ନୂଆଦିଲ୍ଲୀ ୨୫/୦୪: ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି । ମାକ୍ରୋନଙ୍କୁ ୫୮.୨ ପ୍ରତିଶତ ଭୋଟ୍ ମିଳିଛି । ସେ ମରିନ୍ ଲେ ପେନଙ୍କୁ ପରାସ୍ତ କରି ଲଗାତର ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବିଭିନ୍ନ ଓପିନିଅନ ପୋଲରେ ମାକ୍ରୋନଙ୍କୁ ୫୭ରୁ ୫୮ ପ୍ରତିଶତ ଭୋଟ୍ ମିଳିବ ବୋଲି କୁହାଯାଉଥିଲା । ଯାହା ସଠିକ୍ ସାବ୍ୟସ୍ତ ହୋଇଛି ।
ମାକ୍ରନ୍ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଅନୁଷ୍ଠିତ ନିର୍ବାଚନରେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନଙ୍କ ସହିତ ତାଙ୍କର ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। କଡ଼ା ମୁକାବିଲା ଭିତରେ ମାକ୍ରନ୍ ୫୮ ପ୍ରତିଶତ ଭୋଟ୍ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଲି ପେନ୍ ଙ୍କୁ ୪୨ ପ୍ରତିଶତ ଭୋଟ୍ ମିଳିଛି।
ଗତ ନିର୍ବାଚନ ତୁଳନାରେ ଏଥର କମ୍ ମତଦାନ ହୋଇଥିଲା। ବିଜୟ ପରେ ମାକ୍ରନ୍ କହିଛନ୍ତି ଯେ, ବର୍ତ୍ତମାନର ଜଟିଳ ସମୟରେ ଏକ ସୁଦୃଢ଼ ୟୁରୋପ ପାଇଁ ସେ ତାଙ୍କ କାମ ଜାରି ରଖିବେ। ଅନ୍ୟପକ୍ଷରେ ଲି ପେନ୍ ତାଙ୍କ ପରାଜୟ ସ୍ବୀକାର କରିଛନ୍ତି। ୟୁକ୍ରେନ୍ ସଙ୍କଟ ନେଇ ମାକ୍ରନଙ୍କ ନୀତିକୁ ଦେଶର ଯୁବ ବର୍ଗ ସମର୍ଥନ କରିଛନ୍ତି । ଯାହା ଭୋଟରେ ପ୍ରତିଫଳିତ ହୋଇଛି ।
from Prameya News7 https://ift.tt/56PX7qm

No comments: