ଚକ୍ରାସନ କରି ଓଜନ କମେଇବା ସହ ପାଆନ୍ତୁ ଆହୁରି ଅନେକ ଲାଭ Pramod Behera

ସୁସ୍ଥ ଶରୀର ପାଇଁ ବିଶେଷଜ୍ଞମାନେ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ସହିତ ଦୈନିକ ଯୋଗାସନ ଅଭ୍ୟାସ କରିବାକୁ ପରାମର୍ଶ ଦିଅନ୍ତି। ଯୋଗାସନା ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ସହିତ ଶାରୀରିକ କାର୍ଯ୍ୟକଳାପକୁ ବୃଦ୍ଧି କରିବା ଏବଂ ନିତ୍ୟକର୍ମକୁ ବ୍ୟବସ୍ଥିତ କରିବାରେ ସାହାଯ୍ୟ କରିଥାଏ। ଶାରୀରିକ ସ୍ୱାସ୍ଥ୍ୟକୁ ଠିକ ରଖିବା ନେଇ ଅନେକ ପ୍ରକାରର ଯୋଗାସନର ବିଶେଷତ୍ୱ ରହିଛି। ପ୍ରତିଦିନ ଅଭ୍ୟାସ କରି ଆପଣ ନିଜ ସ୍ୱାସ୍ଥ୍ୟକୁ ଫିଟ୍ ରଖିପାରିବେ। ସେ ସବୁ ଆସନ ଭିତରେ ଚକ୍ରସନ ଗୋଟିଏ ଏମିତି ଆସନ ଯାହା ଶରୀରକୁ ଅନେକ ଲାଭ ଦେଇଥାଏ।

'ଚକ୍ର' ଅର୍ଥ ‘ଚକ’ ଏବଂ 'ଆସନ'ର ଅର୍ଥ ‘ସ୍ଥିତି’। ଏହି ଆସନ କରିବାକୁ ହେଲେ ଶରୀରକୁ ଚକ ପରି କରିବାକୁ ହୋଇଥାଏ। ସେଥିପାଇଁ ଏହି ଆସନକୁ ସାଧାରଣ ଭାବେ ‘ହ୍ୱିଲ୍ ପୋଜ୍’ ମଧ୍ୟ କୁହାଯାଏ। ଏହି ଆସନକୁ ସଂସ୍କୃତରେ ଊର୍ଦ୍ଧ ଧନୁରାସାନା ନାମରେ ମଧ୍ୟ ଜଣାଶୁଣା। ଯୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଆସନକୁ ପ୍ରତିଦିନ ଅଭ୍ୟାସ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ। ତେବେ ଆସନ୍ତୁ ଏହି ବିଷୟରେ ବିସ୍ତୃତ ଭାବରେ ଜାଣିବା।

କିପରି କରିବେ:

ଚକ୍ରାସନ ଅଭ୍ୟାସ ଅପେକ୍ଷାକୃତ କଷ୍ଟ ବୋଲି ବିବେଚନା କରାଯାଏ। ଏହା କରିବାରେ ବିଶେଷ ପାରଦର୍ଶୀ ହେବା ଆବଶ୍ୟକ, ନଚେତ୍ ଏହା ଆଘାତର କାରଣ ହୋଇପାରେ। ଜଣେ ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ଏହି ଆସନ କରିବା ଦରକାର।

- ଏହି ଆସନ କରିବା ପାଇଁ, ପ୍ରଥମେ ପିଠି ଉପରେ ଶୋଇପଡ

- ତା’ପରେ ଆଣ୍ଠୁକୁ ବଙ୍କା କରି ଗୋଇଠିକୁ ଯଥାସମ୍ଭବ ନିଜ ପିଚା ଆଡକୁ ଆଣ।

- ହାତକୁ ଭୂମି ଉପରେ ରଖ

- ପାପୁଲି ଓ ପାଦକୁ ବ୍ୟବହାର କରି ଶରୀରକୁ ଉପରକୁ ଉଠାଅ

- ଗୋଡକୁ କାନ୍ଧ ସହ ସମାନ୍ତରାଳ ଭାବରେ ଖୋଲି ରଖ

- ଶରୀର ଓଜନକୁ ନିୟନ୍ତ୍ରଣ କରି ଶରୀରକୁ ଉପରକୁ ଉଠାଅ

- ଏହି ଅବସ୍ଥାରେ କିଛି ସମୟ ରୁହ

ଉପକାରିତା:

- ଚାପ ଓ ଚିନ୍ତାକୁ ହ୍ରାସ କରିବାରେ ସାହାଯ୍ୟ କରେ

- ଦୃଷ୍ଟି ଶକ୍ତିକୁ ତୀକ୍ଷ୍ଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ

- ମେରୁଦଣ୍ଡକୁ ଶକ୍ତିଶାଳୀ ଓ ନମନୀୟ କରେ

- ଶରୀରରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ସହିତ ରକ୍ତକୁ ଶୁଦ୍ଧ କରିଥାଏ

- ସହନଶୀଳତା ଓ ଶକ୍ତି ବୃଦ୍ଧିରେ ସହାୟ ହୁଏ

- ଯେଉଁମାନଙ୍କର ପେଟର ଚର୍ବିରେ ସମସ୍ୟା ଥାଏ, ଏହି ଆସନ ସେମାନଙ୍କ ପାଇଁ ବିଶେଷ ଲାଭଦାୟକ

- ଏହା ମଧ୍ୟ ମୂଳ ମାଂସପେଶୀକୁ ଟୋନ୍ କରେ

- ଭୋକ ବୃଦ୍ଧି ଏବଂ କୋଷ୍ଠକାଠିନ୍ୟ, ହଜମଜନିତ ସମସ୍ୟାରୁ ମୁକ୍ତି ପାଇଁ ଏହା ଅତ୍ୟନ୍ତ ପ୍ରଭାବଶାଳୀ

କେଉଁମାନେ କରିବେ ନାହିଁ:

- ମେରୁଦଣ୍ଡ କିମ୍ବା ପିଠି ଯନ୍ତ୍ରଣା ଭୋଗୁଥିବା ଲୋକ, ଏହି ଆସନ ନ କରିବାକୁ ପରାମର୍ଶ ଦିଆଯାଇଛି

- ହାତଗୋଡ ଦୁର୍ବଳ ଥିଲେ ଏହି ଆସନ କରିବା ଉଚିତ ନୁହେଁ

- ଗର୍ଭବତୀ ମହିଳାମାନେ ମଧ୍ୟ ଏହି ଆସନ କରିବା ଠାରୁ ଦୂରେଇ ରହିବା ଉଚିତ



from Latest Odisha News, Breaking News Today | Top Updates on Corona - OTV News https://ift.tt/IWGjMaK
ଚକ୍ରାସନ କରି ଓଜନ କମେଇବା ସହ ପାଆନ୍ତୁ ଆହୁରି ଅନେକ ଲାଭ Pramod Behera ଚକ୍ରାସନ କରି ଓଜନ କମେଇବା ସହ ପାଆନ୍ତୁ ଆହୁରି ଅନେକ ଲାଭ Pramod Behera Reviewed by SUBHENDU BARAL on April 14, 2022 Rating: 5

No comments:

Powered by Blogger.