ହିଜାବ ଜିଦିରେ ଛାଡି ଦେଲେ ଦ୍ଵାଦଶ ପରୀକ୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କଲେ ଛାତ୍ରୀ

ବେଙ୍ଗାଲୁରୁ ୨୨।୦୪: କର୍ଣ୍ଣାଟକରେ ହାଇକୋର୍ଟଙ୍କ ନିଷ୍ପତ୍ତି ସତ୍ତ୍ଵେ ହିଜାବ ପ୍ରସଙ୍ଗରେ ଏବେ ମଧ୍ୟ ବିବାଦ ଜାରି ରହିଛି। ରାଜ୍ୟରେ ଦ୍ଵାଦଶ ଶ୍ରେଣୀର ଦୁଇ ଛାତ୍ରୀ ପରୀକ୍ଷା ଦେବାକୁ ଏଥିପାଇଁ ମନା କରୁଛନ୍ତି କାରଣ ସେମାନଙ୍କୁ ହିଜାବ ସହ ପରୀକ୍ଷା ହଲରେ ବସିବାକୁ ଅନୁମତି ଦିଆଗଲା ନାହିଁ। କୁହାଯାଉଛି, ଏହି ଦୁଇ ମୁସଲିମ ଛାତ୍ରୀ ହିଜାବ ପିନ୍ଧିବାକୁ ଅନୁମତି ଦେବା ପାଇଁ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ।

ଏହି ଦୁଇ ଛାତ୍ରୀ ଆଲିଆ ଅସଦି ଏବଂ ରେଶମ ବୁର୍କା ପିନ୍ଧି ଶୁକ୍ରବାର ଦ୍ଵାଦଶ ବୋର୍ଡ ପରୀକ୍ଷା ଦେବାକୁ ଆସିଥିଲେ। ମାତ୍ର ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ନମିଳିବାରୁ ଦୁହେଁ ପରୀକ୍ଷା କେନ୍ଦ୍ରରୁ ଫେରି ଯାଇଛନ୍ତି। ଦୁଇ ଛାତ୍ରୀ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ କଲେଜ ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରିଥିଲେ। ତଥାପି କଲେଜ୍ କର୍ତ୍ତୃପକ୍ଷ ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ଦେଇନଥିଲେ।  ହିଜାବ ପ୍ରସଙ୍ଗରେ ନିଜ ସ୍ଵର ଉଠାଇ ମୁସଲିମ ଛାତ୍ରୀ ଆଲିଆ ଅସଦି ସେମାନଙ୍କ ଭବିଷ୍ୟତକୁ ବରବାଦ ହେବାରୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କୁ ଅପିଲ୍ କରିଛନ୍ତି। କାରଣ କଟକଣା କାରଣରୁ ଅନେକ ଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି।

ହିଜାବ ପ୍ରସଙ୍ଗରେ କର୍ଣ୍ଣାଟକରେ ହିଂସା ଏବଂ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହା ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ସମଗ୍ର ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଅଦାଲତ ମୁସଲିମ ଛାତ୍ରୀଙ୍କ ଆବେଦନ ଖାରଜ କରିଥିଲେ। କ୍ଲାସରୁମରେ ହିଜାବ ପିନ୍ଧିବା ଉପରେ କଟକଣା ଜାରି ରହିଛି।



from Prameya News7 https://ift.tt/BkOITKH
ହିଜାବ ଜିଦିରେ ଛାଡି ଦେଲେ ଦ୍ଵାଦଶ ପରୀକ୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କଲେ ଛାତ୍ରୀ ହିଜାବ ଜିଦିରେ ଛାଡି ଦେଲେ ଦ୍ଵାଦଶ ପରୀକ୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କଲେ ଛାତ୍ରୀ Reviewed by SUBHENDU BARAL on April 22, 2022 Rating: 5

No comments:

Powered by Blogger.