କରୋନା ଆତଙ୍କ ଥମିବାର ନାଁ ଧରୁନି। ଏବେ କରୋନାର ଚତୁର୍ଥ ଲହର କିଛି ରାଜ୍ୟରେ ପ୍ରଭାବ ଦେଖାଇବା ଆରମ୍ଭ କରି ଦେଇଛି। ଯାହାକି ବଡ଼ ଲୋକଙ୍କ ସହ ପିଲାଙ୍କୁ ବେଶ୍ ପ୍ରଭାବିତ କରିବାରେ ଲାଗିଛି । କରୋନାର ନୂଆ ଲହରରେ ପିଲାଙ୍କ ଭିତରେ ମୁଖ୍ୟତଃ ଗୋଟାଏ ଗୁଣ ବେଶି ଦେଖିବାକୁ ମିଳୁଛି । ଯାହାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ ।
କରୋନା କାଳରେ ଯଦି ଆପଣଙ୍କ ପିଲାର ଡାଇରିଆ ହେଉଛି ବା ପେଟ ଦରଜ ହେଉଛି ତାହାଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ଏହାଛଡ଼ା ପିଲାଙ୍କ ଶରୀରରେ ଆହୁରି ଅନେକ ଗୁଡ଼ାଏ ଲକ୍ଷଣ ଦେଖାଯାଏ । ଜ୍ୱର ହେବା, ତଣ୍ଟି ଦରଜ ଲାଗିବା, ଶୁଖିଲା କାଶ ହେବା, ଥକ୍କା ଲାଗିବା, ନିଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବା, ନାକରୁ ପାଣି ବୋହିବା, ଥଣ୍ଡା ଲାଗିବା, ମୁଣ୍ଡ ବିନ୍ଧା ହେବା, ବାନ୍ତି ଲାଗିବା, ଓ ମାଂସପେଶୀ ଦରଜ ହେବା ଆଦି କରୋନାର ଲକ୍ଷଣ ବୋଲି ସ୍ୱାସ୍ଥ୍ୟ ଗବେଷକମାନେ କହୁଛନ୍ତି।
ତେବେ ପିଲାଙ୍କ ଶରୀରରେ କରୋନାର ଏସବୁ ଲକ୍ଷଣ ଦେଖାଗଲେ ଆଦୌ ଅଣଦେଖା କରନ୍ତୁ ନାହିଁ। ଏପରିକି ବିଶେଷ ବିବ୍ରତ ହେବାର ମଧ୍ୟ କୌଣସି ଆବଶ୍ୟକତାଦ ନାହିଁ। କାରଣ ଏହା କରୋନାର ଭୟଙ୍କର ଲହର ନୁହେଁ। ମାତ୍ର ସଚେତନତାର ଆବଶ୍ୟକତା ଥିବା ଗବେଷକମାନେ କହିଛନ୍ତି। ଯାହାବି ହେଉ ଦେଶରେ କରୋନା ଗ୍ରାଫ୍ ଉପର-ତଳ ହେବାରେ ଲାଗିଛି। କମିବା ପରେ ପୁଣି କରୋନା ସଂକ୍ରମଣ ବଢିବା ଆରମ୍ଭ ହୋଇଯାଇଛି । ଏବେଠୁ ସତର୍କତା ହେବାର ଆବଶ୍ୟକତା ରହିଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/YSZ2qvx
No comments: