ଏସ୍‌ଏମ୍‌ଏସ୍‌କୁ ନେଇ ନିୟମ ବଦଳାଇବ ଟ୍ରାଇ, ଏପ୍ରିଲ୍‌ ୧ରୁ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ, ୨୯/୦୩: ଦୂରସଂଚାର ନିୟାମକ ଟ୍ରାଇ ଏସ୍‌ଏମ୍‌ଏସ୍‌ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ଥରକେ ଏକରୁ ଅଧିକ ଲୋକଙ୍କ ପାଖକୁ ପଠାଯାଇ ପାରୁଥିବା ମେସେଜ୍‌ ଅର୍ଥାତ୍‌ ବ୍ଲକ୍‌ ମେସେଜ୍‌ ସମ୍ୱନ୍ଧରେ ରହିଥିବା ନିୟମକୁ ପରିବର୍ତ୍ତନ କରିବା ପାଇଁ ଟ୍ରାଇ ପ୍ରମୁଖ ମନ୍ତ୍ରଣାଳୟକୁ ଚିଠି ଲେଖିଛି । ବ୍ୟବହାରକାରୀଙ୍କ ପାଇଁ ଏହି ବ୍ୟବସ୍ଥା ଆହୁରି ସୁଗମ କରିବାକୁ ଟ୍ରାଇ ଏଥିରେ ଜଣାଇଛି ।

ଏହି ପତ୍ରରେ ନିୟମ ସମ୍ୱନ୍ଧରେ ବିସ୍ତୃତ ରୂପେ ଜଣାଯାଇଛି । ଏଥିସହିତ ଏହାର ଅଧୀନରେ ଆସୁଥିବା ଅନୁଷ୍ଠାନ ଏବଂ ସଂଗଠନ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଟ୍ରାଇ କହିଛି । ଭାରତୀୟ ଦୂରସଂଚାର ନିୟାମକ ପ୍ରଧିକରଣ ବା ଟ୍ରାଇ ସହ ଜଡ଼ିତ କିଛି ସୂତ୍ରରୁ ଜଣାପଡ଼ିଛି ଯେ, ଏନ୍ଆଇସି ବିଣିଜ୍ୟିକ ମେସେଜ୍‌ ପାଇଁ ଲାଗୁ ହେଉଥିବା ନିୟମକୁ ନେଇ ସରକାରୀ ସଂଙ୍ଗଠନର ସାହାର୍ଯ୍ୟରେ ଏବଂ ଏହା ସହିତ ଜଡ଼ିତ କୌଣସି ସମସ୍ୟାର ସମାଧାନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି ।

ନୂତନ ନିୟମ ଅନୁସାରେ ବାଣିଜ୍ୟିକ ମେସେଜ୍‌ ପଠାଉଥିବା ଯୋଗ୍ୟ ସଂସ୍ଥା ଟେଲିକମ୍ ଅପରେଟରମାନଙ୍କ ସହିତ ମେସେଜ୍ ହେଡର୍ ଏବଂ ଟେମ୍ପଲେଟ୍ (ପୂର୍ବରୁ ପ୍ରସ୍ତୁତ ମେସେଜ୍) ବିଷୟରେ ପଞ୍ଜିକରଣ କରିବେ । ଟ୍ରାଇ FICCI, CII, ASSOCHAM, NASSCOM, COAI କୁ ଏହି ନୂତନ ନିୟମର ଆବଶ୍ୟକତା ବିଷୟରେ ସେମାନଙ୍କ ସଦସ୍ୟମାନଙ୍କୁ ଜଣାଇବାକୁ କହିଥିବା ଜଣାପଡ଼ିଛି ।



from Prameya News7 https://ift.tt/3ctMm4M
ଏସ୍‌ଏମ୍‌ଏସ୍‌କୁ ନେଇ ନିୟମ ବଦଳାଇବ ଟ୍ରାଇ, ଏପ୍ରିଲ୍‌ ୧ରୁ ଲାଗୁ ହେବ ନୂଆ ନିୟମ ଏସ୍‌ଏମ୍‌ଏସ୍‌କୁ ନେଇ ନିୟମ ବଦଳାଇବ ଟ୍ରାଇ, ଏପ୍ରିଲ୍‌ ୧ରୁ ଲାଗୁ ହେବ ନୂଆ ନିୟମ Reviewed by SUBHENDU BARAL on March 28, 2021 Rating: 5

No comments:

Powered by Blogger.