ଆଫଗାନିସ୍ତାନରେ ଜୁମା ନମାଜ ପାଠ ବେଳେ ମସଜିଦରେ ବିସ୍ଫୋରଣ, ୩୩ ମୃତ

ନୂଆଦିଲ୍ଲୀ,୨୨/୦୪: ଆଫାଗାନିସ୍ତାନରେ ଶୁକ୍ରବାର ନମାଜ ସମୟରେ ଏକ ମସଦିଜରେ ବିସ୍ଫୋରଣ ଯୋଗୁଁ ଅତି କମରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ବିସ୍ଫୋରଣରେ ଅନ୍ୟ ୪୩ ଜଣ ଆହତ ହୋଇଛନ୍ତି । ତାଲାବନର ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ଆତଙ୍କବାଦୀ ସଂଗଠନ ଆଇଏସ ଦେଶରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା। ଗତ ବର୍ଷ ଅଗଷ୍ଟ ମାସରେ ତାଲିବାନ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ବୋମା ବିସ୍ଫୋରଣ ମାମଲା କମିଛି ସତ, କିନ୍ତୁ ଜିହାଦୀ ଏବଂ ସୁନୀ ଆଇଏସ ଆକ୍ରମଣ ଜାରି ରଖିଛନ୍ତି।

ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଟ୍ୱିଟ୍ କରି, 'ଉତ୍ତର ଭାଗର କୁନ୍ଦଜର ଏକ ମସଜିଦରେ ହୋଇଥିବା ବିସ୍ଫୋରଣରେ ମୃତ ୩୩ ଜଣଙ୍କ ମଧ୍ୟରେ ଗୋଟିଏ ଶିଶୁ ମଧ୍ୟ ଥିବା ସୂଚନା ଦେଇଛନ୍ତି। ତାଲିବାନ ଏହି ଘଟଣାକୁ ନିନ୍ଦା କରିବା ସହ ଶୋକ ସନ୍ତପ୍ତ ଲୋକଙ୍କୁ ସମବେଦନା ଜଣାଉଛି'।

ଆଇଏସ ପରି ଜିହାଦୀ ଗୋଷ୍ଠୀ ସୁଫିୟଙ୍କ ପାଇଁ ଘୃଣା ରଖନ୍ତି। ସେମାନଙ୍କୁ ବିଧର୍ମୀ କହିବା ସହ ସେମାନଙ୍କ ଉପରେ ଭେଦଭାବର ଅଭିଯୋଗ ଲଗାଇଥାନ୍ତି। ଆଫଗାନିସ୍ତାନରେ ଦୁଇ ଦିନରେ ଏହା ତୃତୀୟ ବିସ୍ଫୋରଣ। ଏହା ପୂର୍ବରୁ ଗୁରୁବାର ଉତ୍ତର ସହର ମଜାର-ଏ-ଶରୀଫରେ ଏକ ସିୟା ମସଜିଦରେ ହୋଇଥିବା ଏକ ବିସ୍ଫୋରଣ ପାଇଁ ଆଇଏସଆଅଏସ ନିଜକୁ ଦାୟୀ କରିଥିଲା। ଏହି ବିସ୍ଫୋରଣରେ ପାଖାପାଖି ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮ ଜଣ ଆହତ ହୋଇଥିଲା। ଏହାଛଡା ଗୁରୁବାର କୁନ୍ଦଜ ସହରରେ ଅନ୍ୟ ଏକ ବିସ୍ଫୋରଣ ପାଇଁ ମଧ୍ୟ ଆଇଏସ ନିଜକୁ ଦାୟୀ କରିଥିଲା। ଏଥିଲେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଥିଲେ।



from Prameya News7 https://ift.tt/G3Mc5Kb
ଆଫଗାନିସ୍ତାନରେ ଜୁମା ନମାଜ ପାଠ ବେଳେ ମସଜିଦରେ ବିସ୍ଫୋରଣ, ୩୩ ମୃତ ଆଫଗାନିସ୍ତାନରେ ଜୁମା ନମାଜ ପାଠ ବେଳେ ମସଜିଦରେ ବିସ୍ଫୋରଣ, ୩୩ ମୃତ Reviewed by SUBHENDU BARAL on April 22, 2022 Rating: 5

No comments:

Powered by Blogger.