ନୂଆଦିଲ୍ଲୀ ୩/୫ : ମହାମାରୀ ପାଇଁ ଦେଶର ଅର୍ଦ୍ଧାଧିକ ସ୍ଥାନରେ ଲକଡାଉନ ପରିସ୍ଥିତି । ସଂକ୍ରମଣର ଚେନ୍ ବ୍ରେକ୍ କରିବାକୁ ବିଭିନ୍ନ ରାଜ୍ୟର ସରକାର ତାଲାବନ୍ଦ ଲାଗି ନିଷ୍ପତ୍ତି ନେଇଛନ୍ତି । ତେବେ ଲକଡାଉନ ପୂର୍ବରୁ ପିଲାଙ୍କ ପାଠପଢାରେ ପଢିଯାଇଛି ତାଲା । ପୂର୍ବଭଳି ଘରେ ବସି ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ତେବେ ଏହି ଲକଡାଉନରେ କିଛି ଛାତ୍ରଛାତ୍ରୀ ଘରେ ବସିନରହି ସମୟର ସଦୁପଯୋଗ କରୁଛନ୍ତି । ବାରାଣାସୀରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରସ୍ତୁତ କରିଛନ୍ତି ନିଆରା ଉଦ୍ଭାବନ ।
ନିଜ ହାତରେ ପ୍ରସ୍ତୁତି କରିଛନ୍ତି କୋଭିଡ ସୁରକ୍ଷା ହେଲମେଟ । ଏହି ହେଲମେଟ୍ ଭାିରସକୁ ବିଶୋଧନ କରିବା ସହ ଭୂତାଣୁରୁ ଦେବ ମୁକ୍ତି । କେବଳ ସେତିକି ନୁହେଁ ଏହା ଏଥିରେ ପରିମଳକୁ ବେଶି ଗୁରୁତ୍ୱ ଦେଇଛନ୍ତି ଛାତ୍ରୀ ଜଣଙ୍କ । ହେଲମେଟର ଡାହାଣ ପାର୍ଶ୍ୱରେ ରହିଛି ସେନସେର । ଯଦି କୌଣସି ବସ୍ତୁ ସେନସର ସମ୍ମୁଖକୁ ଆସିବ ତାହେଲେ ସାନିଟାଇଜର ବଟନ ହୋଇଯିବ ।
ଅଟୋମେଟିକ ଏହା ଭାଇରସ ମୁକ୍ତ ହୋଇଯିବ । ଖୁବ କମ୍ ଦିନରେ ପ୍ରସ୍ତୁତ ହୋଇଥିବା ଏହି ହେଲମେଟର ଦାମ ରହିଛି ମାତ୍ର ୧୫୦୦ ଟଙ୍କା । ଆଗକୁ ଯଦି ଟାଫିକ୍ ବିଭାଗ ଅନୁମୋଦନ ଦିଏ ତାହେଲେ ଅଧିକରୁ ଅଧିକ ହେଲମେଟ ପ୍ରସ୍ତୁତ କରାଯାଇପାରିବ । ଘଣ୍ଟାଏ ଚାର୍ଜ କଲେ ୨ଦିନ ଧରି କାର୍ଯ୍ୟକ୍ଷମ ହେବ ଅଟୋମେଟିକ୍ ସାନିଟାଇଜ୍ ହେଲମେଟ୍ ।
from Prameya News7 https://ift.tt/3vwO4J6
No comments: