ପୁଣେ ୧୩।୦୪: ରୋହିତ ଶର୍ମା ଆଉ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଟି-୨୦ରେ ୧୦ ହଜାର ପୂରଣ କରିଛନ୍ତି। ବିରାଟ କୋହଲିଙ୍କ ପରେ ଏହି ସଫଳତା ହାସଲ କରିବାରେ ସେ ଦ୍ଵିତୀୟ ଭାରତୀୟ ଖେଳାଳି। ଆଇପିଏଲ ୨୦୨୨ର ୨୩ତମ ମୁକାବିଲାରେ ମୁମ୍ଵାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ପଞ୍ଜାବ କିଙ୍ଗ୍ସ ବିରୋଧରେ ଏହି ସଫଳତା ହାସଲ କରିଛନ୍ତି। ମ୍ୟାଚରେ ୨୫ ରନ କରିବା ମାତ୍ରେ ସେ ଦଶ ହଜାର ରନ ପୂରଣ କରିଛନ୍ତି। ଏହା ପରେ ରୋହିତ ୨୮ ରନ କରି ଆଉଟ୍ ହୋଇଛନ୍ତି। ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ହରାଇ ୧୯୮ ରନ କରିଛନ୍ତି। ମୁମ୍ଵାଇ ପାଇଁ ଏହି ମ୍ୟାଚ୍ ମହତ୍ଵପୂର୍ଣ୍ଣ ରହିଛି।
ରୋହିତ ୩୬୨ ଇନିଂସରେ ୧୦ ହଜାର ରନ ପୂରଣ କରିଛନ୍ତି। ବିରାଟ କୋହଲି ୨୯୯ ଇନିଂସରେ ଏହି ସଫଳତା ହାସଲ କରିଥିଲେ। ଅର୍ଥାତ ରୋହିତ କୋହଲିଙ୍କଠୁ ୬୩ ଇନିଂସ ଅଧିକ ଖେଳିଛନ୍ତି। ରୋହିତ କାଗିସୋ ରାବଡାଙ୍କ ବଲରେ ଛକା ମାରି ୧୦ ହଜାର ରନ ଛୁଇଁଥିଲେ। ତେବେ ସେ ପରବର୍ତ୍ତୀ ବଲରେ ସେ ଆଉଟ୍ ହୋଇଥିଲେ। ରୋହିତ ୧୭ ବଲରୁ ୨୮ ରନ କରିଥିଲେ। ଏଥିରେ ୩ ଚୌକା ଏ ବଂ ୨ ଛକା ସାମିଲ।
ଟି-୨୦ରେ ସବୁଠୁ ଦ୍ରୁତ ୧୦ ହଜାର ରନ କରିବାର ରେକର୍ଡ ଓ୍ଵେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ନାମରେ ରହିଛି। ସେ ୨୮୫ ଇନିଂସରେ ଏହି କାରନାମା କରିଥିଲେ। ରୋହିତଙ୍କ ପୂର୍ବରୁ ଗେଲ, କୋହଲି, ଅଷ୍ଟ୍ରେଲିଆର ଡେଭିଡ୍ ଓ୍ଵାର୍ଣ୍ଣର, ଆରୋନ ଫିଞ୍ଚ, ପାକିସ୍ତାନର ସୋଏବ ମଲିକ ଏବଂ କିରଣ ପୋଲାର୍ଡ।
ଟି-୨୦ରେ ସର୍ବାଧିକ ରନହାଲକାରୀ ବ୍ୟାଟସମ୍ୟାନ
୧ - କ୍ରିସ୍ ଗେଲ(ଓ୍ଵେଷ୍ଟଇଣ୍ଡିଜ)- ୧୪୫୬୨
୨ - ସୋଏବ ମଲିକ(ପାକିସ୍ତାନ)- ୧୧୬୯୮
୩ - କିରେନ ପୋଲାର୍ଡ(ଓ୍ଵେଷ୍ଟଇଣ୍ଡିଜ)- ୧୧୪୭୪
୪ - ଆରୋନ ଫଞ୍ଚ(ଅଷ୍ଟ୍ରେଲିଆ)- ୧୦୪୯୯
୫ - ବିରାଟ କୋହଲି(ଭାରତ)- ୧୦୩୭୯
୬ - ଡେଭିଡ୍ ଓ୍ଵାର୍ଣ୍ଣର(ଅଷ୍ଟ୍ରେଲିଆ)- ୧୦୩୭୩
୭ - ରୋହିତ ଶର୍ମା(ଭାରତ)- ୧୦୦୦୩
from Prameya News7 https://ift.tt/knfhwiV

No comments: