କଟନି ଛଟନିକୁ ବିରୋଧ କରିବାରୁ ଧାନ କିଣୁ ନାହାନ୍ତି ମିଲର୍ସ : କଟକ ଜିଲ୍ଲା ବାହାରଣା ଧାନ ମଣ୍ଡିରେ ଅଚଳାବସ୍ଥା Kanak News

କନକ ବ୍ୟୁରୋ : ମିଲରଙ୍କ ମର୍ଜିରେ ଚାଲିଛି ମଣ୍ଡି । କଟନୀ ଛଟନୀର ବିରୋଧ ପରେ ଚାଷୀଙ୍କ ଧାନ କିଣୁ ନାହାନ୍ତି ମିଲର । ଧାନ ଉଠୁନଥିବାରୁ ଚାଷୀ ଶୀତ, କାକର, ଖରାରେ ଭୋକ ଉପାସରେ ମଣ୍ଡିରେ ନିଜ ନିଜ ଧାନକୁ ଜଗି ରହିଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ ବଗଲଗଡ ବାହାରଣା ସେବା ସମବାୟ ସମିତି ଧାନ ମଣ୍ଡିରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ମିଲର ବିଭିନ୍ନ ବାହାନା କରି ବସ୍ତା ପିଛା ୨ରୁ ୩ କିଲୋ କଟନି ଛଟନି ନହେଲେ ଧାନ କିଣିବେ ନାହିଁ ବୋଲି ସଫା ସଫା କହିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ବାହରଣା ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ପଡି ରହିଛି ଶହ ଶହ ବସ୍ତା ଧାନ । ଚାଷୀଙ୍କ ବର୍ଷକର ପରିଶ୍ରମର ମୂଲ୍ୟକୁ ସରକାର ଧାର୍ଯ୍ୟ କରିଥିବା ଦରଠୁ କମ ଦରରେ କିଣିବାକୁ ଚକ୍ରାନ୍ତ କରୁଛନ୍ତି ମିଲ ମାଲିକ । ଆଉ ସବୁ ଜାଣି ଚୁପ ବସିଛି ପ୍ରଶାସନ । ମିଲର ଓ ସରକାରୀବାବୁଙ୍କ ମଧୁଚନ୍ଦ୍ରିକାରେ ଛନ୍ଦି ହୋଇ ପଡିଛନ୍ତି ନିଆଳିର ଚାଷୀ ।



from Kanak News https://ift.tt/3q2xFtv https://ift.tt/3rZB9i7
କଟନି ଛଟନିକୁ ବିରୋଧ କରିବାରୁ ଧାନ କିଣୁ ନାହାନ୍ତି ମିଲର୍ସ : କଟକ ଜିଲ୍ଲା ବାହାରଣା ଧାନ ମଣ୍ଡିରେ ଅଚଳାବସ୍ଥା Kanak News କଟନି ଛଟନିକୁ ବିରୋଧ କରିବାରୁ ଧାନ କିଣୁ ନାହାନ୍ତି ମିଲର୍ସ : କଟକ ଜିଲ୍ଲା ବାହାରଣା ଧାନ ମଣ୍ଡିରେ ଅଚଳାବସ୍ଥା Kanak News Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.