ଆଜିଠୁ ୩ୟ ପର୍ଯ୍ୟାୟ କରୋନା ଟିକାକରଣ : ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା, ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ପ୍ରାଥମିକତା

ଭୁବନେଶ୍ୱର ୦୧।୦୪: ଆଜିଠୁ ୪୫ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ୧୯୭୭ ଜାନୁୟାରୀ ପହିଲା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଏହି ଟିକା ନେଇପାରିବେ। ସମସ୍ତ ସରକାରୀ ଓ ବେସରକାରୀ କେନ୍ଦ୍ରଗୁଡ଼ିକରୁ ଟିକା ନେଇପାରିବେ।

ରାଜ୍ୟରେ ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟୀକାକରଣକୁ ପ୍ରାଥମିକତା ଦିଆଯିବ। ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର , ମୟୁରଭଞ୍ଜରେ ସଂକ୍ରମଣ ବଢ଼ୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ। କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ବଢ଼ୁଥିଲେ ବି ଏହି ଜିଲ୍ଲାରେ ଟୀକାକରଣ ବି ଅଧିକ ରହିଛି । ମାଛ ମାଂସ ବିକ୍ରେତା,ସେଲୁନ, ଷ୍ଟ୍ରୀଟ ଭେଣ୍ଡର, ଅଟୋ ଓ ବସ ଡ୍ରାଇଭର,ବିଦ୍ୟାଳୟ ଓ କଲେଜ ଶିକ୍ଷକ,ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ଵର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ । ଦୁଇ ସପ୍ତାହ ମଧ୍ୟରେ ଏହି ଵର୍ଗର ବ୍ୟକ୍ତିଙ୍କ ଟୀକାକରଣ ସାରିବାକୁ ଲକ୍ଷ୍ୟ ରାଖଯାଇଛି। ଏଥିପାଇଁ ଟୀକାକରଣ କେନ୍ଦ୍ର ବଢାଯାଇଛି ।



from Prameya News7 https://ift.tt/3dozo7x
ଆଜିଠୁ ୩ୟ ପର୍ଯ୍ୟାୟ କରୋନା ଟିକାକରଣ : ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା, ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ପ୍ରାଥମିକତା ଆଜିଠୁ ୩ୟ ପର୍ଯ୍ୟାୟ କରୋନା ଟିକାକରଣ : ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା, ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ପ୍ରାଥମିକତା Reviewed by SUBHENDU BARAL on March 31, 2021 Rating: 5

No comments:

Powered by Blogger.