ମୃତ ବିଜେପି ନେତାଙ୍କ ଘରକୁ ଯିବେ ଡି.ପୁରନ୍ଦେଶ୍ୱରୀ Sarbeswar Mohapatra

କଟକ: ମାହାଙ୍ଗାରେ ବରିଷ୍ଠ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ନେଇ ରାଜନୀତି ସରଗରମ ଥିବା ବେଳେ ଓଡିଶାରେ ପହଁଚିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। ଆଜି ବିଜେପି ଟିମ୍ ସହ ପୁରନ୍ଦେଶ୍ୱରୀ , ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯିବା କାର୍ଯ୍ୟକ୍ରମ ରହିଛି। ତେବେ ରାଜ୍ୟରେ ପହଞ୍ଚିବା ପରେ କୁଳମଣି ବରାଳଙ୍କ ହତ୍ୟାକୁ ନେଇ ପୁରନ୍ଦେଶ୍ୱରୀ କହିଛନ୍ତି ଯେ,ଏହି ଘଟଣାରୁ ରାଜ୍ୟରେ ଆଇନଶୃଙ୍ଖଳା କେତେ ଢିଲା ତାହା ଦର୍ଶାଉଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଛି। ଏହାସହ ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହଛି ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ। ତେବେ ତାଙ୍କ ମନ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ । ପୁରନ୍ଦେଶ୍ୱରୀଙ୍କ ପୂର୍ବରୁ ରାଜ୍ୟ ବିଜେପି
ସହ-ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ମଧ୍ୟ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ମାହାଙ୍ଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ସେପଟେ, ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଭାବରେ ପୋଲିସ ପଞ୍ଝାରେ ଅଛି କ୍ଷୀତୀଶ ଆଚାର୍ଯ୍ୟ। କିନ୍ତୁ ନୂଆବର୍ଷରେ ନୃତ୍ତାଙ୍ଗବାସୀଙ୍କୁ ଅଭିନନ୍ଦନ ଜଣାଇ ସେ ମାରିଥିବା ପୋଷ୍ଟରକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ହେଉଛି କ୍ଷୀତୀଶ। ତେବେ ଇଏ ଯେ ଜଣେ ପକ୍କା ବିଜେଡି ସମର୍ଥକ ଓ ଆଇନ ମନ୍ତ୍ରୀଙ୍କ ନାଁରେ ଗଢ଼ା ହୋଇଥିବା ପ୍ରତାପ ବାହିନୀର ଜଣେ ଟାଣୁଆ କାର୍ଯ୍ୟକର୍ତ୍ତା, କିଛି ପୋଷ୍ଟରରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି କୁହାଯାଉଛି। ତେଣୁ ରାଜନୈତିକ ଶତ୍ରୁତାରୁ କୁଳମଣିଙ୍କୁ ହତ୍ୟା କରାଯାଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ଯେଉଁ ସଂଗୀନ ଅଭିଯୋଗ ଆଣୁଛନ୍ତି, ତାହା ଭିତ୍ତିହୀନ ନୁହେଁ ବୋଲି ଅନୁମାନ କରାଯାଉଛି।

ଏଠି ପ୍ରଶ୍ନ କାହିଁକି କୁଳମଣିଙ୍କୁ ନୃଶଂସ ହତ୍ୟା କରାଗଲା? ପୁଅ ରମାକାନ୍ତ ସିଧା ସିଧା ରାଜନୈତିକ ଆକ୍ରୋଶ ଆଡକୁ ଅଙ୍ଗୁଳି ଉଠାଇଥିବା ବେଳେ ବିଭିନ୍ନ ସମୟରେ ତାଙ୍କ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ସଂପର୍କିତ ଆର୍‌ଟିଆଇ ତଥ୍ୟ କଥା ଉଠାଇଛନ୍ତି। ଏନେଇ ରମାକାନ୍ତ କହିଛନ୍ତି, ନୃତ୍ତାଙ୍ଗ ପଞ୍ଚାୟତର ବିଜେଡି ସଭାପତି କ୍ଷୀତୀଶ ଚଞ୍ଚକତା କରି ୨୦୨୦ ମାର୍ଚ୍ଚ ୨୧ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ, ହେଲେ ସେ କିନ୍ତୁ ଅଯୋଗ୍ୟ ହିତାଧିକାରୀ ଥିଲେ। ଏ ନେଇ ସେ ବ୍ଲକସ୍ତରୀୟ ଅଧିକାରୀଙ୍କଠୁ ଫାଇଭ୍ ଟି ସଚିବ ଏମିତିକି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବି ଲିଖିତ ଅଭିଯୋଗ କରିଛନ୍ତି। ତା’ସହ ଏତଲାରେ ଏକ ନମ୍ବର ଅଭିଯୁକ୍ତ ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭିକାରୀ ସ୍ୱାଇଁଙ୍କ ନାଁରେ ବି ସଂଗୀନ ଅଭିଯୋଗ ଆଣିଥିଲେ। ତେବେ କହିବାକୁ ଗଲେ ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗରେ ରାଜନୀତି ଜୋର ଧରିଛି।

The post ମୃତ ବିଜେପି ନେତାଙ୍କ ଘରକୁ ଯିବେ ଡି.ପୁରନ୍ଦେଶ୍ୱରୀ appeared first on OTV Khabar..



from OTV Khabar. https://ift.tt/3nnxOWo
ମୃତ ବିଜେପି ନେତାଙ୍କ ଘରକୁ ଯିବେ ଡି.ପୁରନ୍ଦେଶ୍ୱରୀ Sarbeswar Mohapatra ମୃତ ବିଜେପି ନେତାଙ୍କ ଘରକୁ ଯିବେ ଡି.ପୁରନ୍ଦେଶ୍ୱରୀ Sarbeswar Mohapatra Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.