କନକ ବ୍ୟୁରୋ : କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୋଟିସ । ରାଜ୍ୟ କଂଗ୍ରେସର ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି ବୋଲି ସୁର ନିକଟରେ ମନ୍ତବ୍ୟ ଦେଇଥିଲେ । ଆଉ ଏହି ମନ୍ତବ୍ୟ ପରେ ସୁରଙ୍କଠାରୁ ଜବାବ ମାଗିଛନ୍ତି ପିସିସି ସଭାପତି ।
ସୁରଙ୍କୁ ଲେଖିଥିବା ଚିଠିରେ ନରିଞ୍ଜନ ପଟ୍ଟନାୟକ ଲେଖିଛନ୍ତି, ଏଭଳି ମନ୍ତବ୍ୟ କଂଗ୍ରେସ ପାଇଁ କ୍ଷତିକାରକ ଓ ଏଥିପାଇଁ ଦଳ ସମାଲୋଚିତ ହେବା ସହ ଦଳର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି । ତେଣୁ ଖୁବଶୀଘ୍ର ଏ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେବାକୁ ସୁର ରାଉତ ରାଉତରାୟଙ୍କୁ କହିଛନ୍ତି ପିସିସି ସଭାପତି । ସେପଟେ ନୋଟିସର ଉତ୍ତର ସେ ଦେବେ ବୋଲି କହିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, ଆକ୍ରୋଶମୂଳକ ଭାବେ ଏଭଳି ନୋଟିସ ଦିଆଯାଇଛି । ନିରଞ୍ଜନ ଓ ଜୟଦେବ ମଧ୍ୟ ଏଭଳି ମନ୍ତ୍ରବ୍ୟ ପୂର୍ବରୁ ଦେଇଛନ୍ତି । ପୂର୍ବରୁ ଏତେ ଲୋକ କହିଥିଲେ ମୋତେ କାହିଁକି ନୋଟିସ୍ ହେଲା ? ମୋ ଲୋକ ସମ୍ପର୍କ ଦେଖି ସେମାନେ ସହ୍ୟ କରିପାରୁ ନାହାନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଗତ ୨୩ ତାରିଖରେ ବିଧାୟକ ସୁରେଶ ରାଉତରାୟ ଗଣମାଧ୍ୟମ ଆଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛାରେ ପିସିସି ସଭାପତି ଓ ପ୍ରଭାରୀ ବଦଳୁଥିବା ନେଇ ଅଭିଯୋଗ କରିଥିଲେ । ଚେଲା କୁମାରଙ୍କ ବଦଳି ନବୀନଙ୍କ ପାଇଁ, ପିସିସି ଚୟନ ବି ନବୀନଙ୍କ ପାଇଁ ହେଉଛି ବୋଲି କହିଥିଲେ । ମାତ୍ର ସୁରଙ୍କ ଏଭଳି ଅଭିଯୋଗକୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଖଣ୍ଡନ କରିଥିଲେ ।
The post ନିରଞ୍ଜନଙ୍କ ନୋଟିସ୍ ପରେ ପ୍ରତିକ୍ରିୟା ରଖିଲେ ସୁର ରାଉତରାୟ, କ୍ଷୋଭ ପ୍ରକାଶ କରି କହିଲେ … first appeared on Kanak News.
from Kanak News https://ift.tt/eAmNMlr https://ift.tt/XeBogmU
No comments: