କୋଣାର୍କ, ୦୩।୦୫: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଧୋକ୍କା ଦେଲା ପ୍ରେମିକ । ଏବେ ୫ ବର୍ଷର ପୁଅକୁ ଧରି ପ୍ରେମିକ ଦୁଆରେ ମହିଳା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଶିମିଳି ପଞ୍ଚାୟତ ସିରିପୁର ଗାଁରେ ।
ମରିଯାଇଛି ମାନବିକତା। ଏମିତି ଏକ ଭିଡିଓ ଭାଇରାଲ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଭାଇରାଲ୍ ହେଉଥିବା ଭିଡିଓରୁ ଜଣାପଡୁଛି ଜଣେ ମହିଳା ଘର ବାହାରେ ବସି ଖାଉଛନ୍ତି। ପାଖରେ ୫ ବର୍ଷର କୁନି ପୁଅ ମଧ୍ୟ ଅଛି। ଭିଡିଓରେ ଥିବା ମହିଳା ଜଣଙ୍କ ହେଲେ ଶୀରିପୁର ଗାଁର ଅଟନ୍ତି। ବୟସ ୨୨। ଆଜକୁ ୭ବର୍ଷ ପୂର୍ବେ ସେହି ଗାଁର ମକରଧ୍ବଜ ବିଶ୍ଵାଳଙ୍କ ବଡ ପୁଅ ପ୍ରକାଶ ବିଶ୍ଵାଳଙ୍କୁ ସେ ବିବାହର ମିଥ୍ୟା ପ୍ରତିଶୃତି ଦେଇ ପ୍ରଥମେ ଶାରୀରିକ ସମ୍ପର୍କ ରଖିଥିଲେ। ୧୭ ବର୍ଷ ବୟସ ରେ ପୀଡିତା ନାବାଳିକା ଥିବା ବେଳେ ୬ ମାସର ଗର୍ଭବତୀ ହେବା ଜାଣିବା ପରେ ପ୍ରକାଶ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲା।
ପରେ କୋଣାର୍କ ଥାନାରେ ଏନେଇ ଉଭୟ ପୀଡିତା ଓ ତାର ପରିବାର ଲୋକେ ଅଭିଯୋଗ କରିଥିଲେ।ପରେ କୋଣାର୍କ ଥାନା ପକ୍ଷରୁ ଏକ କେସ୍ ରୁଜୁ କରାଯାଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନାବାଳିକା ପୀଡିତାଙ୍କୁ ପୁରୀ ନୀଳାଚଳ ନାରୀ ସେବା ସଦନରେ ଛାଡ଼ି ଥିଲେ।ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ପରେ ଦୀର୍ଘ ୫ ବର୍ଷ ଅତିବାହିତ କରି ଗତ ଏପ୍ରିଲ ୫ରେ ଘରକୁ ଫେରିଲେ । ଯେଉଁ ଯୁବକଙ୍କୁ ପ୍ରେମ କରି ସେ ଅଦରକାରୀ ହୋଇଯାଇଥିଲେ ଘରକୁ ଫେରି ନ୍ୟାୟ ପାଇବା ଆଶାରେ ସେ ସେହି ଯୁବକଙ୍କ ଘରକୁ ଯାଇଥିଲେ । କିନ୍ତୁ ସେ ଫେରିବା ଖବର ପାଇ ଘର ତାଲା ପକାଇ ଶାଶୂ ଘର ଲୋକେ କେଉଁଆଡେ ପଳାଇଥିଲେ। ବାଧ୍ୟ ହୋଇ ତାଲା ଭାଙ୍ଗି ଗୃହ ପ୍ରବେଶ କରିଥିଲେ ପୀଡିତା। ପ୍ରେମରେ ପ୍ରତାରଣା, ଗର୍ଭବତୀ ଥାଇ ପ୍ରେମିକ ଫେରାର ହୋଇଯିବା ପରେ, ଦୀର୍ଘ ବର୍ଷ ନାରୀ ସେବା ସଦନରେ କାଟି ସାଙ୍ଗରେ ୫ ବର୍ଷର କୁନି ପୁଅକୁ ନେଇ ଅନେକ ଘାତ ପ୍ରତିଘାତ ପରେ ଏବେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି ପୀଡିତା। ଶାଶୂ ଘର ଲୋକେ ତାଙ୍କୁ ଗ୍ରହଣ ନକରିବା ସହ ଖାଇବାକୁ ଘର ବାହାରେ ଦେଉଥିବା ଜଣାପଡିଛି। ଯେଉଁ ଘଟଣାର ସତ୍ୟତା ଏହି ଭାଇରାଲ ଭିଡିଓ ବୟାନ କରୁଛି।
from Prameya News7 https://ift.tt/3eMXzxk
No comments: