କମିଲା ଜମାର ସୁଧହାର : ପିପିଏଫରେ ୬ ଦଶମିକ ୪ ପ୍ରତିଶତକୁ ଖସିଲା ସୁଧହାର; ଗତ ୪୬ ବର୍ଷରେ ଛୁଇଁଲା ସର୍ବନିମ୍ନ ସ୍ତର Kanak News
କନକ ବ୍ୟୁରୋ : ସଂଚୟଜମା ଉପରେ କମିଲା ସୁଧହାର । ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ନୂଆ ଆର୍ଥିକ ବର୍ଷରେ ନୂଆ ନୀତି ହେବ ଲାଗୁ । ଫଳରେ ସ୍ୱଳ୍ପ ଜମା ଯୋଜନାରେ ନିବେଶ କରୁଥିବା ବ୍ୟକ୍ତିଙ୍କୁ ଲାଗିଛି ଝଟକା । ଅର୍ଥ ମନ୍ତ୍ରାଳୟରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସୁଧହାର ୧.୧୦ ପ୍ରତିଶତ ଯାଏଁ କମାଇଛନ୍ତି । ପବ୍ଲିକ ପ୍ରୋଭିଡେଂଟ ଫଣ୍ଡ- ପିପିଏଫରେ ସୁଧହାରରେ ୭୦ ବେସିସ୍ ପଏଂଟ ହ୍ରାସ କରିଛନ୍ତି । ଫଳରେ ଏହି ସ୍କିମରେ ସୁଧହାର ୭ଦଶମିକ ୧ରୁ ଖସି ୬ ଦଶମିକ ୪ ପ୍ରତିଶତ ହୋଇଛି । ଏହା ଗତ ୪୬ ବର୍ଷରେ ସବୁଠୁ କମ୍ ।
ସେହିପରି ୫ବର୍ଷିୟ ଜାତୀୟ ସଂଚୟ ଯୋଜନାରେ ମିଳୁଥିବା ସୁଧହାରରେ ୯୦ ବେସିସ୍ ପଏଂଟ ହ୍ରାସ କରାଯାଇଛି । ଫଳରେ ପୂର୍ବରୁ ଏହି ସ୍କିମ୍ରେ ମିଳୁଥିବା ସୁଧ ୬ ଦଶମିକ ୮ ହ୍ରାସ ପାଇ ୫ ଦଶମିକ ୯ ହୋଇଛି । ସେହିପରି ଝିଅଙ୍କ ଶିକ୍ଷା ଓ ବିବାହ ପାଇଁ ଆରମ୍ଭ ହୋଇଥିବା ସୁକନ୍ୟା ସମୃଦ୍ଧି ଯୋଜନାର ସୁଧହାରରେ ମଧ୍ୟ ବଡଧରଣ ପ୍ରଭାବିତ ହୋଇଛି । ବିଜ୍ଞପ୍ତି ଅନୁସାରେ ୭ ଦଶମିକ ୬ ପ୍ରତିଶତ ଥିବା ବେଳେ ଏଣିକି ଏହା ୬ ଦଶମିକ ୯ ହୋଇଛି । ଏକ ବର୍ଷ ଜମାରେ ପୂର୍ବରୁ ୫ ଦଶମିକ୫ ପ୍ରତିଶତ ସୁଧ ମିଳୁଥିବା ବେଳେ ଏଣିକି ଏହା ମାତ୍ର ୪ ଦଶମିକ ୪ ପ୍ରତିଶତ ମିଳିବ ।
ଅର୍ଥାତ୍ ସୁଧହାରରେ ୧ ଦଶମିକ ୧୦ ପ୍ରତିଶତ ହ୍ରାସ କରାଯାଇଛି । ସେହିପରି ବରିଷ୍ଠ ନାଗରିକଙ୍କ ତ୍ରୟୋମାସିକ ସଂଚୟ ସୁଧହାର ମଧ୍ୟ କମାଇବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହା ୭ ଦଶମିକ ୪ ପ୍ରତିଶତରୁ କମି ୬ ଦଶମିକ ୫ ହୋଇଛି । ଏହା ସହ ଅନ୍ୟ ସମସ୍ତ ସମୟ ଭିତିକ ଜମାରେ ମଧ୍ୟ ସୁଧହାରକୁ କମାଇଛନ୍ତି କେନ୍ଦ୍ର ସରକାର । ।
from Kanak News https://ift.tt/39x9FZx https://ift.tt/3djNJ5c
No comments: