ଓ୍ୱେଷ୍ଟ ଇଣ୍ଡିଜଠୁ ୧୦ ଓ୍ୱିକେଟରେ ହାରିଲା ଇଂଲଣ୍ଡ, ମଜା ନେଲେ ଓ୍ୱାସିମ୍ ଜାଫର

ନୂଆଦିଲ୍ଲୀ ୨୮/୦୩: ସେଣ୍ଟ୍ ଜର୍ଜରେ ଆୟୋଜିତ ତୃତୀୟଟେଷ୍ଟରେ ଇଂଲଣ୍ଡକୁ ଓ୍ୱେଷ୍ଟ ଇଣ୍ଡିଜ ୧୦ ଓ୍ୱିକେଟରେ ପରାସ୍ତ କରିଛି ।ଏହାସହ ସିରିଜକୁ ୧-୦ରେ କବଜା କରିନେଇଛି । ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲା ଡ୍ର ରହିଥିଲା । ତେବେ ଇଣ୍ଡିଜ ବିଜୟର ହିରୋ ଥିଲେ ଓ୍ୱିକେଟ୍ କିପର ବ୍ୟାଟର ଜୋସୁଆ ଡା ସିଲଭା ଓ କାଇଲ ମେୟର୍ସ ।

ମ୍ୟାଚରେ ଓ୍ୱେଷ୍ଟ୍ ଇଣ୍ଡିଜକୁ ବିଜୟ ପାଇଁ ମାତ୍ର ୨୮ ରନ୍‌ର ଟାର୍ଗେଟ୍ ଦେଇଥିଲା ଇଂଲଣ୍ଡ । ଇଣ୍ଡିଜ ମାତ୍ର ୪.୫ ଓଭରରେ ବିନା କୌଣସି ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ମ୍ୟାଚର ପ୍ରଥମ ଇନିଂସରେ ଡା ସିଲଭା ୧୦୦ ରନ୍ କରିଥିଲେ । ଫଳରେ ଦଳ ୨୯୭ ରନ୍ କରିପାରିଥିଲା । ଜବାବରେ ଇଂଲଣ୍ଡ ୨୦୪ ରନ୍ କରିପାରିଥିଲା ।

ଇଂଲଣ୍ଡର ପରାଜୟ ପରେ ପୂର୍ବତନ ଭାରତୀୟ ବ୍ୟାଟର ଓ୍ୱାସିମ ଜାଫର ଟ୍ୱିଟ୍ କରିଛନ୍ତି । ଇଂଲଣ୍ଡ ୧୨୦ ଅଲଆଉଟ୍ ଲେଖିବା ସହ ମାଇକେଲ୍ ଭନଙ୍କୁ ପ୍ରଶ୍ନ କରିଛନ୍ତି । କାରଣ ଗତବର୍ଷ ଜୋ ରୁଟ୍ ଓ ରୋରି ବର୍ଣ୍ଣସଙ୍କ ପରେ ଓ୍ୱାଇଡ୍ ଓ ନୋ ବଲରୁ ଅଧିକ ରନ୍ ଇଂଲଣ୍ଡ ଟିମକୁ ମିଳିଥିଲା ।

ମ୍ୟାଚରେ କ୍ୟାରିଅରର ପ୍ରଥମ ଶତକ ଲଗାଇଥିବା ସିଲଭାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା । ସେହିପରି କ୍ରାଗ୍ ବ୍ରେଥବେଟ୍ ମ୍ୟାନ୍ ଅଫ୍ ଦି ସିରିଜ ପୁରସ୍କାର ଜିତିଥିଲେ ।  



from Prameya News7 https://ift.tt/NO91Rn7
ଓ୍ୱେଷ୍ଟ ଇଣ୍ଡିଜଠୁ ୧୦ ଓ୍ୱିକେଟରେ ହାରିଲା ଇଂଲଣ୍ଡ, ମଜା ନେଲେ ଓ୍ୱାସିମ୍ ଜାଫର ଓ୍ୱେଷ୍ଟ ଇଣ୍ଡିଜଠୁ ୧୦ ଓ୍ୱିକେଟରେ ହାରିଲା ଇଂଲଣ୍ଡ, ମଜା ନେଲେ ଓ୍ୱାସିମ୍ ଜାଫର Reviewed by SUBHENDU BARAL on March 27, 2022 Rating: 5

No comments:

Powered by Blogger.