ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଭକ୍ତ Sarbeswar Mohapatra

ପୁରୀ: ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଲୋକ।  ଦୀର୍ଘ ୯ ମାସ ପରେ ଆଜିଛୁ ଜଗା ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ। ଆଜିଠୁ ୧୫ରୁ ୧୭ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୁରୀ ବାସିନ୍ଦାଙ୍କ ପାଇଁ ହୋଇଥିବା ୬ ଦିନିଆ ଦର୍ଶନ ବ୍ୟବସ୍ଥା ପରେ ଦିନକୁ ୧୫ରୁ ୧୭ ହଜାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ହୋଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଉଁ ଭକ୍ତ ଆସିବେ ସେମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ। ଯଦି ଶୃଙ୍ଖଳିତ ଦର୍ଶନ ହୁଏ ତେବେ ଫେବୃଆରୀରୁ ସ୍ଥିତି ଅନୁଧ୍ୟାନ କରି ପୂର୍ବଭଳି ଦର୍ଶନ ବ୍ୟବସ୍ଥା ହୋଇପାରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଗତ ଡିସେମ୍ବର ୨୩ରେ ଶ୍ରୀମନ୍ଦିର ଖୋଲିଥିଲା। ପ୍ରଥମେ ସେବାୟତ ପରିବାର ଓ ପରେ ପୁରୀ ସହର ବାସିନ୍ଦାଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ସେହିପରି କୋଭିଡ କଟକଣା ଭିତରେ ଗତ ଡିସେମ୍ବର ୨୭ ତାରିଖରୁ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଥିଲା। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାର ପ୍ରଭୁଙ୍କୁ ଦର୍ଶନ କରିଥିଲେ। ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ହିଁ ଦର୍ଶନ କରିବେ ବୋଲି ସୂଚନା ଦିଆଯାଇଥିଲା। ଏଥିପାଇଁ ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରୁ ବ୍ୟାରିକେଡ୍‌ କରାଯାଇଥିଲା।

ଗତ ଡିସେମ୍ବର ୨୮ରୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଖୋଲିଥିଲା। ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ବାବାଙ୍କ ଦର୍ଶନ କରିଥିବା ବେଳେ ଏହାର ୨ ଦିନ ପରେ ସ୍ଥାନୀୟ ଲୋକ ଏବଂ ତା’ ପରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା।

ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ସେହିପରି ସେବାୟତମାନଙ୍କ ପରିଚୟପତ୍ର ବାଧ୍ୟତାମୂଳକ ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଡିସେମ୍ବର ୨୯ରେ ଯାଜପୁରର ମା’ ବିରଜାଙ୍କ ମନ୍ଦିର ଖୋଲିଥିଲା। କୋଭିଡ୍ କଟକଣା ମଧ୍ୟରେ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ଭକ୍ତମାନେ କିଭଳି ସୁରୁଖୁରୁରେ ମା’ଙ୍କୁ ଦର୍ଶନ କରିପାରିବେ ସେଥିଲାଗି ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଦୀର୍ଘମାସ ପରେ ମନ୍ଦିର ଖୋଲିଥିବାରୁ ଶକ୍ତିପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ, ଆଜିଠୁ ଖୋଲିବ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରା ତାରିଣୀଙ୍କ ମନ୍ଦିର। କରୋନା ମହାମାରୀ ଜନିତ ସଂକ୍ରମଣ ଭୟ ଯୋଗୁ ଦୀର୍ଘ ୯ ମାସ ହେଲା ଭକ୍ତଙ୍କ ପାଇଁ ବାରଣ ରହିଥିଲା ମନ୍ଦିର। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲାଯିବା ପରେ ତାରା ତାରିଣୀ ମନ୍ଦିର ଖୋଲିବା ପାଇଁ ସେବାୟତ ଓ ଭକ୍ତ ଦାବି କରୁଥିଲେ। ସେବାୟତଙ୍କ ସହ ଆଲୋଚନା ପରେ ଜାନୁଆରୀ ୩ରୁ ମନ୍ଦିର ଖୋଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

The post ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଭକ୍ତ appeared first on OTV Khabar..



from OTV Khabar. https://ift.tt/38Qs1n8
ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଭକ୍ତ Sarbeswar Mohapatra ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଭକ୍ତ Sarbeswar Mohapatra Reviewed by SUBHENDU BARAL on January 02, 2021 Rating: 5

No comments:

Powered by Blogger.