୫୧ ବର୍ଷରେ ପାଦ ଥାପିଲେ କଂଗ୍ରେସ ଯୁବରାଜ, ଦଳୀୟ ନେତା ପାଳୁଛନ୍ତି ସେବା ଦିବସ

ନୂଆଦିଲ୍ଲୀ ୧୯/୬ : ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଆଜି ୫୧ ବର୍ଷ ହୋଇଛି । କରୋନା ମହାମାରୀ ହେତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାହୁଲ ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୧୯ରେ ତାଙ୍କ ଜନ୍ମଦିନ ଅବସରରେ କୌଣସି ପ୍ରକାର ଉତ୍ସବ ଆୟୋଜନ ନକରିବାକୁ ସେ ଦଳର କର୍ମୀଙ୍କୁ ନିବେଦନ କରିଛନ୍ତି ।

କୌଣସି ହୋର୍ଡିଂ କିମ୍ବା ପୋଷ୍ଟର ଲଗାନ୍ତୁ ନାହିଁ, କିନ୍ତୁ ଯଥା ସମ୍ଭବ ଅଭାବି ଲୋକଙ୍କୁ ସାହାଯ୍ୟ କରନ୍ତୁ । ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ରାଜ୍ୟ କଂଗ୍ରେସ କମିଟି, ଦଳର ବିଭିନ୍ନ ସଂଗଠନକୁ ଚିଠି ଲେଖି ରାହୁଲ ଗାନ୍ଧୀଙ୍କ ଏହି ଭାବନା ବିଷୟରେ ଅବଗତ କରାଇଛନ୍ତି । ଦଳ ରାଜ୍ୟ କଂଗ୍ରେସ କମିଟିକୁ କହିଛି ଯେ ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ ସେମାନେ ଅଭାବି ଲୋକଙ୍କ ମଧ୍ୟରେ ରାସନ, ମେଡିକାଲ କିଟ୍, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବେ ।

ଏଥିସହ ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ କରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରାଯିବ । ଅଭାବି ଲୋକଙ୍କୁ ରାସନ ଯୋଗାଇବ ଏବଂ ସାଧାରଣ ଲୋକଙ୍କୁ ଟିକାକରଣରେ ସାହାଯ୍ୟ କରିବ ବୋଲି ଭାରତୀୟ ଯୁବ କଂଗ୍ରେସ କହିଛି । ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ ଏବଂ ଭାରତୀୟ ଯୁବ କଂଗ୍ରେସ ନିଜ କାର୍ଯ୍ୟାଳୟରେ ଲୋକଙ୍କ ପାଇଁ ମାଗଣା କୋଭିଡ ଟିକାକରଣ ଅଭିଯାନ ଆୟୋଜନ କରିବାକୁ ଯୋଜନା କରିଛନ୍ତି ।

NSUI ଜାତୀୟ ସଭାପତି ନୀରଜ କୁନ୍ଦନ କହିଛନ୍ତି ଯେ 'ଆମର ନେତା ରାହୁଲ ଜୀ ବିଶ୍ୱାସ କରନ୍ତି ଯେ ଭାଇରସ ବିସ୍ତାର କରିବା ପରିବର୍ତ୍ତେ ଆମକୁ ଟୀକାକରଣ କରାଯିବା ଉଚିତ ଯାହା ଦ୍ୱାରା ଭୂତାଣୁ ମାତ୍ ଦେବାରେ ସକ୍ଷମ ହେବ । ମହାମାରୀ ମଧ୍ୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଟୀକାକରଣ ହେଉଛି ସର୍ବୋତ୍ତମ ଉପାୟ ବୋଲି ରାହୁଲ ଜୀ କହିଛନ୍ତି ।



from Prameya News7 https://ift.tt/3wGymwc
୫୧ ବର୍ଷରେ ପାଦ ଥାପିଲେ କଂଗ୍ରେସ ଯୁବରାଜ, ଦଳୀୟ ନେତା ପାଳୁଛନ୍ତି ସେବା ଦିବସ ୫୧ ବର୍ଷରେ ପାଦ ଥାପିଲେ କଂଗ୍ରେସ ଯୁବରାଜ, ଦଳୀୟ ନେତା ପାଳୁଛନ୍ତି ସେବା ଦିବସ Reviewed by SUBHENDU BARAL on June 18, 2021 Rating: 5

No comments:

Powered by Blogger.