ଦିନକରେ ଖୋର୍ଦ୍ଧାରୁ ବାହାରିଲେ ୧,୨୫୮ କରୋନା ଆକ୍ରାନ୍ତ Rajalaxmi Sahoo

  • ଆଜି ରାଜ୍ୟରେ  ୮ ହଜାର ୯୧୪ କରୋନା ସଂକ୍ରମିତ ଚିହ୍ନଟ
  • ଖୋର୍ଦ୍ଧାରୁ ସର୍ବାଧତ୍କ ୧,୨୫୮ ପଜିଟିଭ ଚିହ୍ନଟ
  • ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୦ ହଜାର ୬୩୭ରେ ପହଞ୍ଚିଛି
  • ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା

ଭୁବନେଶ୍ୱର: ଗତକାଲି ଭଳି ଆଜି ମଧ୍ୟ ରାଜ୍ୟରେ ୮ ହଜାରରୁ ଅଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ  ୮ ହଜାର ୯୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧,୨୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୦ ହଜାର ୬୩୭ରେ ପହଞ୍ଚିଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୫୯୨, କଟକରୁ ୫୮୭, ପୁରୀରୁ ୫୩୦, ସମ୍ବଲପୁରରୁ ୫୨୦, ବରଗଡ଼ରୁ ୪୫୨, ନବରଙ୍ଗପୁରରୁ ୪୩୩, ଭଦ୍ରକରୁ ୩୫୧, ଅନୁଗୁଳରୁ ୩୩୧, ଝାରସୁଗୁଡ଼ାରୁ ୩୦୪, ବଲାଙ୍ଗିରରୁ ୨୯୧, ନୂଆପଡ଼ାରୁ ୨୭୮, ଗଞ୍ଜାମରୁ ୨୬୨, କଳାହାଣ୍ଡିରୁ ୨୩୬, ଯାଜପୁରରୁ ୨୩୨, ନୟାଗଡ଼ରୁ ୧୯୪, ବାଲେଶ୍ୱରରୁ ୧୭୯, ବୌଦ୍ଧରୁ ୧୭୫, ଗଜପତିରୁ ୧୬୫, ରାୟଗଡ଼ାରୁ ୧୫୭, ଢେଙ୍କାନାଳରୁ ୧୪୯, କୋରାପୁଟରୁ ୧୪୫, ମୟୂରଭଞ୍ଜରୁ ୧୩୪, କେନ୍ଦ୍ରାପଡ଼ାରୁ ୧୩୨, ସୁବର୍ଣ୍ଣପୁରରୁ ୧୨୧, ଜଗତସିଂହପୁରରୁ ୧୦୯, କେନ୍ଦୁଝରରୁ ୧୦୪, 
ଦେବଗଡ଼ରୁ ୧୦୩, ମାଲକାନଗିରିରୁ ୭୩, କନ୍ଧମାଳରୁ ୬୨ ଓ ଷ୍ଟେଟ୍ ପୁଲ୍‌ରୁ ୨୫୫  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

ଗତକାଲି ରାଜ୍ୟରେ ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଶନିବାର ଦିନ ୧୦ ହଜାର ୪୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ସଂକ୍ରମଣରେ ବ୍ରେକ୍‌ ଲଗାଇବା ଲାଗି ରାଜ୍ୟ ସରକାର ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ବଳବତ୍ତର ରହିବ।

ମେ ୩ ଓ ୪ରେ ଦିନ ୨ଟା ପରେ ବନ୍ଦ ହେବନି ଦୋକାନ। ବ୍ୟବସାୟୀ ସଂଘର ପୂର୍ବ ନିଷ୍ପତ୍ତି ପ୍ରତ୍ୟାହୃତ କରାଯାଇଛି । ଏହି ୨ ଦିନ ନାଇଟ୍‌ କର୍ଫ୍ୟୁ ଜାରି ହେବା ଯାଏ ଦୋକାନ ଖୋଲା ରହିବ। ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ ଘୋଷଣାକୁ ଦୃଷ୍ଟିରେ ରଖି ସଂଘର ନିଷ୍ପତ୍ତି ବଦଳାଇଥିବା ସୂଚନା ମିଳିଛି । କରୋନା ମହାମାରୀ ବଢୁଥିବା କାରଣରୁ ସାରା ରାଜ୍ୟରେ ଦିନ ୨ଟା ରୁ ଦୋକାନ ବନ୍ଦ କରିବା ଲାଗି ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲା।

The post ଦିନକରେ ଖୋର୍ଦ୍ଧାରୁ ବାହାରିଲେ ୧,୨୫୮ କରୋନା ଆକ୍ରାନ୍ତ appeared first on OTV Khabar..



from OTV Khabar. https://ift.tt/336vCek
ଦିନକରେ ଖୋର୍ଦ୍ଧାରୁ ବାହାରିଲେ ୧,୨୫୮ କରୋନା ଆକ୍ରାନ୍ତ Rajalaxmi Sahoo ଦିନକରେ ଖୋର୍ଦ୍ଧାରୁ ବାହାରିଲେ ୧,୨୫୮ କରୋନା ଆକ୍ରାନ୍ତ Rajalaxmi Sahoo Reviewed by SUBHENDU BARAL on May 02, 2021 Rating: 5

No comments:

Powered by Blogger.