ନୂଆବର୍ଷରେ ଚାଷୀ ହେବେ ଖୁସି : ଜାନୁଆରୀ ୧ ରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ କିଷାନ୍ ଯୋଜନାର ଦଶମ କିସ୍ତି Kanak News

କନକ ବ୍ୟୁରୋ : ନୂଆବର୍ଷରେ ଚାଷୀଙ୍କ ଆକାଉଂଟକୁ ଆସିବ ମୋଦୀଙ୍କ ଟଙ୍କା । ୨୦୨୨ ଜାନୁଆରୀ ୧ ତାରିଖରେ ପିଏମ୍ କିଷାନ ଯୋଜନାରେ ୨୦୦୦ ଟଙ୍କା ଲେଖାଏଁ ଦିଆଯିବ । ଏ ନେଇ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ପ୍ରତି ଚାଷୀ ପରିବାରକୁ ଦଶମ କିସ୍ତି ଆକାରରେ ୨ ହଜାର ଟଙ୍କା ପଠାଯିବ । ପ୍ରାୟ ୧୦ କୋଟି ଚାଷୀ ପରିବାର ଉପକୃତ ହେବେ ।

ଆଉ ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୨୦ ହଜାର କୋଟି ଟଙ୍କା । ପିଏମ୍ କିଷାନ ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ହିତାଧିକାରୀ ପରିବାରକୁ ଦିଆଯାଏ । ପ୍ରତି ୪ ମାସରେ ଅର୍ଥାତ୍ ୩ଟି ସମାନ କିସ୍ତିରେ ଏହି ସହାୟତା ମିଳିଥାଏ । ଏହି ଯୋଜନାରେ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ଦିଆ ଯାଇଥିବା, ପିଏମଓ ପକ୍ଷରୁ କୁହାଯାଇଛି । ପିଏମ୍ କିଷାନ ଯୋଜନାରେ ଗତ ଅଗଷ୍ଟ ମାସରେ ନବମ କିସ୍ତି ସହାୟତା ଦିଆଯାଇଥିଲା । ୯ କୋଟି ୭୫ ଲକ୍ଷ ଚାଷୀ ଆକାଉଂଟକୁ ଯାଇଥିଲା ପ୍ରାୟ ୧୯ ହଜାର ୫୦୦ କୋଟି ଟଙ୍କା ।

The post ନୂଆବର୍ଷରେ ଚାଷୀ ହେବେ ଖୁସି : ଜାନୁଆରୀ ୧ ରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ କିଷାନ୍ ଯୋଜନାର ଦଶମ କିସ୍ତି first appeared on Kanak News.



from Kanak News https://ift.tt/3pErfTQ https://ift.tt/3sKU3vU
ନୂଆବର୍ଷରେ ଚାଷୀ ହେବେ ଖୁସି : ଜାନୁଆରୀ ୧ ରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ କିଷାନ୍ ଯୋଜନାର ଦଶମ କିସ୍ତି Kanak News ନୂଆବର୍ଷରେ ଚାଷୀ ହେବେ ଖୁସି : ଜାନୁଆରୀ ୧ ରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ କିଷାନ୍ ଯୋଜନାର ଦଶମ କିସ୍ତି Kanak News Reviewed by SUBHENDU BARAL on December 29, 2021 Rating: 5

No comments:

Powered by Blogger.