୨ଦିନ ଲାଗି ୬ ଜିଲ୍ଲାରେ ହେବ ପ୍ରବଳ କୁହୁଡି Sarbeswar Mohapatra

ଭୁବନେଶ୍ୱର: ଆଜିଠୁ ୬ ଜିଲ୍ଲାରେ ବଢିବ ଘନକୁହୁଡି। ତେବେ କୁହୁଡିକୁ ଦୃଷ୍ଟିରେ ରଖି ୬ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଏସଆରସି ସମ୍ପୃକ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି। କେବଳ ଏତିକି ନୁହେଁ ବରଂ କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜାନୁଆରି ୩ ତାରିଖ ସକାଳେ  କଟକ, ଅନୁଗୁଳ,ଜଗତସିଂହପୁର, ଭଦ୍ରକ ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବ। ସେହିପରି ୪ ତାରିଖରେ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲାରେ କୁହୁଡ଼ି ସ୍ଥିତି ଜାରି ରହିବ।

ତେବେ କୁହୁଡି ପାଇଁ ରାସ୍ତାରେ ଦୁର୍ଘଟଣା ବଢିବାରେ। ତେଣୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଏସଆରସି ପରାମର୍ଶ ଦେଇଛନ୍ତି।

ସେପଟେ, ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଦେଶର ରାଜଧାନୀରେ ତାପମାତ୍ରା ହୋଇଥିଲା ୧ ଦଶମିକ ୧ ଡିଗ୍ରୀ ସେଲସିୟସ। ଯାହା  ୧୫ ବର୍ଷରେ ସବୁଠାରୁ କମ୍ ବୋଲି କୁହାଯାଉଛି। ଗତ ବର୍ଷ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଥିଲା।

ଏହା ଆଗରୁ ୨୦୦୬ ଜାନୁଆରୀ ୮ ତାରିଖରେ ଦିଲ୍ଲୀର ତାପମାତ୍ରା ସବୁଠୁ କମ୍ ଶୂନ ଦଶମିକ ୨ ଡିଗ୍ରୀି ସେଲ୍ସିୟସ ରେକର୍ଡ କରାଯାଇଥିଲା । ଉତ୍ତର ଭାରତରେ ଶୀତ ଲହରି ଜାରି ରହିଥିବା ବେଳେ ଦିଲ୍ଲୀରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି  । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଦିଲ୍ଲୀବାସୀଙ୍କ ଅବସ୍ଥା ବେହାଲ କରିଛି ।

ଘନ କୁହୁଡ଼ି ଯୋଗୁଁ ସକାଳୁ ରାସ୍ତାଘାଟ କିଛି ଦେଖାଯାଉ ନଥିଲା । ଭିଜିବିଲିଟି ଅତି କମ୍ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜାନୁଆରୀ ୨ରୁ ୬ ଜାନୁଆରୀ ଯାଏ ଉତ୍ତର ପଶ୍ଚିମ ଭାରତକୁ ପ୍ରଭାବିତ କରିବ।

୧୫ ବର୍ଷରେ ଦିଲ୍ଲୀର ତାପମାତ୍ରା ସର୍ବନିମ୍ନ ରହିଥିବା ବେଳେ ତାପମାତ୍ରା ବଢ଼ିବ । ଜାନୁଆରୀ ୪-୫ ତାରିଖରେ ଦିଲ୍ଲୀର ତାପମାତ୍ରା ୮ ଡିଗ୍ରୀକୁ ବୃଦ୍ଧି ପାଇଥିବ ବୋଲି ପୂର୍ବାନୁମାନ କରାଯାଇଛି।

ଆଇଏମଡି ଅଧିକାରୀଙ୍କ କହିବା ଅନୁଯାୟୀ, ବହୁତ ଘନ କୁହୁଡ଼ିରେ ଦୃଶ୍ୟତା ଶୂନ୍ୟରୁ ୫୦ ମିଟର ଭିତରେ ରୁହେ। ଘନ କୁହୁଡ଼ରେ ଦୃଶ୍ୟତା ୫୧ରୁ ୨୦୦ ମିଟରଯ ରୁହେ। ମଧ୍ୟମ କୁହୁଡ଼ରେ ୨୦୧ରୁ ୫୦୦ ମିଟରରେ ରୁହେ।

ତେବେ ମୋଟ ଉପରେ କହିବାକୁ ଗଲେ, କେବଳ ନୂଆଦିଲ୍ଲୀରେ ନୁହେଁ ବରଂ ଉତ୍ତରଭାରତରେ କୁହୁଡି ବଢିବାରେ ଲାଗିଛି। ତେଣୁ ଗାଡିମଟରରେ ଗଲା ବେଳେ ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ଲୋକଙ୍କୁ କୁହାଯାଉଛି।

The post ୨ଦିନ ଲାଗି ୬ ଜିଲ୍ଲାରେ ହେବ ପ୍ରବଳ କୁହୁଡି appeared first on OTV Khabar..



from OTV Khabar. https://ift.tt/3pBj482
୨ଦିନ ଲାଗି ୬ ଜିଲ୍ଲାରେ ହେବ ପ୍ରବଳ କୁହୁଡି Sarbeswar Mohapatra ୨ଦିନ ଲାଗି ୬ ଜିଲ୍ଲାରେ ହେବ ପ୍ରବଳ କୁହୁଡି Sarbeswar Mohapatra Reviewed by SUBHENDU BARAL on January 02, 2021 Rating: 5

No comments:

Powered by Blogger.