ଜଳେଶ୍ଵର ୨୯।୦୩ : ନାଳରେ ଭାସୁଛି ମୃତଦେହ । ବାଲିଆପାଳ ଥାନା ବିଷ୍ଣୁପୁର ପଞ୍ଚାୟତ ଜାମକୁଣ୍ଡାରୁ ବିଷ୍ଣୁପୁର ଯିବା ରାସ୍ତା କଡ଼ ନାଳରେ ଭାସୁଛି ମୃତଦେହ । ମୃତକ ସ୍ଥାନୀୟ ଇକଡପାଳ ଗାଁର ଅଶୋକ ଶାହା ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ଖବର ଅନୁଯାୟୀ, ଜାମକୁଣ୍ଡାରୁ ବିଷ୍ଣୁପୁର ଯିବା ରାସ୍ତାରେ ଏକ ନାଳ ପଡିଥାଏ । ଏହି ନାଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ମୃତଦେହକୁ ଭାସୁଥିବାର ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ମୃତ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଇକଡପାଳ ଗାଁର ଅଶୋକ ଶାହା ବୋଲି ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ସେହିପରି ଘଟଣାରେ ପୋଲିସ ତଦନ୍ତ କଲେ ପ୍ରକୃତ ତଥ୍ୟା ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଅଶୋକଙ୍କ ମୃତ୍ୟୁର ପଛର କାରଣ କଣ । ହତ୍ୟା, ଆତ୍ମହତ୍ୟା ନା ଅଘଟଣା । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
from Prameya News7 https://ift.tt/3ddV2LR
No comments: