ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟ କେଶରୀ ମଲ୍ରେ ଅଗ୍ନିକାଣ୍ଡ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ମଲ୍ର ୬ରୁ ୭ଟି ସୋ ରୁମ୍ରେ ଲାଗିଥିଲା ନିଆଁ। ଏବେ ନିଆଁ ହୋଇଥିବା ସୂଚନା ମିଳିଛି।
ଭୁବନେଶ୍ୱର କେଶରୀ ମଲ୍ରେ ଅଗ୍ନିକାଣ୍ଡ, ମଲ୍ର ୬ରୁ ୭ଟି ସୋ ରୁମ୍ରେ ଲାଗିଛି ନିଆଁ #Fire #Bhubaneswar #KeshariMall #Odisha pic.twitter.com/OBsZsBYR4M
— ଓଟିଭି (@otvkhabar) April 15, 2022
ତେବେ ମଲ୍ର ଚତୁଃପାର୍ଶ୍ୱ ଧୁଆଁମୟ ହୋଇଯାଇଛି। ତେବେ ଘଟଣାସ୍ଥଳରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପହଞ୍ଚିଛନ୍ତି। ସେ କହିଛନ୍ତି ଯେ ନିଆଁ ଲାଗିବା କ୍ଷଣି ଅଗ୍ନିଶମ କର୍ମଚାରୀ ଆସି ପହଞ୍ଚିଥିଲେ। କେବଳ ଗୋଟିଏ ଦୋକାନ କ୍ଷତି ହୋଇଛି। ଅନ୍ୟ ଦୋକାନ ସୁରକ୍ଷିତ ଅଛି। ତେବେ ଏହି ନିଆଁ ଲାଗିବାର କାରଣ କଣ, ତାହା ତଦନ୍ତ ହେଲେ ଜଣାପଡ଼ିବ।
କେଶରୀ ମଲ୍ରେ ଅଗ୍ନିକାଣ୍ଡ ନେଇ କଣ କହିଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା #Fire #Bhubaneswar #KeshariMall #Odisha pic.twitter.com/qwisYc3Awf
— ଓଟିଭି (@otvkhabar) April 15, 2022
ପ୍ରକାଶଥାଉକି ମଲ୍ ବନ୍ଦ ହେବା ପରେ ହିଁ ନିଆଁ ଲାଗିଥିଲା। ନିଆଁ ଲାଗିବା ସମୟରେ ପ୍ରଥମେ ପାଖ ଦୋକାନୀମାନେ ଦେଖିଥିଲେ। ପରେ ସଂଗେ ସଂଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କାଳେ ନିଆଁ ଅଧିକ ମାତ୍ରାରେ ଲାଗିଯିବ, ଏହି ଆଶଙ୍କାରେ ମଲ୍ର ସିଲିଂକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି। ତେବେ ନିଆଁ ଭୟରେ ମଲ୍ ପାଖ ଦୋକାନରୁ ସେମାନଙ୍କ ସାମଗ୍ରୀ କାଢି ଦେଉଛନ୍ତି।
ମଲ୍ରେ ଥିବା ଜଣେ ବ୍ୟବସାୟୀ କହିଛନ୍ତି ଯେ, ମୁଁ ୧୦ ବର୍ଷ ହେଲା ଏଠି ଦୋକାନ କରିଛି। ଏଭଳି ଘଟଣା ହୋଇନି। କାଳେ ନିଆଁ ବ୍ୟାପିଯିବ, ଏହି ଭୟରେ ମୁଁ ସବୁ ସାମଗ୍ରୀ କାଢି ଦେଇଛି। ନହେଲେ ମୋର ୧୫ ଲକ୍ଷ ଟଙ୍କାର ସାମଗ୍ରୀ ବରବାଦ ହୋଇଯିବ।
from Latest Odisha News, Breaking News Today | Top Updates on Corona - OTV News https://ift.tt/GNJgLTw
No comments: