କାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ମିଳିବ ଅନୁମତି: ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ Kanak News

କନକ ବ୍ୟୁରୋ: ଆସନ୍ତାକାଲି ଅର୍ଥାତ୍ ଜାନୁଆରି ୩ ତାରିଖରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସମୀକ୍ଷା କରିବା ପରେ କ୍ରିଷନ କୁମାର କହିଛନ୍ତି, ୩ ତାରିଖରୁ ଦୈନିକ ପ୍ରାୟ ୧୫ରୁ ୧୭ ହଜାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏଥିରେ କୌଣସି ସମସ୍ୟା ହେବ ନାହିଁ । ପୂର୍ବରୁ ୫ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୁହାଯାଇଥିଲା ।
ତେବେ ପରୀକ୍ଷା ମୂଳକ ଭାବେ ପୁରୀବାସୀଙ୍କ ଦର୍ଶନ ପରେ ଅନେକ ଅଭିଜ୍ଞତା ହୋଇଥିବା କହିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ । ଶୃଙ୍ଖଳିତ ଭାବେ ଦର୍ଶନ କରିଥିବାରୁ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହ କ୍ରିଷନ କୁମାର କହିଛନ୍ତି ଫେବ୍ରୁଆରି ମାସରୁ ଦର୍ଶନ ବ୍ୟବସ୍ଥାକୁ ଆହୁରି କୋହଳ କରାଯିବ ।
from Kanak News https://ift.tt/2X8S833 https://ift.tt/3aXhGZi
କାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ମିଳିବ ଅନୁମତି: ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ Kanak News
Reviewed by SUBHENDU BARAL
on
January 01, 2021
Rating:
No comments: