ଭୁବନେଶ୍ୱର କେଶରୀ ମଲ୍ରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ କଲା ଅଗ୍ନିଶମ ବାହିନୀ, ସେଣ୍ଟ୍ରାଲ୍ ଏସିରୁ ନିଆଁ ଲାଗିଥାଇ ପାରେ ବୋଲି କହିଲେ ବିଧାୟକ ଅନନ୍ତ ନାରାୟଣ
ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍ରେ ଅଗ୍ନିକାଣ୍ଡ। ମଲ୍ର ୬ରୁ ୭ଟି ଶୋ ରୁମ୍ରେ ନିଆଁ ଲାଗିଥିବା ସୂଚନା ମିଳିଛି। ରାତି ପ୍ରାୟ ସାଢ଼େ 12 ସମୟରେ ନିଆଁ ଲାଗିଥିବା କୁହାଯାଉଛି।
ମଲ୍ର ବାହାରକୁ ନିଆଁ ହୁତ ହୁତ ହୋଇ ଜଳିବା ପରେ ସ୍ଥାନୀୟ ଲୋକେ ନିଆଁ ଜଳୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା।
ପ୍ରାୟ ଅଧଘଣ୍ଟାରୁ 45 ମିନିଟ ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା। ହେଲେ ତଥାପି ଧୂଆଁ ବାହାରୁଥିବାରୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା ଅଗ୍ନିଶମ ବାହିନୀ। ତେବେ ନିଆଁ କାହିଁକି ଲାଗିଲା ସେ ନେଇ ସ୍ପଷ୍ଟ କାରଣ ଜଣାପଡ଼ି ନଥିବା ବେଳେ ଶର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଖବର ପାଇଁ ଘଟଣା ସ୍ଥଳରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ପହଞ୍ଚିଥିଲେ। ସ୍ଥିତି ପରଖିବା ପରେ ନିଆଁ ଆୟତ ହୋଇଥିବା ସେ ସୂଚନା ଦେଇଥିଲେ। ସେଣ୍ଟ୍ରାଲ ଏସିରୁ ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ତଦନ୍ତ ହେଲେ ଜଣାପଡ଼ିବ ବୋଲି ବିଧାୟକ କହିଛନ୍ତି।
କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଯେଉଁ ଦୋକାନରେ ନିଆଁ ଲାଗିଥିଲା ସେଇ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନର କ୍ଷୟକ୍ଷତି ହୋଇ ନାହିଁଁ। ବର୍ତ୍ତମାନ ସ୍ଥିତି ବିପଦ ମୁକ୍ତ ଅଛି ବୋଲି ବିଧାୟକ ସୂଚନା ଦେଇଛନ୍ତି। ଆସନ୍ତାକାଲି(ଏପ୍ରିଲ 16) ତାରିଖରେ ବିଏମସି ପକ୍ଷରୁ ଏହାର ତଦନ୍ତ ହେବ। ସବୁ ବିଭାଗ ମିଶି ଏହାର ତଦନ୍ତ କରିବା ସହିତ ଭବିଷ୍ୟତରେ ଯେମିତି ଏଭଳି ସମସ୍ୟା ନହୁଏ ସେନେଇ ଯୋଜନା ହେବ ବୋଲି ଭୁବନେଶ୍ୱର ବିଧାୟକ କହିଛନ୍ତି।
from Prameya News7 https://ift.tt/u1eHDtc

No comments: