ଆଜି ସଟ୍‌ଡାଉନ୍‌ ହେବନି ପୁରୀ Rajalaxmi Sahoo

ପୁରୀ: ମଝିରେ ଆଉ ମାତ୍ର ଗୋଟିଏ ଦିନ। ଏହାପରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ। ଏଥିପାଇଁ ରଥ ଆଉ ପଥ ପ୍ରସ୍ତୁତ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଆଜି ପୁରୀରେ ଲାଗୁ ହେବନି ସଟ୍‌ଡାଉନ୍‌ କଟକଣା। ଶନିବାର ଥିଲେ ମଧ୍ୟ ରଥଯାତ୍ରା ପାଇଁ ପୁରୀ ସହରରେ ଲାଗୁ ହେବନି ସଟ୍‌ଡାଉନ୍‌ କଟକଣା।

ଆସନ୍ତା ସୋମବାର ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଲାଗିବ। ତେଣୁ ସହରବାସୀ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ ସାଇତି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଶନିବାର ସଟଡାଉନ କଟକଣା କୋହଳ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଟ୍ୱିଟ୍ କରିଛନ୍ତି। ପୂର୍ବରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିଥିଲେ।

ଯଦି କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହିଛନ୍ତି ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ। କିନ୍ତୁ କର୍ଫ୍ୟୁ ସମୟରେ ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ଚିଠିରେ ଉଲ୍ଲେଖ କରିଛି। 

ଅନ୍ୟପକ୍ଷେ, ଶ୍ରୀମନ୍ଦିର ୪ଟି ଦ୍ୱାରରେ ଛାଉଣି ପାଇଁ ପୁରୀରେ ପହଞ୍ଚିଛି ରୂପା। ଶ୍ରୀମନ୍ଦିରର ୪ଟି ଦ୍ୱାର ଯଥାକ୍ରମେ କଳାହାଟ ଦ୍ୱାର, ବେହରଣ ଦ୍ୱାର ଓ ଜୟବିଜୟ ଦ୍ୱାର କବାଟରେ ଛାଉଣି ପାଇଁ ୧୭ଟି ପେଟିରେ ରୂପା ଆସିଛି। ଯାହାର ଆନୁମାନିକ ଓଜନ ୧ ଟନ୍ ୨୦ କ୍ୱିଣ୍ଟାଲ ବୋଲି ଶ୍ରୀମନ୍ଦିର ଉନ୍ନୟନ କମିଶନର ସୂଚନା ଦେଇଛନ୍ତି। ଆସିଥିବା ରୂପା ଏବେ କଡ଼ା ସୁରକ୍ଷା ମଧ୍ୟରେ ନୀଳାଦ୍ରି ଭକ୍ତ ନିବାସରେ ରଖାଯାଇଛି। ଶ୍ରୀମନ୍ଦିରର ୮ଟି ଦ୍ୱାରକୁ ରୂପା ଛାଉଣି ପାଇଁ ପ୍ରସ୍ତାବ ରହି ଥିବାବେଳେ ପ୍ରାରମ୍ଭିକ ଭାବେ ୪ଟି ଦ୍ୱାରର ଛାଉଣି କରାଯିବ। ରଥଯାତ୍ରାରୁ ନିଳାଦ୍ରୀ ବିଜେ ସମୟ ଭିତରେ ଏହି କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।



from Latest Odisha News, Breaking News Today | Top Updates on Corona - OTV News https://ift.tt/36rPfiQ
ଆଜି ସଟ୍‌ଡାଉନ୍‌ ହେବନି ପୁରୀ Rajalaxmi Sahoo ଆଜି ସଟ୍‌ଡାଉନ୍‌ ହେବନି ପୁରୀ Rajalaxmi Sahoo Reviewed by SUBHENDU BARAL on July 09, 2021 Rating: 5

No comments:

Powered by Blogger.