କିଏ କଲେ ତାକୁ ଗୋଲ୍ଗପ୍ପେ ତ କିଏ କହେ ତାକୁ ପାନିପୁରୀ, କିନ୍ତୁ ଆମ ପାଇଁ ସିଏ ଗୁପ୍ଚୁପ୍। କିଏ ବା ଏହାର ସ୍ୱାଦକୁ ନ ଚାଖିଛି। ନା ଶୁଣିଲେ ତ ପାଟିରୁ ପାଣି ଆସିଯାଏ। ପ୍ରାୟ ସବୁଆଡେ ରାସ୍ତାକଡରେ ଏହି ଚଟପଟି ଖାଦ୍ୟ ମିଳିଯାଏ। ଆପଣମାନେ ବି ବିଭିନ୍ନ ପ୍ରକାରର ବିଭିନ୍ନ ଟେଷ୍ଟ୍ର ଗୁପ୍ଚୁପ୍ ଖାଇଥିବେ। କେଉଁଠି ଫାୟାର ଗୁପ୍ଚୁପ୍ ମିଳେ ତ ପୁଣି କେଉଁଠି ଆଇସ୍କ୍ରିମ୍ ଗୁପ୍ଚୁପ୍। ଆପଣ କ’ଣ କେବେ ଶୁଣିଛନ୍ତି ବାହୁବଳୀ ଗୁପ୍ଚୁପ୍। ବର୍ତ୍ତମାନ ଇଣ୍ଟର୍ନେଟ୍ରେ ଏହି ଗୁପ୍ଚୁପ୍ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଆପଣ ତ ନିଶ୍ଚିତ ଭାବରେ ଏହାର ନାମରୁ ଅନୁମାନ କରିପାରୁଥିବେ ଯେ ଏହା ନିହାତି ସାଧାରଣ ଗୁପ୍ଚୁପ୍ ତୁଳନାରେ ବଡ। ଲୋକଙ୍କ ମନ ବୁଝିବା ପାଇଁ ଯେତେବେଳେ ସାଧାରଣ ଗୁପ୍ଚୁପ୍କୁ ୨୦ ରୁ ୨୫ ଟା ଖିଆଯାଏ ଠିକ୍ ସେତିକି ବେଳେ ଏଥିରୁ ଗୋଟିଏ ଖାଇଦେଲେ ପେଟ ପୂରିଯିବ। ଆପଣ ଯଦିବି ଏମିତି ଭାବୁଥିବେ ତେବେ ଏନେଇ ଏହାକୁ ବାହୁବଳୀ ଗୁପ୍ଚୁପ୍ କୁହାଯାଉ ନାହିଁ।
ତେବେ ଭାଇରାଲ୍ ହେଉଥିବା ଏହି ବାହୁବଳୀ ଗୁପ୍ଚୁପ୍ ନାଗପୁରରେ ବିକ୍ରି ହେଉଛି। ଏହା ଆକାରରେ ଏତେ ବଡ ଯେ ଆପଣ ଏହାକୁ ଗୋଟିଏ ଥର ଖାଇ ପାରିବେ ନାହିଁ। କିନ୍ତୁ ଏହାକୁ ନାଗପୁରରେ ଦେଖିବା ମାତ୍ରେ ଆପଣଙ୍କ ପାଟିରୁ ପାଣି ଆସିଯିବ। ଏହି ଗୁପ୍ଚୁପ୍ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏଥିରେ ୫ ପ୍ରକାରର ପାଣି ଦିଆଯାଉଛି। ଭିଡିଓରେ ଆପଣ ଦେଖିପାରିବେ ଯେ ଗୁପ୍ଚୁପ୍ ବାଲା ପ୍ରଥମେ ତାଙ୍କ ହାତରେ ଏକ ଗୁପ୍ଚୁପ୍ ନେଉଛି। ତା’ପରେ ସେ ସେଥିରେ ୫ ପ୍ରକାରର ପାଣି ପୂରାଉଛି। ଏହା ପରେ ସେ ଏହା ଭିତରେ ଆଳୁ ଭର୍ତ୍ତି କରିବା ପରିବର୍ତ୍ତେ, ଏହାର ଉପରେ ପୂରା ଦେଉଳିଆ କରି ଆଳୁ ଲଦିଦେଉଛି। କେବଳ ଏତିକି ନୁହେଁ, ଆଳୁ ଉପରେ ଦହି, ସେଓ, ବୁନ୍ଦି ଆଉ କିଛି ଡାଳିମ୍ବ ମଞ୍ଜି ମଧ୍ୟ ପଡୁଛି। ଯାହା ନିହାତି ଏକ ସ୍ୱତନ୍ତ୍ର ଲାଗୁଛି।
ଏହି ଭିଡିଓକୁ Nagpur Cha Kartik ନାମକ ଏକ ୟୁଟ୍ୟୁବ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ତେବେ କାର୍ତ୍ତିକ ନାମକ ଜଣେ ଫୁଡ୍ ବ୍ଲଗର ଏହି ବାହୁବଳୀ ଗୁପ୍ଚୁପ୍ ଖାଇ ତାଙ୍କ ଅବସ୍ଥା ଯାହା ହେଉଛି ଆପଣ ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିପାରିବେ। ଗୁପ୍ଚୁପ୍ ଉପରେ ରଖାଯାଇଥିବା ଆଳୁକୁ ପାଟି ଭର୍ତ୍ତି କରିବା ପରେ, ଏହା ଅଧା ପାଟିକୁ ଯାଇଥିବା ବେଳେ ଆଉ ଅଧା ଫାଟି ହାତ ସାରା ବୋହିଯିବା ଦେଖାଯାଏ। ତେବେ ଏହି ଅଜବ ଭିଡିଓଟିକୁ ଏପର୍ଯ୍ୟନ୍ତ ପ୍ରାୟ ୬ କୋଟି ୫୨ ଲକ୍ଷ ଲୋକ ଦେଖିସାରିଲେଣି। ସେହିପରି ଏପର୍ଯ୍ୟନ୍ତ ଏହାକୁ ୨୫ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/3FFSvqG
Reviewed by SUBHENDU BARAL
on
December 29, 2021
Rating:
No comments: