ଇଲେକ୍ଟ୍ରି ଗାଡିରେ ନିଆଁ ଲାଗିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଚେତାବନୀ । ଏଣିକି କମ୍ପାନି ଗଣିବେ ତଣ୍ଡ । Kanak News

କନକ ବ୍ୟୁରୋ : ଦେଶରେ ଇଲେକ୍ଟ୍ରି ଗାଡିରେ ଲାଗୁଥିବା ନିଆଁ ଘଟଣାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବେଶ ଗମ୍ଭୀରତାର ସହ ନେଇଛନ୍ତି । ଗାଡିରେ ନିଆଁ ଲାଗୁଥିବା ଘଟଣା ବେଶ ଦୁଭାଗ୍ୟପୂର୍ଣ୍ଣ ବୋଲି ଗଡକରୀ କହିଛନ୍ତି । କିନ୍ତୁ ଏଣିକି ଗାଡି ନିର୍ମାଣରେ ବେପରୁଆ ମନୋଭାବ ଦେଖାଇଲେ ଉକ୍ତ କମ୍ପାନି ଉପରେ ଜରିମାନା ଲଗାଯିବ ବୋଲି ଗଡକରୀ କହିଛନ୍ତି । ଏହାଛଡା ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଘୋଷଣା କରାଯାଇଛି । ଯେଉଁ କମିଟି ଇଲେକ୍ଟି ଗାଡିରେ ନିଆଁ ଲାଗିବା ଘଟଣା ଉପରେ ତର୍ଜମା କରିବା ସହ ଏହାକୁ କିଭଳି ରୋକାଯାଇପାରିବ ସେ ଦିଗରେ ପରାମର୍ଶ ଦେବେ । ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବ କମିଟି । ଏହି ରିପୋର୍ଟ ଆଧାରରେ ଇଲେକ୍ଟ୍ରି ଗାଡି ଗୁଡିକ ନିର୍ମାଣ କରାଯିବ ।
Several mishaps involving Electric Two Wheelers have come to light in last two months. It is most unfortunate that some people have lost their lives and several have been injured in these incidents.
— Nitin Gadkari (@nitin_gadkari) April 21, 2022
କେବଳ ଏତିକି ନୁହେଁ ନୀତିନ ଗଡକରୀ କହିଛନ୍ତି, ଯେଉଁ କମ୍ପାନିର ଗାଡି ଗୁଡିକରେ ଜ୍ଞାନକୌଶଳରେ ଦୋଷ ତ୍ରୁଟି ରହିଛି ସେହି କମ୍ପାନି ଗୁଡିକ ଇଲେକ୍ଟ୍ରି ଗାଡି ବଜାରରୁ ଫେରାଇ ନିଅନ୍ତୁ । ଗତ କିଛି ଦିନ ପୂର୍ବେ ଏକ ନିର୍ଦ୍ଦିଷ୍ଟ କମ୍ପାନିର ୨୦ଟି ଗାଡିରେ ନିଆଁ ଲାଗିବାର ଭିଡ଼ିଓ ଭାଇରାଲ ହୋଇଥିଲା । ତେବେ ଏହି ମାମଲାରେ କାହାର ମୃତ୍ୟୁ ହୋଇନାହିଁ ।
The post ଇଲେକ୍ଟ୍ରି ଗାଡିରେ ନିଆଁ ଲାଗିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଚେତାବନୀ । ଏଣିକି କମ୍ପାନି ଗଣିବେ ତଣ୍ଡ । first appeared on Kanak News.
from Kanak News https://ift.tt/9b0KASL https://ift.tt/QRhqzCn
No comments: