‘ଯଦି ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ୍ ହୋଇ ପାରୁଛି ତେବେ ହିନ୍ଦୁ ଦେବୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରୁଥିବା ଲୋକଙ୍କ କାହିଁକି ନୁହେଁ’

ନୂଆଦିଲ୍ଲୀ ୨୮।୦୩: ଦିଲ୍ଲୀ ହାଇକୋର୍ଟ ସୋମବାର ଟୁଇଟର ବିରୋଧରେ କଡା ଟିପ୍ପଣୀ କରିଛନ୍ତି। କୋର୍ଟ ମାଇକ୍ରୋବ୍ଲୋକିଙ୍ଗ୍ ସାଇଟ୍‌କୁ ପ୍ରଶ୍ନ କରିଛନ୍ତି ଯେ, ଯଦି  ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ୍ ହୋଇ ପାରୁଛି ତେବେ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଟିପ୍ପଣୀ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇ ପାରୁ ନାହିଁ ? ଏହି ମାମଲା ଏକ ଟୁଇଟର ଆକାଉଣ୍ଟ ସହ ଜଡିତ ଥିଲା, ଏଥିରେ ହିନ୍ଦୁ ଦେବୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ପୋଷ୍ଟ କରାଯାଇଥିଲା। ହାଇକୋର୍ଟ ଟୁଇଟର ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଏହି ସଂସ୍ଥାର ଅନ୍ୟ ଲୋକଙ୍କ ଭାବନା ପ୍ରତି କୌଣସି ଚିନ୍ତା ନାହିଁ।

ଟୁଇଟରକୁ ଅଧିକ ସମ୍ବେଦନଶୀଳ ହେବା ଉଚିତ୍

ମୁଖ୍ୟ ବିଚାରପତି ବିପିନ ସାଙ୍ଘି ଏବଂ ବିଚାରପତି ନବିନ ଚାଓ୍ଵଲାଙ୍କ ପୀଠ ଏଥିଷ୍ଟ ରିପବ୍ଲିକ ୟୁଜର ଗେମ ଦ୍ଵାରା ମା କାଳୀଙ୍କ ଉପରେ କରାଯାଇଥିବା ପୋଷ୍ଟ ସଂପର୍କିତ ମାମଲାର ଶୁଣାଣି କରୁଥିଲେ।  ପୀଠ ପ୍ରଶ୍ନ କରିଛନ୍ତି ଯେ, ଟୁଇଟର କେମିତି କିଛି ଲୋକଙ୍କ ଆକାଉଣ୍ଟ ବ୍ଲକ୍ କରି ପାରୁଛି କିନ୍ତୁ ଅନ୍ୟପଟେ କିଛି ମାମଲାରେ ଅନ୍ୟ ଧର୍ମର ଭାବନାକୁ ଆଘାତ କରୁଥିବା ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ତେଣୁ ଟୁଇଟରକୁ ଅଧିକ ସାବଧାନ ଏବଂ ସମ୍ବେଦନଶୀଳ ହେବାକୁ ପଡିବ ବୋଲି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା ଉପରେ ଟୁଇଟର ଦଲିଲ୍ ଦେଇଥିଲା ଯେ, ୟୁଜର୍ସ ଯେ କୌଣସି ପ୍ରକାରର ପୋଷ୍ଟ କରି ପାରିବେ। ସେ ସବୁ ଆକାଉଣ୍ଟକୁ ବନ୍ଦ କରି ପାରିବ ନାହିଁ। ଏହାର ଜବାବରେ କୋର୍ଟ ପଚାରିଛନ୍ତି ତେବେ ଆପଣ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ କେମିତି ବନ୍ଦ କରି ଦେଲେ।

ଆମେ ଆକାଉଣ୍ଟ ବନ୍ଦ କରି ପାରିବୁ ନାହିଁ ଏହା କହିବା ସଂପୂର୍ଣ୍ଣ ଠିକ୍ ନୁହେଁ ବୋଲି କୋର୍ଟ କହିଛନ୍ତି। ଆଜିର ମାମଲାରେ ଶୁଣାଣି ସମୟରେ ଟୁଇଟର ପକ୍ଷରୁ ହାଜର ଓକିଲ ସିଦ୍ଧାର୍ଥ ଲୁଥରା କହିଛନ୍ତି, ଏହି ମାମଲାରେ ଆପତ୍ତିଜନକ ପୋଷ୍ଟକୁ ହଟାଇ ଦିଆଯାଇଛି। ଏଥିସହ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି।



from Prameya News7 https://ift.tt/zYinuRp
‘ଯଦି ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ୍ ହୋଇ ପାରୁଛି ତେବେ ହିନ୍ଦୁ ଦେବୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରୁଥିବା ଲୋକଙ୍କ କାହିଁକି ନୁହେଁ’ ‘ଯଦି ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ୍ ହୋଇ ପାରୁଛି ତେବେ ହିନ୍ଦୁ ଦେବୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରୁଥିବା ଲୋକଙ୍କ କାହିଁକି ନୁହେଁ’ Reviewed by SUBHENDU BARAL on March 28, 2022 Rating: 5

No comments:

Powered by Blogger.