
କନକ ବ୍ୟୁରୋ : ୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ଆଉ ଏକ ବର୍ବର ଘଟଣା ପଶ୍ଚିମ ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାରେ ଘଟିଛି । ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରାଯାଇଛି । ଗତ ରବିବାର ସନ୍ଧ୍ୟାରୁ ପୀଡ଼ିତାଙ୍କ ନିଖୋଜ ସଂପର୍କରେ ପୁଲିସକୁ ଖବର ଦିଆଯାଇଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ମାମଲାରେ ଏଫ୍ଆଇଆର ରୁଜୁ ହୋଇଛି। ମହିଳାଙ୍କ ଶରୀରର ବିଭିନ୍ନ ଅଂଶରେ କ୍ଷତଚିହ୍ନ ରହିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବା ପରେ ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି ।
ୟୁପିର ହାଥରସ୍ ମାମଲାରେ ଯେଭଳି ପୁଲିସ ବେପରୁଆ ନୀତି ଧରିଥିଲା ଏବଂ ନିଖୋଜ ରିପୋର୍ଟ ପାଇବା ପରେ ତତ୍ପରତା ଦେଖାଇନଥିଲା, ଠିକ୍ ସେଭଳି ସ୍ଥିତି ବଦାୟୁଁ ମାମଲାରେ ମଧ୍ୟ ଦେଖିବାକୁ ମିଳିଛି । ପୁଲିସ ରବିବାର ସନ୍ଧ୍ୟାରୁ ପୀଡ଼ିତାଙ୍କ ନିଖୋଜ ସଂପର୍କରେ ପରିବାର ଲୋକଙ୍କଠାରୁ ଅବଗତ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଦୁଷ୍କର୍ମକାରୀମାନେ ପୀଡ଼ିତାଙ୍କ ଶବକୁ ଆଣି ତାଙ୍କ ଘର ବାହାରେ ମଙ୍ଗଳବାର ସନ୍ଧ୍ୟାରେ ଫୋପାଡ଼ି ଚାଲିଯିବା ପରେ ପୁଲିସର ନିଦ ଭାଙ୍ଗିଥିଲା । ଏହି ମାମଲାରେ ୩ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ମନ୍ଦିର ପୂଜାରୀଙ୍କ ସମେତ ୨ ଜଣ ଗିରଫ ହୋଇଛନ୍ତି । ଅନ୍ୟ ଜଣେ ଫେରାର ଅଛି ।
ପୀଡ଼ିତା ମହିଳାଙ୍କ ସ୍ବାମୀଙ୍କ କହିବା ଅନୁଯାୟୀ ତାଙ୍କ ପତ୍ନୀ (ଅଙ୍ଗନୱାଡ଼ି କର୍ମୀ) ଗତ ରବିବାର ଅପରାହ୍ନରେ ପୂଜା କରିବାକୁ ନିକଟସ୍ଥ ଏକ ମନ୍ଦିରକୁ ଯାଇଥିଲେ। କିନ୍ତୁ ସେଠାରୁ ସେ ଆଉ ଘରକୁ ଫେରିନଥିଲେ। ପରେ ମନ୍ଦିରର ପୁରୋହିତ ଏବଂ ଅନ୍ୟ ୨ ଜଣ ଶବକୁ ଏକ ଗାଡ଼ିରେ ଆଣି ଘର ସମ୍ମୁଖରେ ପକାଇ ଦେଇ ପଳାଇଥିଲେ। ମହିଳା ଜଣଙ୍କ ମନ୍ଦିର ପରିସରର ଏକ କୂଅରେ ପଡ଼ି ଆହତ ହୋଇଛନ୍ତି ବୋଲି ସେମାନେ କହିଥିଲେ । କିନ୍ତୁ ମହିଳାଙ୍କ ସ୍ବାମୀ ଏବଂ ତାଙ୍କ ପୁଅ କିଛି ବୁଝିବା ପୂର୍ବରୁ ସେମାନେ ସେଠାରୁ ଖସି ପଳାଇଥିଲେ। ମହିଳାଙ୍କ ବଡ଼ ପୁଅ କହିଛନ୍ତି, ସେମାନେ ତାଙ୍କ ମା’ଙ୍କୁ ହସ୍ପିଟାଲ୍ ନେବା ପରିବର୍ତ୍ତେ ଘର ଆଗରେ ଫୋପାଡ଼ି ଦେଇ ପଳାଇବାରୁ ସନ୍ଦେହ ବଢ଼ିଥିଲା । ଏହାପରେ ସେମାନେ ସ୍ଥାନୀୟ ପୁଲିସ ଥାନାକୁ ଯାଇ ସବୁ କଥା କହିବା ପରେ ପୁଲିସ ତତ୍ପରତା ଦେଖାଇଥିଲା । ପୀଡ଼ିତାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।
from Kanak News https://ift.tt/38jMP7j https://ift.tt/38jlUbN
No comments: