ବଡ଼ ନିଷ୍ପତ୍ତି; LIC IPO ଆକାର କମାଇବେ ସରକାର, ୫% ନୁହେଁ ବିକ୍ରି ହେବ ୩.୫ ପ୍ରତିଶତ ଅଂଶଧନ

ନୂଆଦିଲ୍ଲୀ,୨୩।୦୪; ଦେଶର ସବୁଠୁ ବଡ ବୀମା କମ୍ପାନୀ ଏଲଆଇସିର ମେଗା ଆଇପିଓର ଅପେକ୍ଷାରେ ଅଛନ୍ତି ନିବେଶକ। ଏହାରି ଭିତରେ ଏଲଆଇସିର ଆଇପିଓକୁ ନେଇ ବଡ଼ ସୂଚନା ସାମନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଏଲଆଇସି ନିଜର ଆଇପିଓର ଆକାର(SIZE)କୁ ହ୍ରାସ କରି ୩.୫ ପ୍ରତିଶତ କରିଛି। ପୂର୍ବରୁ ଏଲଆଇସି ନିଜର ୫ ପ୍ରତିଶତ ଅଂଶଧନର ଆଇପିଓ ଜାରି କରିବାକୁ ସ୍ଥିର କରିଥିଲା।

ଏବେ ସରକାର ଏଲଆଇସିରେ ନିଜର ୩.୫ ପ୍ରତିଶତ ସେୟାରକୁ ୨୧,୦୦୦ କୋଟି ଟଙ୍କାରେ ବିକ୍ରି କରିବେ । ତେବେ ଏହା ରେଗୁଲେଟରୀ ଆପ୍ରୁୱାଲ ସହ ହେବ। ସୂଚନା ଅନୁସାରେ, ମେ’ର ପ୍ରଥମ ସପ୍ତାହରେ ଜାରି ହେବାକୁ ଥିବା ଆଇପିଓରୁ ସରକାରୀ ଅଂଶଧନକୁ ବିକ୍ରି କରି ୨୧,୦୦୦ କୋଟି ଟଙ୍କା ସଂଗ୍ରହ କରିବାର ଆଶା ରଖିଛନ୍ତି।  ଚୂଡାନ୍ତ ଅନୁମତି ପାଇଁ ଏଲଆଇସି ଆସନ୍ତା ବୁଧବାର SEBI ନିକଟରେ ନିଜର ଆବେଦନ ଦାଖଲ କରିପାରେ।  

ଅଧିକାରୀଙ୍କ ସୂଚନା ଅନୁସାରେ ମେ’ର ପ୍ରଥମ ସପ୍ତାହରେ ଏଲଆଇସି ଆଇପିଓ ଆସିବାର ସମ୍ଭବନା ଅଧିକ ରହିଛି। ଗତ ଫେବ୍ରୁଆରୀ ମାସରେ ଏଲଆଇସି SEBI ନିକଟରେ ନିଜର ଡ୍ରାଫ୍ଟ ଦାଖଲ କରିଥିଲା। ସେହି ସମୟରେ ସରକାର କମ୍ପାନୀର ୫ ପ୍ରତିଶତ ଅଂଶଧନ ଅର୍ଥାତ ୩୧.୬ କୋଟି ୟେସାର ବିକ୍ରି କରିବାକୁ ଯାଉଥିବା ଏଲଆଇସି କହିଥିଲା। ତେବେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ସେୟାର ବଜାରରେ ସୃଷ୍ଟି ହୋଇଥିବା ଅସ୍ଥିରତା ଯୋଗୁଁ ଏଲଆଇସିର ଆଇପିଓ ଜାରି କରିବାରେ ବିଳମ୍ୱ କରାଯାଇଛି। ବଦଳୁଥିବା ପରିସ୍ଥିତିକୁ ନଜରରେ ରଖି ସରକାର ଆଇପିଓର ଆକାରକୁ ହ୍ରାସ କରି ୩.୫ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।



from Prameya News7 https://ift.tt/sNOfTZc
ବଡ଼ ନିଷ୍ପତ୍ତି; LIC IPO ଆକାର କମାଇବେ ସରକାର, ୫% ନୁହେଁ ବିକ୍ରି ହେବ ୩.୫ ପ୍ରତିଶତ ଅଂଶଧନ ବଡ଼ ନିଷ୍ପତ୍ତି; LIC IPO ଆକାର କମାଇବେ ସରକାର, ୫% ନୁହେଁ ବିକ୍ରି ହେବ ୩.୫ ପ୍ରତିଶତ ଅଂଶଧନ Reviewed by SUBHENDU BARAL on April 23, 2022 Rating: 5

No comments:

Powered by Blogger.