ଆଜି ଦ୍ୱିତୀୟ ପର୍ଯ୍ୟାୟ ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ : ନନ୍ଦିଗ୍ରାମରେ ହାଇପ୍ରୋଫାଇଲ୍ ଲଢେଇ

ନୂଆଦିଲ୍ଲୀ, ୦୧/୦୪: ଗୁରୁବାର ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ ଓ ଆସାମର ୩୯ ଆସନରେ ମତଦାନ ହେବ । ଭୋଟଦାନ ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଜାରି ରହିବ ।

ପଶ୍ଚିମବଙ୍ଗରେ ୩୦ଟି ଆସନ ପାଇଁ ୪ଟି ଜିଲ୍ଲାର ୧୭୧ ଜଣ ପ୍ରାର୍ଥୀ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୯ ଜଣ ମହିଳା ସାମିଲ । ୩୭.୧୨ ଲକ୍ଷ ମହିଳା, ୮୯ ଜଣ କିନ୍ନରଙ୍କ ସମେତ ମୋଟ ୭୫.୯୫ ଲକ୍ଷ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପର୍ଯ୍ୟାୟରେ ପୂର୍ବ ମେଦିନିପୁର ଜିଲ୍ଲାର ହାଇପ୍ରୋଫାଇଲ୍‌ ଆସନ ନନ୍ଦିଗ୍ରାମରେ ମଧ୍ୟ ଭୋଟ ଗ୍ରହଣ ହେବ । ଏହି ଆସନରୁ ଟିଏମ୍‌ସି ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବାବେଳେ ବିଜେପି ତାଙ୍କ ବିରୋଧରେ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରେ କିଏ ବିଜୟୀ ହେବ ତାହା ଉଭୟ ଟିଏମ୍‌ସି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇ ଉଭା ହୋଇଛି ।

ଅନ୍ୟପଟେ ଆସାମରେ ଏହି ପର୍ଯ୍ୟାୟରେ ୨୬ ଜଣ ମହିଳାଙ୍କ ସମେତ ୩୪୫ ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟପରୀକ୍ଷା କରୁଛନ୍ତି । ୧୩ଟି ଜିଲ୍ଲାର ୩୬.୦୯ ଲକ୍ଷ ମହିଳା,୧୩୫ କିନ୍ନରଙ୍କ ସମେତ ମୋଟ ୭୩.୪୪ ଲକ୍ଷ ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନ ପାଇଁ ୧୦,୫୯୨ଟି ପୋଲିଂ ବୁଥ ପ୍ରତିଷ୍ଠା କରାଯାଇଛି । ଏହି ପର୍ଯ୍ୟାୟରେ ବିଜେପିର ପୀୟୂଷ ହଜାରିକା, ବିଧାନସଭା ଉପବାଚସ୍ପତି ଅମିନୁଲ ହକ୍‌ ଲସ୍କର, କଂଗ୍ରେସର ସମ୍‌ ରୋଙ୍ଗହ୍ୟାଙ୍ଗ ପ୍ରମୁଖଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ ।



from Prameya News7 https://ift.tt/3fwM9zy
ଆଜି ଦ୍ୱିତୀୟ ପର୍ଯ୍ୟାୟ ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ : ନନ୍ଦିଗ୍ରାମରେ ହାଇପ୍ରୋଫାଇଲ୍ ଲଢେଇ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ : ନନ୍ଦିଗ୍ରାମରେ ହାଇପ୍ରୋଫାଇଲ୍ ଲଢେଇ Reviewed by SUBHENDU BARAL on March 31, 2021 Rating: 5

No comments:

Powered by Blogger.