ରାଜକୀୟ ଢଙ୍ଗରେ ହୋଇଥିଲା ସୈଫ ଅଲି ଖାନ ଜେଜେଙ୍କ ବିବାହ, ଦେଖନ୍ତୁ ରୟାଲ୍ ୱେଣ୍ଡିଙ୍ଗ୍ ର ଫଟୋ

ମୁମ୍ବାଇ ୨୯/୦୩: ବଲିଉଡ ଅଭିନେତା ସୈଫ ଅଲି ଖାନ ପଟୌଦୀ ରାଜକୀୟ ପରିବାରର । ତାଙ୍କର ଏବଂ ତାଙ୍କ ବାପା ମନସୁର ଅଲି ଖାନ ପଟୌଦୀଙ୍କର ମଧ୍ୟ ରାଜକୀୟ ଢଙ୍ଗରେ ବିବାହ ହୋଇଥିଲା । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।  କିନ୍ତୁ ଆଜି ଆମେ ଦେଖିବା ଅଭିନେତାଙ୍କ ଜେଜେବାପା ଇପ୍ତିଖାର ଅଲି ଖାନ ପଟୌଦୀଙ୍କ ବିବାହର ଫଟୋ । ସେହି ସମୟରେ ଇପ୍ତିଖାର ଅଲି ଖାନ ପଟୌଦୀଙ୍କ ବିବାହ ରାଜକୀୟ ଢଙ୍ଗରେ ଖୁବ୍ ଧୁମଧାମ୍ ରେ ହୋଇଥିଲା ।

PunjabKesari

ଦିଲ୍ଲୀର ପଟୌଦୀ ହାଉସରେ ୧୦ ମାର୍ଚ୍ଚ ୧୯୧୦ ରେ ଜନ୍ମ ଗ୍ରହଣ କରିଥିବା ଇପ୍ତିଖାର ଅଲି ଖାନ ଭୋପାଳର ନବାବଙ୍କ ଦ୍ୱିତୀୟ ଝିଅ ରାଜକୁମାରୀ ସାଜିଦା ସୁଲତାନଙ୍କୁ ବିବାହ କରିଥିଲେ । ଇପ୍ତିଖାର ଏବଂ ସାଜିଦାଙ୍କ ବିବାହ ଭାରତର ସ୍ୱାଧୀନତା ପୂର୍ବରୁ ୧୯୩୯ ମସିହାରେ ହୋଇଥିଲା । ସେତେବେଳେ ଭୋପାଳ ମଧ୍ୟ ପଟୌଦୀ ପରି ଏକ ଧନୀ ରାଜ୍ୟ ଥିଲା ।

PunjabKesari

ଏହି ବ୍ଲାକ୍ ଏଣ୍ଡ ହ୍ୱାଇଟ୍ ଫଟୋରେ ସୈଫଙ୍କ ଜେଜେ ହାତୀ ଉପରେ ବସିଥିବା ନଜର ଆସିଛନ୍ତି ।

PunjabKesari

ଏହି ଦରବାରରେ ରାଜକୀୟ ଢଙ୍ଗରେ ବିବାହର ରିତୀନିତୀ ହେଉଥିବା ଦେଖାଯାଉଛି ।

PunjabKesari

ବର ଏବଂ କନିଆକୁ ଦେବା ପାଇଁ ଉପହାର ଏବଂ ଅଳଙ୍କାରରେ ପରିପୂର୍ଣ୍ଣ ଏକ କୋଠରୀ । ପୁରା ଭୋପାଳକୁ ଇପ୍ତିଖାର ଏବଂ ରାଜକୁମାରୀ ସାଜିଦା ସୁଲତାନଙ୍କ ବିବାହ ଅବସରରେ ଖୁବ୍ ସଜ୍ଜାସଜ୍ଜି କରାଯାଇଥିଲା ।

PunjabKesari

ଇପ୍ତିଖାର ଅଲି ଖାନଙ୍କ ବାପା ପଟୌଦୀର ନବାବ ମହମ୍ମଦ ଇବ୍ରାହିମ ଅଲି ଖାନ ଏବଂ ମା ଶାହର ବାନୋ ବେଗମ ଥିଲେ । ୧୯୧୭ ମସିହାରେ ବାପାଙ୍କ ମୃତ୍ୟୁ ପରେ, ଇପ୍ତିଖାରଙ୍କୁ ଖୁବ୍ କମ୍ ବୟସରେ ପଟୌଦୀର ନବାବ କରାଯାଇଥିଲା । କିନ୍ତୁ ତାଙ୍କୁ ଆନୁଷ୍ଠାନିକ ଭାବରେ ୧୯୩୧ ରେ ନବାବ କରାଯାଇଥିଲା । ନବାବ ଇପ୍ତିଖାର ଅଲି ଖାନ ପଟୌଦୀ ଏକମାତ୍ର ଟେଷ୍ଟ କ୍ରିକେଟର ଥିଲେ ଯିଏ ଭାରତ ଏବଂ ଇଂଲଣ୍ଡ ଉଭୟ ଦେଶ ପାଇଁ ଖେଳିଥିଲେ । ଏହି ଦୁଇ ଦେଶ ବ୍ୟତୀତ ସେ ପଟିଆଲାର ମହାରାଜାଙ୍କ ଟିମ୍ ଏକ୍ସଆଇ, ଅକ୍ସଫୋର୍ଡ ୟୁନିଭରସିଟି, ଦକ୍ଷିଣ ପଞ୍ଜାବ, ପଶ୍ଚିମ ଭାରତ ଏବଂ ୱୋଷ୍ଟେରେଶର୍ (ଇଂଲଣ୍ଡ) ପାଇଁ ମଧ୍ୟ ଖେଳିଥିଲେ ।



from Prameya News7 https://ift.tt/3dkVjg6
ରାଜକୀୟ ଢଙ୍ଗରେ ହୋଇଥିଲା ସୈଫ ଅଲି ଖାନ ଜେଜେଙ୍କ ବିବାହ, ଦେଖନ୍ତୁ ରୟାଲ୍ ୱେଣ୍ଡିଙ୍ଗ୍ ର ଫଟୋ ରାଜକୀୟ ଢଙ୍ଗରେ ହୋଇଥିଲା ସୈଫ ଅଲି ଖାନ ଜେଜେଙ୍କ ବିବାହ, ଦେଖନ୍ତୁ ରୟାଲ୍ ୱେଣ୍ଡିଙ୍ଗ୍ ର ଫଟୋ Reviewed by SUBHENDU BARAL on March 28, 2021 Rating: 5

No comments:

Powered by Blogger.