ଜିଦ୍‌ ଆଗରେ ବଳିପଡ଼ିଲା ମମତା:୧୭ ବର୍ଷୀୟା ଝିଅକୁ ତଣ୍ଟିଚିପି ମାରିଦେଲେ ବାପା-ଭାଇ, ଭୁଲ୍ ଏତିକି ଯେ ସେ ଭଲପାଉଥିଲା…

ନୂଆଦିଲ୍ଲୀ: ଭଲପାଇବା କାଳ ହେଲା। ବାପା ଓ ଭାଇର ଜିଦ୍ ଆଗର ବଳି ପଡ଼ିଲା ୧୭ ବର୍ଷୀୟା କୁଆଁରୀ ଝିଅ। ତଣ୍ଟିଚିପି ଗୁହାଳରେ ପୋତି ଦେଲେ ବାପା ଭାଇ। ଏଭଳି ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ପ୍ରଦେଶର ଗୁର୍ହା କାଲା ଗାଁରେ।

ଦେଶରାଜଙ୍କ ୧୭ ବର୍ଷର ଝିଅ ନିଜ ଜାତିରେ ଏକ ପୁଅକୁ ଭଲପାଇ ବସିଥିଲେ। ହେଲେ ଝିଅର ଭଲପାଇବାରେ ରାଜି ନଥିଲେ ଓ ବାପା ଭାଇ। ବୁଝୁସୁଝା କରିଥିଲେ ସ୍ଥିତି କିଛି ଅଲଗା ହୋଇଥାନ୍ତା। ହେଲେ ନିଜ ଜିଦ୍‌ରେ ବାପ-ପୁଅ ଦୁହେଁ ମିଶି ଝିଅର ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଭାଇ ଭୁଲିଯାଇଥିଲା ଭଉଣୀର ସ୍ନେହଁ। ଯେଉଁ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ଚାହୁଁଥିଲା ଅଲିଅଳି ଭଉଣୀ, ସେଇ ହାତ ଚିପିଦେଲା ସମ୍ପର୍କର ଗଳା। ଏଭଳି ନୃଶଂସ କାଣ୍ଡ ଘଟାଇବା ପୂର୍ବରୁ ଥରେ ହେଲେ ଝିଅର କଅଁଳିଆ ମୁହଁକୁ ଆଖି ଆଗକୁ ଆଣିପାରିଲାନି ବାପା। ଜନ୍ମଦାତା ଦେଲା ମରଣ।

ଝିଅର ହତ୍ୟା ନେଇ ପଡ଼ୋଶୀ ପୁଲିକୁ ଖବର ଦେବା ପରେ ପୁଲିସ ଶୁକ୍ରବାର ମୃତଦେହକୁ ଗୁହାଳରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସନ୍ଧ୍ୟାରେ ରିପୋର୍ଟ ହସ୍ତଗତ ହୋଇଥିଲା ବୋଲି ଶନିବାର ନାରାୟଣୀ ସାର୍କଲ ଅଫିସର ତଥା ଡେପୁଟି ସୁପରଟେଣ୍ଡଣ୍ଟ ଅଫ୍ ପୁଲିସ ନୀତିନ କୁମାର ସୂଚନା ଦେଇଛନ୍ତି। ତଣ୍ଟି ଚିପି ହୋଇଯାଇଥିବାରୁ ଝିଅଟିର ମୃତ୍ୟୁ ହୋଇଛି ବୋଲି ନୀତିନ କୁମାର ସୂଚନା ଦେଇଛନ୍ତି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ପୁଲିସ ମୃତ ଝିଅର ବାପା ଦେଶରାଜ ଓ ଭାଇ ଧନଞ୍ଜୟ ବିରୋଧରେ ମାମଲା ରୁଜୁ କରିଛି। ଶୁକ୍ରବାର ରାତିରେ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଛି। ମାମଲାରେ ପରବର୍ତ୍ତି ତଦନ୍ତ ଜାରି ରହିଛି।



from Prameya News7 https://ift.tt/vcT6HtS
ଜିଦ୍‌ ଆଗରେ ବଳିପଡ଼ିଲା ମମତା:୧୭ ବର୍ଷୀୟା ଝିଅକୁ ତଣ୍ଟିଚିପି ମାରିଦେଲେ ବାପା-ଭାଇ, ଭୁଲ୍ ଏତିକି ଯେ ସେ ଭଲପାଉଥିଲା… ଜିଦ୍‌ ଆଗରେ ବଳିପଡ଼ିଲା ମମତା:୧୭ ବର୍ଷୀୟା ଝିଅକୁ ତଣ୍ଟିଚିପି ମାରିଦେଲେ ବାପା-ଭାଇ, ଭୁଲ୍ ଏତିକି ଯେ ସେ ଭଲପାଉଥିଲା… Reviewed by SUBHENDU BARAL on April 23, 2022 Rating: 5

No comments:

Powered by Blogger.