କନକ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ଖାଇବା ମାଗିବାକୁ ନେଇ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ସଇଡା ଗାଁ ରେ । ବାହାରୁ କାମରୁ ଫେରି ଅଭିଯୁକ୍ତ ଗୋବିନ୍ଦ ମାଝୀ ସ୍ତ୍ରୀ ଦମୟନ୍ତୀଙ୍କୁ ଖାଇବାକୁ ମାଗିଥିଲା ।
ତେବେ ସ୍ତ୍ରୀ ସାମାନ୍ୟ ବିଳମ୍ବ କରିବାରୁ ଦୁହିଁଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଅଭିଯୁକ୍ତ ଗୋବିନ୍ଦ ପାଖରେ ଟାଙ୍ଗିଆରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ଦମୟନ୍ତୀଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । କୁଚିଣ୍ଡା ଏସଡିପିଓ , ଆଇଆଇସି ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତକୁ ଧରିବା ସହ ବ୍ୟବହୃତ ଟାଙ୍ଗିଆକୁ ଜବତ କରଛନ୍ତି ।
The post ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ first appeared on Kanak News.
from Kanak News https://ift.tt/e8ucmsP https://ift.tt/8XielJE
ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ Kanak News
Reviewed by SUBHENDU BARAL
on
April 26, 2022
Rating:
No comments: