଘରେ ଓ ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ପରିବାରରେ ସୁଖ ସୁବିଧା ବଢ଼ିପାରେ । ଆୟ ବଢ଼ିପାରେ। ଶୈକ୍ଷିକ କାର୍ଯ୍ୟରେ ସଫଳ ହେବେ। ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। କୌଣସି ବନ୍ଧୁଙ୍କ ସାହାଜ୍ୟରେ ଆୟର ଉତ୍ସ ବିକସିତ ହୋଇପାରେ। ଯାତ୍ରା କଷ୍ଟମୟ ହେବ।
କର୍କଟ:~ବାପା ମାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ସଫଳତାର ମାର୍ଗ ପ୍ରଶସ୍ତ ହେବ। ଶୈକ୍ଷିକ କାର୍ଯ୍ୟରେ ସୁଧାର ଆସିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆତ୍ମ ବିଶ୍ୱାସ ବଢ଼ିବ। ସ୍ୱଭାବରେ ବିରକ୍ତିକର ମନୋଭାବ ଦେଖାଦେଇପାରେ । ସନ୍ତାନଙ୍କୁ କଷ୍ଟ ହେବ। ମନରେ ଶାନ୍ତି ଓ ପ୍ରଶନ୍ନତା ରହିବ। ବନ୍ଧୁଙ୍କ ସହିତ ଦେଖା ହେବ।
ସିଂହ:~ଆତ୍ମ ବିଶ୍ୱାସ କମିବ। ଚାକିରିରେ ଉନ୍ନତିର ଅବସର ମିଳିବ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି । ଭାଇ ଭଉଣୀଙ୍କ ସହଯୋଗ ମିଳିବ। ଉପହାରରେ ପୋଷାକ ମିଳିପାରେ। କଠିନତାର ସାମ୍ନା କରିବାକୁ ପଡ଼ିପାରେ । ବିବାଦରୁ ଦୁରେଇ ରୁହନ୍ତୁ।
କନ୍ୟା:~ସଞ୍ଜତ ରୁହନ୍ତୁ। ଅଧିକ କ୍ରୋଧ ଓ ଆବେଗରୁ ଦୁରେଇ ରୁହନ୍ତୁ। ମାନସିକ ଚିନ୍ତାରେ ରହିପାରନ୍ତି । ଅତ୍ୟଧିକ ଉତ୍ସାହିତ ହୁଅନ୍ତୁ ନାହିଁ। ଶୈକ୍ଷିକ କାର୍ଯ୍ୟ ପାଇଁ କୌଣସି ସ୍ଥାନକୁ ଯାଇ ପାରନ୍ତି। ସ୍ୱଭାବରେ ଚିଡ଼୍ଚିଡ଼ା ପଣ ଦେଖାଦେଇ ପାରେ। ଚାକିରି ଓ କାର୍ଯ୍ୟ କ୍ଷେତ୍ର ପରିବର୍ତ୍ତନ ହୋଇପାରେ ।
ତୁଳା:~ ମାନସିକ ଶାନ୍ତି ରହିବ। ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । ଆୟ କମ୍ ଓ ଖର୍ଚ୍ଚ ଅଧିକ ହୋଇପାରେ। କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନ ବାହନ ସୁଖ ବଢ଼ିବ। ଅଦରକାରି ଖର୍ଚ୍ଚ ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ କଠିନତା ଆସିପାରେ । ସଞ୍ଚିତ ଧନ କମ ହୋଇପାରେ।
ବିଛା:~ ଆତ୍ମବିଶ୍ୱାସ ରହିବ। ପୁରୁଣା ସାଙ୍ଗଙ୍କ ସହିତ ପୁଣିଥରେ ସମ୍ପର୍କ ହୋଇପାରେ। ମାଆଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଜୀବନସାଥୀଙ୍କର ସହଯୋଗ ମିଳିବ। ଜୀବନଶୈଳି କଷ୍ଟକର ହୋଇପାରେ। ମନ ଅଶାନ୍ତ ରହିବ। ରୋଜଗାର ଉତ୍ସ ସୃଷ୍ଟିହେବ। ଲଙ୍ଗ ଡ୍ରାଇଭରେ ଯାଇପାରନ୍ତି।
ଧନୁ:~ ସଞ୍ଜତ ରୁହନ୍ତୁ। ଅଯଥା ବାଦ ବିବାଦରୁ ଦୁରେଇ ରୁହନ୍ତୁ। ମନରେ ନିରାଶ ଓ ଅସନ୍ତୋଷ ଭାବ ରହିବ। ପରିବାରର କୌଣସି ବୟସ୍କା ମହିଳାଙ୍କ ଠାରୁ ଧନ ପ୍ରାପ୍ତି ହେବାର ସୁଯୋଗ ରହିଛି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମନ ଅଶାନ୍ତ ରହିବ। ସ୍ୱଭାବରେ ଚିଡ଼୍ଚିଡ଼ା ପଣ ରହିପାରେ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ।
ମକର:~ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ଚାକିରି ପରିବର୍ତ୍ତନ ହେବାର ସୂଯୋଗ ରହିଛି। ଅନ୍ୟ କୌଣସି ଦୂର ଜାଗାକୁ ଯାଇ ପାରନ୍ତି। ବାପା ମାଆଙ୍କ ସହଯୋଗ ମିଳିବ। ବ୍ୟବସାୟ ସ୍ଥିତିରେ ସୁଧାର ଆସିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚିନ୍ତା ମୁକ୍ତ ରୁହନ୍ତୁ ।
କୁମ୍ଭ:~ମନ ଅଶାନ୍ତ ରହିବ । ସାଙ୍ଗମାନଙ୍କର ସହଯୋଗ ମିଳିବ। ପରିବାର ସହିତ ଯାତ୍ରା କରିପାରନ୍ତି । ଖର୍ଚ୍ଚ ଅଧିକ ହେବ। ସାଙ୍ଗମାନଙ୍କର ସହଯୋଗ ମିଳିବ। ଦାମ୍ପତ୍ୟ ସୁଖ ବଢ଼ିବ । ଧର୍ମ କର୍ମରେ ରୁଚି ବଢ଼ିବ। ଆତ୍ମ ବିଶ୍ୱାସ ରହିବ। ସଙ୍ଗୀତ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ଛୋଟ ପିଲାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ।
ମୀନ:~ଆତ୍ମ ବିଶ୍ୱାସ ବଢ଼ିବ। ପଢ଼ାପଢ଼ି କ୍ଷେତ୍ରରେ ରୁଚି ବଢ଼ିବ। କିନ୍ତୁ ନିଜ ଭାବନାକୁ ନିୟନ୍ତ୍ରଣ କରନ୍ତୁ। ଛୋଟ ପିଲାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ଉନ୍ନତି ସୁଯୋଗ ରହିଛି। କିନ୍ତୁ କୌଣସି ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିପାରେ। ସ୍ୱଭାବରେ ଚିଡ଼ଚିଡ଼ା ପଣ ରହିବ ।
from Prameya News7 https://ift.tt/MzoK7Hf

No comments: