ପେଶାୱାର ୩୦/୧୨ : ଚୀନ-ପାକିସ୍ତାନ ଇକୋନୋମିକ କରିଡର ପ୍ରୋଜେକ୍ଟ ଉପରେ ଆଫଗାନିସ୍ତାନର ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି ବୋଲି ପାକିସ୍ତାନ ସରକାର ସୂଚନା ଦେଇଛନ୍ତି। ପାକିସ୍ତାନର ଆତଙ୍କବାଦୀ ନିରୋଧ ବିଭାଗ କହିଛି ଆଫଗାନିସ୍ତାନର ୯୦ଭାଗ ଆତଙ୍କବାଦୀ ପାକିସ୍ତାନ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଚୀନ ପାକିସ୍ତାନ ଇକୋନୋମିକ କରିଡର ପ୍ରକଳ୍ପକୁ ଟାର୍ଗେଟ କରୁଛନ୍ତି।
ପାକିସ୍ତାନର ଆତଙ୍କବାଦୀ ନିରୋଧ ବିଭାଗର ଡେପୁଟି ଇନିସପେକ୍ଟର ଜେନେରାଲ ଜାବେଦ ଇକବାଲ ୱାଜିର କହିଛନ୍ତି ୯୦ଭାଗରୁ ଅଧିକ ଆତଙ୍କବାଦି (ଆଫଗାନିସ୍ତାନ) ବୋର୍ଡର ପାଖରୁ କାର୍ଯ୍ୟ କରିବା ସହ ଟାର୍ଗେଟ କରୁଛନ୍ତି। ଏହି ଆତଙ୍କୀ ଗୋଷ୍ଠୀ ମୁଖ୍ୟତଃ ଚୀନ-ପାକିସ୍ତାନ ଇକୋନୋମିକ ପ୍ରୋଜେକ୍ଟ, ପ୍ରମୁଖ ପ୍ରତିଷ୍ଠାନ, ପୋଲିଓ ଟିମ ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ଟାର୍ଗେଟ କରୁଛନ୍ତି। ଏହି ସୂଚନା ଖବର ସରବରାହ ସଂସ୍ଥା ଏଏନଆଇ ନ୍ୟୁଜ ଇଣ୍ଟରନ୍ୟାସନାଲକୁ କହିଛି।
ପାକିସ୍ତାନର ଆତଙ୍କବାଦୀ ନିରୋଧ ବିଭାଗ ଗତବର୍ଷ ବନ୍ନୁ ଅଞ୍ଚଳ ସଞ୍ଚାଳନ କରୁଥିବା ସମୟରେ ଇସ୍ଲାମିକ ଷ୍ଟେଟ ଅଫ ଖୋରାସାନ୍ର ପାଞ୍ଚଟି ପ୍ରମୁଖ ଦଳର ପର୍ଦ୍ଦାଫାସ କରିଥିଲେ। ଯାଭେଦ କହିଛନ୍ତି ଧରାପଡ଼ିଥିବା ଆତଙ୍କବାଦୀମାନେ ପୋଲିଓ ଟୀକାକରଣ ଦଳ ଉପରେ ହମଲା କରିବା ସହ ଲକ୍ଷିତ ହତ୍ୟାକାଣ୍ଡ ଭଳି ୪୦ରୁ ଅଧିକ ମାମଲାରେ ଯଡ଼ିତ ଥିଲେ। ଏହି ବର୍ଷ ଖୈବର ପଖ୍ତୁନଖାରେ ହୋଇଥିବା ଅଭିଯାନ ଦ୍ୱାରା ପାକିସ୍ତାନ ଆତଙ୍କବାଦି ନିରୋଧି ଗୋଷ୍ଠି ୧୧୦ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବା ସହ ୫୯୯ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ପାକିସ୍ତାନର ଆତଙ୍କବାଦି ନିରୋଧ ବିଭାଗ ମୁଖ୍ୟ କହିଛନ୍ତି ଗିରଫ ଓ ହତ୍ୟା କରାଯାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମଧ୍ୟ ଅଛନ୍ତି ଯାହାଙ୍କ ପାଖରେ କୋଟିକୋଟି ଟଙ୍କା ଅଛି। ସେ ଆହୁରି କହିଛନ୍ତି ଯେକୌଣସି ଆତଙ୍କବାଦୀ ଗତିବିଧି ସହିତ ସମ୍ପୃକ୍ତ ଲୋକଙ୍କୁ ଧରି ତାଙ୍କର ପର୍ଦ୍ଦାଫାସ କରୁଛୁ।
from Prameya News7 https://ift.tt/3mJGxoG

No comments: