
କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ହେବ କୋଟିଆ ମାମଲାର ଶୁଣାଣି । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା କରିଛି ଓଡିଶା । ସୁପ୍ରିମକୋର୍ଟଙ୍କ ୧୯୬୮ ଓ ୨୦୦୬ର ନିର୍ଦ୍ଦେଶକୁ ଆନ୍ଧ୍ର ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରୁଥିବାରୁ ଏହାକୁ ବିରୋଧ କରି ଓଡିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ଆଇନଜୀବୀ ଦଳ ଓଡିଶା ପକ୍ଷରୁ ମାମଲା ପରିଚାଳନା କରିବେ । ଆସନ୍ତା ୧୩ ଓ ୧୭ ତାରିଖରେ କୋଟିଆର ତିନିଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ର ଘୋଷଣା କରିବା ପରେ ବିବାଦ ତେଜିଥିଲା । ପୂର୍ବରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
from Kanak News https://ift.tt/3ab6kzT https://ift.tt/2Z6VGDZ
ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : ଓଡିଶା ଦାଏର କରିଥିବା ଅଦାଲତ ଅବମାନନା ପିଟିସନର ଆଜି ହେବ ଶୁଣାଣି Kanak News
Reviewed by SUBHENDU BARAL
on
February 11, 2021
Rating:
No comments: