ନିଜର ଆଉ ଏକ ସଂସ୍ଥା ହରାଇଲେ ଅନୀଲ ଅମ୍ବାନୀ : ରିଲାଏନ୍ସ କ୍ୟାପିଟାଲର ବୋର୍ଡକୁ ଅକ୍ତିଆରକୁ ନେଲା ରିଜର୍ଭ ବ୍ୟାଙ୍କ Kanak News

କନକ ବ୍ୟୁରୋ : ଶିଳ୍ପପତି ଅନିଲ୍‌ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ କ୍ୟାପିଟାଲ୍‌ର ବୋର୍ଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଅକ୍ତିଆରକୁ ଆଣିଛନ୍ତି। ପ୍ରଶାସନିକ ସମସ୍ୟା ଓ ଦେୟ ଦେବାରେ ବିଫଳ ହେଉଥିବାରୁ ଏହି କଂପାନିର ବୋର୍ଡକୁ ହଟାଇ ଦିଆଯାଇଛି । ଖୁବ୍‌ଶୀଘ୍ର କଂପାନି ବିରୋଧ‌ରେ ଇନସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ ଅଧୀନରେ ମାମଲା ରୁଜୁ କରି ବିଚାର ଚାଲିବ । ରିଲାଏନ୍ସ କ୍ୟାପିଟାଲ୍‌ର ବୋର୍ଡକୁ ହଟାଇବା ପରେ କଂପାନିର ପରିଚାଳନା ପାଇଁ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ପୂର୍ବତନ ଇଡି ନାଗେଶ୍ବର ରାଓ ୱାଇଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି ।

ରିଲାଏନ୍ସ କ୍ୟାପିଟାଲ୍ ୮୩,୧୩୮ କୋଟି ଟଙ୍କା ଫେରସ୍ତ କରିପାରୁନାହିଁ । କଂପାନିର ବାର୍ଷିକ ରିପୋର୍ଟ ଅନୁସାରେ ଏହା ଅଧୀନରେ ୬୩,୮୭୮ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏକଦା ଭାରତର ଅନ୍ୟତମ ଶ୍ରେଷ୍ଠ ଧନୀ ଭାବେ ବିବେଚିତ ହେଉଥିବା ଅନିଲ ଅମ୍ବାନି ହେଉଛନ୍ତି ଧୀରୁଭାଇ ଅମ୍ବାନିଙ୍କ ସାନ ପୁଅ ଓ ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ । ଗତବର୍ଷ ବ୍ରିଟେନ୍‌ରେ ତାଙ୍କୁ ଦେବାଳିଆ ଘୋଷଣା କରାଯାଇଥିଲା।

The post ନିଜର ଆଉ ଏକ ସଂସ୍ଥା ହରାଇଲେ ଅନୀଲ ଅମ୍ବାନୀ : ରିଲାଏନ୍ସ କ୍ୟାପିଟାଲର ବୋର୍ଡକୁ ଅକ୍ତିଆରକୁ ନେଲା ରିଜର୍ଭ ବ୍ୟାଙ୍କ first appeared on Kanak News.



from Kanak News https://ift.tt/3p9hgog https://ift.tt/3D5iTZ4
ନିଜର ଆଉ ଏକ ସଂସ୍ଥା ହରାଇଲେ ଅନୀଲ ଅମ୍ବାନୀ : ରିଲାଏନ୍ସ କ୍ୟାପିଟାଲର ବୋର୍ଡକୁ ଅକ୍ତିଆରକୁ ନେଲା ରିଜର୍ଭ ବ୍ୟାଙ୍କ Kanak News ନିଜର ଆଉ ଏକ ସଂସ୍ଥା ହରାଇଲେ ଅନୀଲ ଅମ୍ବାନୀ : ରିଲାଏନ୍ସ କ୍ୟାପିଟାଲର ବୋର୍ଡକୁ ଅକ୍ତିଆରକୁ ନେଲା ରିଜର୍ଭ ବ୍ୟାଙ୍କ Kanak News Reviewed by SUBHENDU BARAL on November 29, 2021 Rating: 5

No comments:

Powered by Blogger.