ମାହାଙ୍ଗା, ୨୩/୦୪: ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତ ଅନ୍ତର୍ଗତ ଇଟାମୁଣ୍ଡୁଳି ଗ୍ରାମର ଦୁର୍ଗା ପ୍ରସାଦ ଖଟୁଆ ନାମକ ଜୈନିକ ଯୁବକ ଓଳକଣା ଗ୍ରାମର ଜୈନିକା ନାବାଳିକାକୁ ଦୀର୍ଘ ଦିନ ଧରି ପ୍ରେମ କରୁଥିଲେ। କିନ୍ତୁ ଗତ ଗୁରୁବାର ଦିନ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ସଂପୃକ୍ତ ଯୁବକ ଅପହରଣ କରିଥିବା ନେଇ ନାବାଳିକାର ମାଆ କାଞ୍ଚନ ସେଠୀ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ। ମାହାଙ୍ଗା ପୋଲିସ ଭୁବନେଶ୍ୱର ଅଞ୍ଚଳରୁ ଅପହୃତା ନାବାଳିକାକୁ ଉଦ୍ଧାର କରିବା ସହ ସଂପୃକ୍ତ ଯୁବକକୁ ଗିରଫ କରିଥିଲା।
ଆଜି ମାହାଙ୍ଗା ପୋଲିସ ଉଭୟଙ୍କୁ ଡାକ୍ତରୀ ମାଇନା କରାଇବା ପରେ ସଂପୃକ୍ତ ଯୁବକ ଦୁର୍ଗା ପ୍ରସାଦ ଖଟୁଆଙ୍କୁ କେଶ୍ ନମ୍ବର ୮୭/୨୨ରେ ମାମଲା ରୁଜୁ କରି ପୋକ୍ସ ଧାରା ଅନୁଯାୟୀ କୋର୍ଟ ଚାଲାଣ କରିବା ସହ ନାବାଳିକାକୁ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିବା ନେଇ ସୂଚନା ମିଳିଛି।
from Prameya News7 https://ift.tt/k5TBnyh
ମାହାଙ୍ଗାରେ ନାବାଳିକାକୁ ଅପହରଣ ଅଭିଯୋଗ, ପ୍ରେମିକ ଗିରଫ, କୋର୍ଟ ଚାଲାଣ କଲା ପୋଲିସ୍
Reviewed by SUBHENDU BARAL
on
April 23, 2022
Rating:

No comments: