ଭୟଙ୍କର ହେଉଛି ରୁଷ-ୟୁକେନ୍ ଯୁଦ୍ଧ : ୟୁକ୍ରେନର ମାରିୟୁପୋଲ ସହର ଉପରେ ରୁଷ ରସାୟନିକ ଆକ୍ରମଣ କରିଥିବା ଅଭିଯୋଗ; ଶ୍ୱାସକ୍ରିୟାରେ କଷ୍ଟ ଅନୁଭବବ କରୁଛନ୍ତି ଲୋକେ Kanak News

କନକ ବ୍ୟୁରୋ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୪୯ ଦିନରେ ପହଂଚିଛି । ଏହାରି ମଧ୍ୟରେ ରୁଷ ମାରିୟୁପୋଲରେ ଜୋରଦାର ଆକ୍ରମଣ ଚାଲିଛି । ମାରିୟୁପୋଲରେ ରୁଷ ରାସାୟନିକ ଅସ୍ତ୍ର ବ୍ୟବହାର କରିଛି ବୋଲି ଦାବି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ୟୁକ୍ରେନର ଏଜୋବ୍ ରେଜିମେଂଟ ରିପୋର୍ଟ ଆଧାରରେ ଜେଲେନସ୍କି ଏପରି ଅଭିଯୋଗ କରିଛନ୍ତି । ୩ ଜଣ ସୈନିକ କୌଣସି ବିଷାକ୍ତ ପଦାର୍ଥ ସଂସ୍ପର୍ଶରେ ଆସି ସଙ୍କଟାପନ୍ନ ହୋଇଛନ୍ତି ।
ରୁଷ ସେନା ମାରିୟୁପୋଲର ଏକ ବିଶାଳ ପ୍ଲାଂଟରେ ଡ୍ରୋନ୍ ଆକ୍ରମଣ ସମୟରେ ବିଷାକ୍ତ ପଦାର୍ଥ ପକାଇଥିବା ଅଭିଯୋଗ ହୋଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରୁଷ ଫସଫରସ ବାରୁଦ ବ୍ୟବହାର କରିଛି । ଅଷ୍ଟ୍ରେଲିଆ ଓ ଆମେରିକା ଏହି ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ମାରିୟୁପୋଲରେ ରୁଷ ଆକ୍ରମଣ ଯୋଗୁ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ମାରିୟୁପୋଲ ମେୟର କହିଛନ୍ତି । ଆଗକୁ ଏହି ସଂଖ୍ୟା ୨୦ ହଜାର ଟପିବ ବୋଲି ସେ ଆଶଙ୍କା କରିଛନ୍ତି । ଯୁଦ୍ଧ ଆରମ୍ଭରୁ ମାରିୟୁପୋଲ ଉପରେ ବାରମ୍ବାର ଆକ୍ରମଣ କରୁଛି ରୁଷ ସେନା ।
ୟୁକ୍ରେନ୍ର ଉପ ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମଲିଲାର କହିଛନ୍ତି, ସରକାର ଏ ଦିଗରେ ଅଧିକ ତଦନ୍ତ କରୁଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ରୁଷ୍ ସେନା ଫସଫରସ ବାରୁଦ ବ୍ୟବହାର କରିଛି । ମାରିୟୁପୋଲ୍ରେ ରୁଷ୍ ଆକ୍ରମଣ ଯୋଗୁଁ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ମାରିୟୁପୋଲ୍ ମେୟର କହିଛ ନ୍ତି। ଆଗକୁ ଏହି ମୃତ୍ୟୁସଂଖ୍ୟା ୨୦ ହଜାର ଟପିଯିବ ବୋଲି ସେ କହିଛନ୍ତି। ୪୮ ଦିନର ଯୁଦ୍ଧ ମଧ୍ୟରେ ୧୯ ହଜାରରୁ ଅଧିକ ରୁଷ୍ ସୈନିକ ନିପାତ ହୋଇଛନ୍ତି । ରୁଷ୍ ସେନା ମଙ୍ଗଳବାର ସୁଦ୍ଧା ମାରିୟୁପୋଲ୍ ସହରକୁ ନିୟନ୍ତ୍ରଣ କରିବାପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏହି ଲକ୍ଷ୍ୟ ହାସଲ ହୋଇନାହିଁ ।
The post ଭୟଙ୍କର ହେଉଛି ରୁଷ-ୟୁକେନ୍ ଯୁଦ୍ଧ : ୟୁକ୍ରେନର ମାରିୟୁପୋଲ ସହର ଉପରେ ରୁଷ ରସାୟନିକ ଆକ୍ରମଣ କରିଥିବା ଅଭିଯୋଗ; ଶ୍ୱାସକ୍ରିୟାରେ କଷ୍ଟ ଅନୁଭବବ କରୁଛନ୍ତି ଲୋକେ first appeared on Kanak News.
from Kanak News https://ift.tt/xLiNXAj https://ift.tt/NOIPRiT
No comments: