ଦନ୍ତା ଆକ୍ରମଣରେ ଗାଈ ଗୁରୁତର, ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଗ୍ରାମରୁ ଘଉଡ଼ାଇଲା ହାତୀ

କାମାକ୍ଷାନଗର, ୩୦/୧୨: ଦନ୍ତାହାତୀ ଆକ୍ରମଣରେ ଗାଈ ଗୁରୁତର। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଗ୍ରାମରେ ପଶି କଲା ହାତୀ ଆକ୍ରମଣ କରିଥିବା ଜଣାପଡ଼ିଛି । ଗୁରତର ଗାଈ ହେଲି ସେହି ଗ୍ରାମର ନିଳମଣୀ ନାୟକଙ୍କର । ଆଜି ସନ୍ଧ୍ୟା ସମୟରେ ଗାଈଟି ଗୁହାଳ ନିକଟରେ ଠିଆ ହୋଇଥିବା ବେଳେ ଦନ୍ତା ହାତୀଟି ହଠାତ ଆକ୍ରମଣ କରିଥିଲା। ଗ୍ରାମବାସୀ ପାଟିକରି ଘଉଡ଼ାଇବାରୁ ହାତୀଟି ଘଟଣାସ୍ଥଳରୁ ଛାଡି ପଳାଇଥିଲା। ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଗ୍ରାମରୁ ହାତୀଟିକୁ ଘଉଡାଇବା ସହ ହାତୀ ଉପରେ କଡା ନଜର ରଖିଛି। ଏପଟେ ଗୁରୁତର ଗାଇଟିକୁ ପଶୁ ଚିକିତ୍ସକ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି।



from Prameya News7 https://ift.tt/3JwybKM
ଦନ୍ତା ଆକ୍ରମଣରେ ଗାଈ ଗୁରୁତର, ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଗ୍ରାମରୁ ଘଉଡ଼ାଇଲା ହାତୀ ଦନ୍ତା ଆକ୍ରମଣରେ ଗାଈ ଗୁରୁତର, ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଗ୍ରାମରୁ ଘଉଡ଼ାଇଲା ହାତୀ Reviewed by SUBHENDU BARAL on December 30, 2021 Rating: 5

No comments:

Powered by Blogger.