ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ, କୋଲକାତାକୁ ୭ ରନରେ ଦେଲା ମାତ୍, ହିରୋ ସାଜିଲେ ବଟଲର ଓ ଚହଲ

ମୁମ୍ବାଇ ୧୮।୦୪: ଆଇପିଏଲର ୩୦ତମ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିନେଲା ରାଜସ୍ଥାନ ରୟାଲ୍ସ। ଜୋସ ବଟଲରଙ୍କ ଶତକ ପରେ ୟୁଜବେନ୍ଦ୍ର ଚହଲଙ୍କ ହ୍ୟାଟ୍ରିକ ସହ ୫ ଓ୍ଵିକେଟ୍ ଦଖଲ  ଦମରେ ରାଜସ୍ଥାନ ରୟାଲ୍ସ  କୋଲକାତା ନାଇଟ୍ ରାଇଡର୍ସକୁ ୭ ରନରେ ହରାଇଛି। ଏହି ବିଜୟ ସହ ରାଜସ୍ଥାନ ରୟାଲ୍ସ ୮ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉନ୍ନିତ ହୋଇଛି। ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ସାତୋଟି ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ଜୋସ ବଟଲରଙ୍କ ୧୦୩ ରନର ବିସ୍ଫୋରକ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୧୭ ରନ କରିଥିଲା। ଅଧିନାୟକ ସଞ୍ଜୁ ସାମସନ ୩୮ ରନ କରିଥିଲେ। ଜବାବରେ କୋଲକାତା ଶ୍ରେୟସ ଆୟରଙ୍କ ୮୫ ରନ ଏବଂ ଆରୋନ ଫିଞ୍ଚଙ୍କ ୫୮ ରନ ସତ୍ତ୍ଵେ ବିଜୟଠୁ ୮ ରନ ଦୂରରେ ରହିଗଲା କୋଲକାତା। ଦଳ ୧୯.୪ ଓଭରରେ ୨୧୦ ରନରେ ଅଲଆଉଟ୍ ହୋଇଛି।

୨୧୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତାକୁ ପ୍ରଥମ ବଲ୍‌ରେ ହିଁ ଝଟକା ଲାଗିଥିଲା। ସୁନିଲ ନାରିନେ(୦) ରନ ଆଉଟ୍ ହୋଇଥିଲେ। ତେବେ ଆରୋନ ଫିଞ୍ଚ ଏବଂ ଶ୍ରେୟସ ଆୟର ମୋର୍ଚ୍ଚା ସମ୍ଭାଳିଥିଲେ। କିଛି ବଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ୯ ଓଭରରେ ୧୦୭ ରନ ଯୋଡିଥିଲେ। ଫିଞ୍ଚ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ସେ ୨୮ ବଲରୁ ୯ ଚୌକା ଏବଂ ୨ ଛକା ଜରିଆରେ ୫୮ ରନ କରି ଆଉଟ୍  ହୋଇଥିଲେ। ଦଳୀୟ ସ୍କୋର ୧୪୮ ରନରେ କୋଲକାତା ଲାଗ ଲାଗ ୨ଟି ଓ୍ଵିକେଟ୍ ହରାଇଥିଲା। ନୀତିଶ ରାଣା(୧୮)ରେ ଆଉଟ୍ ହୋଇଥିବା ବେଳେ ରସେଲ(୦)ଙ୍କୁ ଅଶ୍ଵିନ ପ୍ରଥମ ବଲ୍‌ରେ ବୋଲ୍ଡ କରିଥିଲେ। ଅନ୍ୟପଟେ ଅଧିନାୟକ ଶ୍ରେୟସ ଆୟର ଅର୍ଦ୍ଧଶତକ ହାସଲ କରି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ।

ଭେଙ୍କଟେଶ ଆୟର(୬) ପୁଣି ଥରେ ଫ୍ଲପ୍ ହୋଇଥିଲେ। ତେବେ ୧୭ତମ ଓଭରରେ ଚହଲ ହ୍ୟାଟ୍ରିକ ଓ୍ଵିକେଟ୍ ନେଇ ମ୍ୟାଚର ମଙ୍ଗକୁ ରାଜସ୍ଥାନ ଆଡକୁ ମୋଡିଥିଲେ। ଶ୍ରେୟସ ଆୟରଙ୍କୁ ଆଉଟ୍ କରି ୟୁଜବେନ୍ଦ୍ର ଚହଲ ରାଜସ୍ଥାନକୁ ବହୁତ ବଡ ସଫଳତା ଦେଇଥିଲେ। ଶ୍ରେୟସ ୫୧ ବଲରୁ ୭ ଚୌକା ଏବଂ ୪ ଛକା ସହ ୮୫ ରନର ଦମଦାର ଇନିଂସ ଖେଳିଥିଲେ।  ପୁଣି ଶିବମ ମାଭି(୦) ଏବଂ ପାଟ୍ କମିନ୍ସ(୦)ଙ୍କୁ ଆଉଟ୍ କରି ଚଳିତ ଆଇପିଏଲରେ ପ୍ରଥମ ହ୍ୟାଟ୍ରିକ ପୂରଣ କରିଥିଲେ। ତେବେ ଶେଷ ଆଡକୁ ଉମେଶ ଯାଦବ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚର ରୋମାଞ୍ଚ ବଢାଇଥିଲେ। ଯାଦବ ୧୮ତମ ଓଭରରେ  ଟ୍ରେଣ୍ଟ ବୋଲ୍ଡଙ୍କୁ ନିର୍ଘାତ ପ୍ରହାର କରି ୨୦ ରନ ସଂଗ୍ରହ କରି କୋଲକାତା ବିଜୟ ଆଶାକୁ ଉଜ୍ଜିବୀତ ରଖିଥିଲେ। ତେବେ ଶେଷ ଓଭରରେ ଜିତିବାକୁ ୧୧ ରନ ଥିଲେ ମଧ୍ୟ କୋଲକାତା ୧୯.୪ ଓଭରରେ ୨୧୦ ରନରେ ଅଲଆଉଟ୍ ହୋଇଛି। ଉମେଶ ଯାଦବ ୯ ବଲରୁ ୨୧ ରନ କରି ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଏଥିସହ ରାଜସ୍ଥାନ ରୟାଲ୍ସ ରୋମାଞ୍ଚକର ମୁକାବିଲାକୁ ୭ ରନରେ ଜିତି ନେଇଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ୟୁଜବେନ୍ଦ୍ର ଚହଲ ହ୍ୟାଟ୍ରିକ ଓ୍ଵିକେଟ୍ ସହ ୪୦ ରନ ଦେଇ ୫ ସଫଲତା ହାସଲ କରିଛନ୍ତି। ଓବେଡ ମାକକୟ ୪୧ ରନ ଦେଇ ୨ଟି ଓ୍ଵିକେଟ୍ ହାସଲ କରିଥିଲେ।



from Prameya News7 https://ift.tt/96iaE0N
ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ, କୋଲକାତାକୁ ୭ ରନରେ ଦେଲା ମାତ୍, ହିରୋ ସାଜିଲେ ବଟଲର ଓ ଚହଲ ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ, କୋଲକାତାକୁ ୭ ରନରେ ଦେଲା ମାତ୍, ହିରୋ ସାଜିଲେ ବଟଲର ଓ ଚହଲ Reviewed by SUBHENDU BARAL on April 18, 2022 Rating: 5

No comments:

Powered by Blogger.