ବରଗଡ଼, ୩୦/୦୪: କିଛିଦିନ ଆଗରୁ ଘେଁସ ଅଞ୍ଚଳକୁ ଗୋଟିଏ ଭାଲୁ ଝାଞ୍ଜ ପାହାଡ଼ରୁ ଖାଦ୍ୟ କିମ୍ବା ପାଣିପାଇଁ ଚାଲି ଆସିଥିବା ବେଳେ ଆଜି ପୁଣି ଗୋଟିଏ ଭାଲୁ ପେଟୁପାଲି ଅଞ୍ଚଳକୁ ପଶି ଆସିଛି । ଲୋକେ ଘୋଡାଇବାରୁ ଭାଲୁଟି ଏଗାଁରୁ ସେଗାଁକୁ ପ୍ରାଣ ବିକଳରେ ଦୌଡୁଥିବା ଦେଖିବାକୁ ମିଳିଛି । ଭାଲୁକୁ ଝାଞ୍ଜ ପାହାଡ଼କୁ ଘୋଡାଇବାରେ ବିଫଳ ହୋଇଥିବା ବେଳେ ଭାଲୁ ଏଗାଁରୁ ସେଗାଁକୁ ବୁଲୁଥିଲା । ସକାଳୁ ଏ ଘଟଣାକୁ ନେଇ ବନବିଭାଗକୁ ଜଣାଯାଇଥିଲା ।
ବନ ବିଭାଗ ଭାଲୁ ଘୋଡାଇବା ପାଇଁ ପେଟୁପାଲି ଅଞ୍ଚଳକୁ ଯାଇଥିଲା କିନ୍ତୁ ଭାଲୁକୁ ନ ଦେଖି ପୁଣି ଫେରି ଆସିଥିଲା । ଝାଞ୍ଜ ପାହାଡ଼ରେ ପ୍ରବଳ ଖରା ଯୋଗୁଁ ଜଙ୍ଗଲ ଜଳି ପୋଡି ପାଉଁଶ ହୋଇ ସାରିଥିବା ବେଳେ ପାଣି ପିଇବା ପାଇଁ ବ୍ୟବସ୍ଥା ନାହଁ । ଯାହା ଫଳରେ ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହେଉଛନ୍ତି । ତେବେ ଝାଞ୍ଜ ପାହାଡ଼ରେ ଯଦି ବନ୍ୟଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା କଲେ ବନ୍ୟଜନ୍ତୁ ଗାଁ ମୁହାଁ ନ ହୋଇ ଜଙ୍ଗଲରେ ଠିକ ଭାବେ ରହି ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
from Prameya News7 https://ift.tt/4xqA9j5
No comments: