ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ, ହିରୋ ସାଜିଲେ ଜୋସ ବଟଲର

ମୁମ୍ବାଇ ୨୨।୦୪: ଜୋସ ବଟଲରଙ୍କ ବିସ୍ଫୋରକ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକର ମୁକାବିଲାରେ ୧୫ ରନରେ ହରାଇଛି। ପଞ୍ଚମ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉଠିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨ ଓ୍ଵିକେଟ୍ ହରାଇ ୨୨୨ ରନର ବିଶାଳ ସ୍କୋର କରିଥିଲା। ଚଳିତ ସିଜିନରେ ଏହା ସର୍ବୋଚ୍ଚ ସ୍କୋର। ବୋଟଲର ବିସ୍ଫୋରକ ବ୍ୟାଟିଂ କରି ୬୫ ରନ ବଲରୁ ୧୧୬ ରନ କରିଥିଲେ। ତାଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ ୫୪ ରନ କରିଛନ୍ତି। ଅଧିନାୟକ ସଞ୍ଜୁ ସାମସନ ୧୯ ବଲରୁ ୪୬ ରନ କରିଥିଲେ। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୦୭ ରନ କରିଛି। ଦଳ ପକ୍ଷରୁ ଲଳିତ ଯାଦବ ୪୦ ରନ ଏବଂ ଋଷଭ ପନ୍ତ ୪୪ ରନ କରିଥିଲେ। ରୋଭମ୍ୟାନ ପାଓ୍ଵେଲ ୧୫ ବଲରୁ ୩୬ ରନ କରିଥିଲେ ହେଁ ମ୍ୟାଚ୍‌ ବିଜୟରୁ ୧୫ ରନ ଦୂରେଇ ରହିଥିଲା।   ପ୍ରସିଦ୍ଧ କ୍ରିଷ୍ଣା ତିନୋଟି ଏବଂ ରବି ଚନ୍ଦ୍ରନ ଅଶ୍ଵିନ ୨ଟି ଓ୍ଵିକେଟ୍ ନେଇଛନ୍ତି। ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ସଫଳତା ମିଳିଛି।

୨୨୩ ରନର ବିଶାଳ ବିଜୟ ଲକ୍ଷ୍ୟ ହାସଲ ପାଇଁ କ୍ରିଜକୁ ଓହ୍ଲାଇଥିବା ଦିଲ୍ଲୀ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଉପରେ ନିର୍ଭର ଥିଲା। ଓ୍ଵାର୍ଣ୍ଣର ୧୪ ବଲରୁ ୫ ଚୌକା ଏବଂ ୧ ଛକା ସହ ୨୮ ରନ କରିଥିଲେ। ସରଫରାଜ ଖାନ(୧) ଆଉଟ୍ ହୋଇଥିଲେ। ପୃଥ୍ଵୀ ଶ କ୍ରିଜରେ ଜମିଥିଲେ ମଧ୍ୟ ୩୭ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଋଷଭ ପନ୍ତଙ୍କଠୁ ଦଳ ବହୁତ କିଛି ଆଶା ରଖିଥିଲା। ପନ୍ତ ବିସ୍ଫୋରକ ବ୍ୟାଟିଂ କରି ୨୪ ବଲରୁ ୪ ଚୌକା ଏବଂ ୨ ଛକା ଜରିଆରେ ୪୪ ରନ କରିଥିଲେ। ତେବେ ଦିଲ୍ଲୀ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବା ଦଳର ରନ ଗତି ଧିମେଇ ଯାଇଥିଲା।

ଅକ୍ଷର ପଟେଲ(୧) ଏବଂ ଶାର୍ଦ୍ଦୁଳ ଠାକୁର(୧୦) ନିରାଶ କରିଥିଲେ। ତେବେ ଲଳିତ ଯାଦବ ସେଟ୍ ହୋଇଥିଲେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ। ଲଳିତ ଯାଦବ ୩୭ ରନ କରି ଦଳକୁ ନିରାଶ କରିଥିଲେ। ବିଶେଷ କରି ୧୯ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଓ୍ଵିକେଟ୍ ନେଇ ମେଡେନ ନେଇଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୦୭ ରନ କରି ପାରିଛି। ରୋଭମ୍ୟାନ ପାଓ୍ଵେଲ  ଶେଷ ଓଭରରେ କ୍ରମାଗତ ୩ଟି ଛକା ମାରି ମ୍ୟାଚର ରୋମାଞ୍ଚ ବଢାଇଥିଲେ। ପାଓ୍ଵେଲ ୧୫ ବଲରୁ ୫ ଛକା ସହ ୩୬ ରନ କରି ଆଉଟ୍ ହୋଇଥିଲେ।  ଏଥିସହ ରାଜସ୍ଥାନ ରୟାଲ୍ସ ୧୫ ରନରେ ବିଜୟୀ ହୋଇଛି।



from Prameya News7 https://ift.tt/4RF0L1h
ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ, ହିରୋ ସାଜିଲେ ଜୋସ ବଟଲର ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ, ହିରୋ ସାଜିଲେ ଜୋସ ବଟଲର Reviewed by SUBHENDU BARAL on April 22, 2022 Rating: 5

No comments:

Powered by Blogger.