କୋଲକାତା, ୧୨|୦୨: ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ସରଗରମ ହୋଇ ଉଠିଛି । ଏହାମଧ୍ୟରେ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସମ୍ମିଳନୀ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ ।ଏହାସହ ସେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସ୍ପଷ୍ଟ ମତ ରଖିଛନ୍ତି । ଏହାସହ ବିଜେପିର ଆଭିମୁଖ୍ୟ ବାବଦରେ ମଧ୍ୟ ସ୍ପଷ୍ଟ କରିଛନ୍ତି । ଏହାସହ ସେ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି ।
ଶାହ କହିଛନ୍ତି ଯେ, ସେ ମମତା ସରକାରଙ୍କୁ ଉପାଡି ଫିଙ୍ଗି ଦେବା ପାଇଁ ପଶ୍ଚିମବଙ୍ଗ ଆସିଛନ୍ତି । ସମ୍ଭାଳିବାକୁ ଆସି ନାହାଁନ୍ତି । ଟିଏମସି ସରକାରକୁ ଉପାଡି ଫିଙ୍ଗିବା ପରେ ହିଁ ବିଜେପି ସରକାର ଗଠନ କରିବ । ମମତାଙ୍କ ସରକାର ଠିକସେ ଚାଲୁନାହିଁ । ମମତା ଦିଦିଙ୍କ ସହ ବିଜେପିର ଶତ୍ରୁତା ନାହିଁ । କିନ୍ତୁ ତାଙ୍କ ସରକାର ଦୁର୍ନୀତିରେ ବୁଡି ରହିଛି । ସବୁ ଦିଗରେ ମମତା ସରକାର ପେଲ ହୋଇଛନ୍ତି । ଏହାସହ ବିଜେପିରେ ସାମିଲ ହୋଇଥିବା ଟିଏମସି ନେତାଙ୍କୁ ନେଇ ଶାହ କହିଛନ୍ତି ଯେ, ତିନୋଟି ପର୍ଯ୍ୟାୟରେ ସେମାନଙ୍କୁ ସାମିଲ କରାଯାଏ । ଏହାକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅନୁମତି ଦେଇଥାନ୍ତି ।
କୃଷକ ପ୍ରସଙ୍ଗରେ ଶାହ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବିଜେପି ସରକାର ହେଲେ ସେମାନଙ୍କ ୧୨୦୦୦ ଟଙ୍କାର ବକେୟା ରାଶି ସହ ୬୦୦୦ ଟଙ୍କା ନୂଆ କିସ୍ତୀ ଆକାରରେ ମିଳିବ । ଏହାସହ ପିଏମ କିଷାନ ନିଧି ଯୋଜନାର ଲାଭ ଚାଷୀଙ୍କୁ ମିଳିବ । ଯାହାକୁ ମମତା ସରକାର ଅଟକ ରଖିଛନ୍ତି । ଏହାସହ ବିଜେପି ରାଜ୍ୟରେ ୨୦୦ରୁ ଅଧିକ ଆସନରେ ବିଜୟ ଲାଭ କରିବ ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗର ଜନତା ବିଜେପି ସହ ରହିଥିବା ସେ କହିଛନ୍ତି । ଏହାସହ ବିଜେପି ସରକାର ଆସିଲେ ସିଏଏ ଲାଗୁ ହେବ ବୋଲି ସେ କହିଛନ୍ତି ।
ଏହାସହ ପଶ୍ଚିମବଙ୍ଗରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ପ୍ରଶ୍ନରେ ଶାହ କହିଛନ୍ତି ଯେ, ଆଗାମୀ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗରୁ ହିଁ ହେବେ । ବଙ୍ଗ ମାଟିର ପୁଅ ହିଁ ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ କୈଳାଶ ବିଜୟବର୍ଗୀୟ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ସେ କହିଛନ୍ତି ।
from Prameya News7 https://ift.tt/2Z6fcRg

No comments: