ମହିଳାଙ୍କର ଥିଲା ଦୁଇଟି ଗର୍ଭାଶୟ: ଦେଲେ ଯାଆଁଳା ପିଲାଙ୍କୁ ଜନ୍ମ Pramod Behera

ଏ ଦୁନିଆରେ ଏପରି ଅନେକ ଅଦ୍ଭୁତ ଜିନିଷ ଅଛି ଯାହାକୁ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ଆପଣ ଆମେରିକାର ଜଣେ ମହିଳାଙ୍କୁ  ପ୍ରକୃତିର ଚମତ୍କାର ଭାବରେ ଦେଖି ପାରିବେ। କାରଣ ତାଙ୍କ ପେଟରେ ଗୋଟିଏ ନୁହେଁ ଦୁଇଟି ଗର୍ଭାଶୟ ଅଛି। ମେଗନ୍ ଫିପ୍ସ ନାମକ ଏହି ମହିଳା ଦୁଇଟି ଗର୍ଭାଶୟ ସହିତ ଜନ୍ମ ହୋଇଥିଲେ। ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ସେ ଏକକାଳୀନ ଉଭୟ ଗର୍ଭାଶୟରୁ ଗର୍ଭବତୀ ହୋଇଛନ୍ତି।

ଖବର ଅନୁଯାୟୀ, ନେବ୍ରାସ୍କା ନିବାସୀ ମେଗନ୍ ଫିପ୍ସ, ଚିକିତ୍ସା ବିଜ୍ଞାନରେ ୟୁଟେରାଇନ୍ ଡିଡେଲଫିସ୍ ନାମକ ଏକ ରୋଗରେ ପୀଡିତ ହୋଇ ଜନ୍ମଗ୍ରହଣ କରିଥିଲେ। ଏଥିରେ ମହିଳାଙ୍କ ଶରୀରରେ ଦୁଇଟି ଗର୍ଭାଶୟ ଥାଏ। ଡାକ୍ତରମାନେ ଏ ବିଷୟରେ ତ ଜାଣିଥିଲେ, କିନ୍ତୁ ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ମେଗନ୍ ଏକକାଳୀନ ଉଭୟ ଗର୍ଭରେ ପିଲାମାନଙ୍କୁ ପ୍ରତିପୋଷଣ କରୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସାଢେ ୫ ମାସରେ କରିବାକୁ ହେଲା ପ୍ରସବ:

ମେଗନ୍ ଫିପ୍ସ ଏକାସାଙ୍ଗରେ ଉଭୟ ଗର୍ଭାଶୟରେ ଗର୍ଭବତୀ ହେବା ପରେ ଶିଶୁମାନେ ଉଭୟ ଗର୍ଭରେ ବଢୁଥିଲେ। କିନ୍ତୁ ଉଭୟ ଝିଅଙ୍କ ଓଜନ ଯେତେବେଳେ ୪୫୩ ଗ୍ରାମରୁ କମ୍ ଥିଲା, ସେତେବେଳେ ସେମାନଙ୍କୁ ପ୍ରସବ କରିବାକୁ ପଡିଥିଲା। ଗୋଟିଏ ଝିଅ ଜନ୍ମର ଦିନକ ପରେ ଅନ୍ୟ ଏକ ଝିଅକୁ ଜନ୍ମ କରାଗଲା। କିନ୍ତୁ ଦୁଃଖର କଥା ଯେ ତାଙ୍କର ପ୍ରଥମ ଝିଅ ୧୨ ଦିନ ପରେ ମୃତ୍ୟୁବରଣ କରିଥିବାବେଳେ ଦ୍ୱିତୀୟ ଝିଅ ରିସ୍‌ଙ୍କୁ ୪୫ ଦିନ ଭେଣ୍ଟିଲେଟରରେ ରଖିବାକୁ ପଡିଲା ଏବଂ ସେ ବଞ୍ଚିଗଲା। ମେଗନ୍ ଫିପ୍ସ, ଗୁଡ୍ ମର୍ନିଂ ଆମେରିକା ନାମକ ଶୋ’ରେ ନିଜର ଅଭିଜ୍ଞତା ବାଣ୍ଟିବାବେଳେ କହିଥିଲେ ଯେ ସେ ମାତ୍ର ୨୨ ସପ୍ତାହ ମଧ୍ୟରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ।

Woman with two uteruses pregnant gives birth twinsପତିଙ୍କ ସହ ଦୁଇଟି ଗର୍ଭାଶୟ ଥିବା ମହିଳା

ମେଗନ୍ ଫିପ୍ସଙ୍କର ପୂର୍ବରୁ ଦୁଇଟି ସନ୍ତାନ ଅଛନ୍ତି। ଏହି ଦୁଇଜଣ ତାଙ୍କ ଡାହାଣ ଗର୍ଭାଶୟରୁ ଜନ୍ମ ହୋଇଥିଲେ। ଏପରି ପରିସ୍ଥିତିରେ ସେ ଭାବୁଥିଲେ ଯେ ବୋଧହୁଏ ତାଙ୍କ ବାମ ଗର୍ଭାଶୟ କାମ କରୁ ନାହିଁ। କିନ୍ତୁ ଯେତେବେଳେ ତୃତୀୟ ଗର୍ଭଧାରଣରେ ତାଙ୍କର କିଛି ଅସୁବିଧା ହେଲା, ସେ ଡାକ୍ତରଙ୍କୁ ଏ ବିଷୟରେ ପଚାରିଥିଲେ। ଅନୁସନ୍ଧାନରୁ ଜଣାପଡିଲା ଯେ ପିଲାମାନେ ଉଭୟ ଗର୍ଭାଶୟରେ ପୃଥକ ଭାବରେ ବଢୁଛନ୍ତି। ଏଭଳି ଅଜବ ଅବସ୍ଥା ପ୍ରତ୍ୟେକ ୨୦୦୦ ମହିଳାଙ୍କ ମଧ୍ୟରୁ ଜଣକ ପାଖରେ ଦେଖାଯାଏ ଏବଂ ୫ କୋଟି ମହିଳାଙ୍କ ମଧ୍ୟରୁ କୌଣସି ଜଣଙ୍କ ପାଖରେ ଉଭୟଙ୍କ ଗର୍ଭାଶୟରେ ଗର୍ଭଧାରଣ ହେବାର ସମ୍ଭାବନା ଥାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/3znHI2d
ମହିଳାଙ୍କର ଥିଲା ଦୁଇଟି ଗର୍ଭାଶୟ: ଦେଲେ ଯାଆଁଳା ପିଲାଙ୍କୁ ଜନ୍ମ Pramod Behera ମହିଳାଙ୍କର ଥିଲା ଦୁଇଟି ଗର୍ଭାଶୟ: ଦେଲେ ଯାଆଁଳା ପିଲାଙ୍କୁ ଜନ୍ମ Pramod Behera Reviewed by SUBHENDU BARAL on December 29, 2021 Rating: 5

No comments:

Powered by Blogger.